ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି କେତେ ଜଟିଳ ହୋଇପଡ଼ିଛି, ସେକଥା ରବିବାର ଦିଲ୍ଲୀରେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଅମ୍ଳଜାନ ଅଭାବରୁ ଦିଲ୍ଲୀରେ ସୃଷ୍ଟି ହେବାକୁ ଯାଉଥିବା ଗୋଟିଏ ବିପଦକୁ ପୁଲିସ୍ ଅଳ୍ପକେ ଟାଳିବାକୁ ସକ୍ଷମ ହୋଇଛି। ଦିଲ୍ଲୀର ମାନସ ରାମ ହସ୍ପିଟାଲରେ ୩୫ ଜଣ କରୋନା ରୋଗୀ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଥିଲେ।
ତେବେ ହଠାତ୍ ଅମ୍ଳଜାନ ସରିବାକୁ ବସିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଥିଲା। କିଛି ଉପାୟ ନ ପାଇ ସେମାନେ ସ୍ଥାନୀୟ ପୁଲିସକୁ ଯୋଗାଯୋଗ କରିଥିଲେ। ପୁଲିସ୍ ମଧ୍ୟ କାଳବିଳମ୍ବ ନ କରି ୨୦ଟି ଅମ୍ଳଜାନ ସିଲିଣ୍ଡର ତୁରନ୍ତ ଯୋଗାଡ଼ କରି ହସ୍ପିଟାଲରେ ପହଞ୍ଚାଇଥିଲା।


