Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁ ପିନ୍ଧିବେ ମାସ୍କ’

ଭୁବନେଶ୍ୱର(ଓଡ଼ିଶା ୱେୟାର):
କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳା, ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ନୂଆ ଗାଇଡଲାଇନ୍ ଜାରି କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପରାମର୍ଶ ଦେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିବାରୁ ୨ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ପିଲାମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖି କରୋନାର ମୁକାବିଲା ପାଇଁ ମହିଳା ଓ ଶିଶୁମାନଙ୍କ ନିମନ୍ତେ ପରାମର୍ଶନାମା ଜାରି କରିବାକୁ କହିଛନ୍ତି । ସେ କହିଛନ୍ତି ଯେ, ଯେହେତୁ କରୋନାର ଦ୍ୱିତୀୟ ଲହରରେ ଏବେ ଶିଶୁମାନେ ସଂକ୍ରମିତ ହେଉଛନ୍ତି ତେଣୁ ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟ୍ରିକର ସୁପାରିଶ ଅନୁସାରେ ୨ବର୍ଷରୁ ଅଧିକ ବୟସର ପିଲା ଘରୁ ବାହାରକୁ ଯିବାବେଳେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବେ।
ପତଳା ଝାଡ଼ା, ବାନ୍ତି, ଛାତି ଯନ୍ତ୍ରଣା ସମେତ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ଯଥା ଥଣ୍ଡା, କଫ, ଜ୍ୱର, ସ୍ୱାଦ ବାରି ନପାରିବା, ପିଲାମାନେ କମ୍ ଖାଇବା ଓ ଅନ୍ୟ କିଛି ଲକ୍ଷଣ ଉଭୟ ଗର୍ଭବତୀ ଓ ପ୍ରସୂତୀ ମହିଳା, କିଶୋର ଓ ଶିଶୁମାନଙ୍କ ମଧ୍ୟରେ ଦେଖାଦେଲେ ସେମାନେ କୋଭିଡ୍ ସଂକ୍ରମିତ ହୋଇଥିବା ସନ୍ଦେହ କରାଯିବ। ଏଭଳି ଲକ୍ଷଣ ଦେଖାଦେଲେ ସମସ୍ତେ(ଯେକୌଣସି ବୟସର ଶିଶୁ) କୋଭିଡ୍‌-୧୯ ପରୀକ୍ଷା କରିବା ସହ ସଙ୍ଗରୋଧରେ ରହିବେ।
ନିଜର ହାତକୁ ଅତିକମରେ ୪୦ ସେକେଣ୍ଡ(୨୦ସେକେଣ୍ଡ ପରିବର୍ତ୍ତେ) ସାବୁନ ଓ ପାଣିରେ ଧୋଇବେ। ମୁହଁ, ନାକ ଓ ଆଖିକୁ ଅନାବଶ୍ୟକ ଛୁଇଁବା ମଧ୍ୟ ମନା। ସେହିପରି ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ନେବା ସୁନିଶ୍ଚିତ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଏସବୁ ବିଷୟ ଉଲ୍ଲେଖ କରି ଜିଲ୍ଲାସ୍ତରରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶନାମା ପଠାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top