Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୪ର୍ଥ ବର୍ଷ ପୂର୍ତ୍ତି: ମନ୍ତ୍ରୀଙ୍କୁ ‘ଥ୍ରୀ-ଡି’ ମନ୍ତ୍ର,ସଚିବଙ୍କୁ ମାଗିଲେ ପ୍ରସ୍ତାବ

ଭୁବନେଶ୍ୱର : ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମାନଙ୍କୁ ‘ଥ୍ରୀ-ଡି’ ମନ୍ତ୍ର ଦେଇଥିବାବେଳେ ଶାସନକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସଚିବମାନଙ୍କଠୁ ପ୍ରସ୍ତାବ ଲୋଡ଼ିଛନ୍ତି । ଲୋକଙ୍କ ଆସ୍ଥାକୁ ସମ୍ମାନ ଜଣାଇବା ପାଇଁ ଥ୍ରୀ-ଡି(ଡେଡିକେସନ୍, ଡିଟରମିନେସନ୍ ଓ ଡିଭୋସନ୍) ସହ ପ୍ରତ୍ୟେକ ମିନିଟ୍ କଠିନ ପରିଶ୍ରମ କରବାକୁ ଶପଥ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହା ସହିତ ଲୋକଙ୍କ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସରକାରଙ୍କ ୧୦ଟି ପ୍ରମୁଖ ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ ନିମନ୍ତେ ସର୍ବାଧିକ ୨୦୧୯ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏହା ସହିତ ଶାସନକୁ ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ବିଭାଗର ସଚିବମାନଙ୍କଠୁ ପ୍ରସ୍ତାବ ଲୋଡ଼ିଥିଲେ । ଏକ ପୃଷ୍ଠାର ବିସ୍ତୃତ ପ୍ରସ୍ତାବ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଚିବଙ୍କୁ ପରାମର୍ଶ ଦେଇଛନ୍ତି । ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀମାନଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ସଚିବମାନଙ୍କ ସହ ନିଆରା ଶୈଳୀରେ ବୈଠକ କରିଥିଲେ ।
ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ମନ୍ତ୍ରିପରିଷଦ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସରକାର ୪ର୍ଥ ବର୍ଷ ପୂରଣ କରିଛି । ନିର୍ବାଚନୀ ଇସ୍ତାହାରକୁ ସରକାର ନିଜର ନୀତି ଭାବେ ଗ୍ରହଣ କରିଛନ୍ତି । ସେହିଦିନଠୁ ଆଜି ପର୍ଯ୍ୟନ୍ତ ନିରନ୍ତର ପ୍ରୟାସ କରି ସରକାର ଯେଉଁ ପ୍ରମୁଖ ସଫଳତା ହାସଲ କରିଛିି ତାହା ହେଲା ମାତୃଭାଷା ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପାଇଛି । ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି । ସେହିପରି ୨୪ଲକ୍ଷ ପକ୍କାଘର ନିର୍ମାଣ ପାଇଁ ଟାର୍ଗେଟ୍ ରଖାଯାଇଛି । ଗତ ୪ବର୍ଷ ମଧ୍ୟରେ ୧୭ଲକ୍ଷ ପକ୍କାଘର ନିର୍ମାଣ ହୋଇଥିବାବେଳେ ୨୦୧୯ ମାର୍ଚ୍ଚ ୫ତାରିଖ ବିଜୁବାବୁ ଜୟନ୍ତୀ ସୁଦ୍ଧା ଆଉ ୭ଲକ୍ଷ ପକ୍କାଘର ନିର୍ମାଣ କରାଯିବ । ଗତ ୪ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ୨୨,୫୦୦କିମି ରାସ୍ତା ନିର୍ମାଣ କରି ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇପାରିଛି । ୬୦୦ ବିଜୁ ସେତୁ ନିର୍ମାଣ କରାଯାଇଛି । ଉତ୍ତର-ଦକ୍ଷିଣ ଓଡ଼ିଶାକୁ ସଂଯୋଗ ପାଇଁ କେବିକେ ଜିଲ୍ଲା ମଧ୍ୟ ଦେଇ ବିଜୁ ଏକ୍ସପ୍ରେସ୍ ୱେ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ସେହିପରି ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏବେସୁଦ୍ଧା ଅତିରିକ୍ତ ୭ଲକ୍ଷ ଜଳସେଚନ ସୁବିଧା ଉପଲବ୍ଧ ହୋଇଥିବାବେଳେ ୨୦୧୯ ଏପ୍ରିଲ ସୁଦ୍ଧା ବାକି ଲକ୍ଷ୍ୟ ହାସଲ କରାଯିବ । ସେହିପରି ଖାଦ୍ୟଶସ୍ୟ ଉତ୍ପାଦନ ୧୧୭ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ôଚଛି,ଯାହାକି ଏକ ରେକର୍ଡ । ଭାଗଚାଷୀଙ୍କୁ ଫସଲ ଋଣ ଦେବା ସହ ଚାଷୀମାନଙ୍କୁ ମିଲେଟ୍ ମିଶନ ଜରିଆରେ ଶସ୍ୟର ଉପଯୁକ୍ତ ମୂଲ୍ୟ ପ୍ରଦାନ ନିମନ୍ତେ ବ୍ୟବସ୍ଥା ହୋଇଛି । ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ଜମି ଓ ସମ୍ପତ୍ତି ଅଧିକାର ଦେବା ପାଇଁ ଐତିହାସିକ ଆଇନ ତିଆରି ହୋଇଛି । ପ୍ରାୟ ୧୦ଲକ୍ଷ ଗରିବ ଲୋକଙ୍କୁ ଫାଇଦା ମିଳିବ ଓ ଏହା ସମଗ୍ର ବିଶ୍ୱରେ ଅଦ୍ଭୂତପୂର୍ବ । ସେହିପରି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ଓଡ଼ିଶା ଦକ୍ଷତା ବିକାଶ ମିଶନ୍ ଅନ୍ତର୍ଗତ ୯ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ନେଇ ସ୍ୱାବଲମ୍ବୀ ହୋଇଛନ୍ତି । ଏହି ସଂଖ୍ୟାକୁ ୧୧ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ରାଜ୍ୟରେ ୪ଟି ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ଓ ଆଉ ୫ଟି ମେଡିକାଲ କଲେଜ ପାଇପ୍ଲାଇନ୍ରେ ରହିଛି । ସେହିପରି ମଶନ ଶକ୍ତି ଅନ୍ତର୍ଗତ ୭୦ଲକ୍ଷ ମହିଳାଙ୍କୁ ସାମାଜିକ ସଶକ୍ତିକରଣ କରାଯାଇଥିବାବେଳେ ୩୦ଲକ୍ଷରୁ ଊଦ୍ଧ୍ୱର୍ ମହିଳା ମମତା ଯୋଜନାରେ ଉପକୃତ ହୋଇଛନ୍ତି । ସାମଗ୍ରକିକ ଅଭିବୃଦ୍ଧି ହାସଲ ଲକ୍ଷ୍ୟରେ ୯ଟି ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି । ସେହିପରି ଓଡ଼ିଶା ଓ ଭୁବନେଶ୍ୱରରେ ଏବେ ବିଶ୍ୱରେ କ୍ରୀଡ଼ାର ରାଜଧାନୀ ଭାବେ ପରିଗଣିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହା ସହିତ ରାଜ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଥ୍ରୀ-ଟି(ଟ୍ରାନ୍ସପରେନ୍ସି, ଟିମ୍ୱାର୍କ ଓ ଟେକ୍ନୋଲୋଜି) ସରକାରଙ୍କ ମନ୍ତ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top