Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୪ ପଡ଼ୋଶୀ ରାଜ୍ୟ ସହ ୯୬ଟି ଗାଁକୁ ନେଇ ବିବାଦ

ଭୁବନେଶ୍ୱର : ଓଡ଼ିଶାର ୧୦ଟି ଜିଲ୍ଲାର ୯୬ଟି ଗାଁକୁ ନେଇ ୪ ପଡ଼ୋଶୀ ରାଜ୍ୟ ସହିତ ସୀମା ବିବାଦ ରହିଛି । ଆନ୍ଧ୍ର ସହ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ସରକାର ରୁଜୁ କରିଥିବା ୨ଟି ମାମଲାରୁ ଗୋଟିଏ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ଏକ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ମଧ୍ୟବର୍ତ୍ତୀକାଳିନ ଆଦେଶ ଦେଇଛନ୍ତି । ସୀମା ବିବାଦ ପ୍ରସଙ୍ଗରେ ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ ଆନ୍ଧ୍ରର ବୋରମୁଥା ଓ ଏହାର ୧୨ଟି ପଡ଼ାଗ୍ରାମକୁ ନେଇ ରହିଥିବା ସୀମା ବିବାଦର ସମାଧାନ ଲାଗି ଓଡ଼ିଶା ୧୯୬୮ ମସିହାରେ ଯେଉଁ ମାମଲା ରୁଜୁ କରିଥିଲା ତାହା ଖାରଜ ହୋଇଯାଇଛି । ତେବେ ୨୧ଟି କୋଟିଆ ଗ୍ରାମପୁଞ୍ଜ ସମ୍ପର୍କରେ ସୁପ୍ରିମ୍କୋର୍ଟ ୧୯୬୮ ମସିହାରେ ଅନ୍ୟ ଏକ ମାମଲାରେ ଦେଇଥିବା ମଧ୍ୟବର୍ତ୍ତୀ ଆଦେଶ ଅନୁଯାୟୀ ଦୁଇପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଅଛି । ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ୨୦୦୬ରେ ସମାପ୍ତ ହୋଇଥିବା ବେଳେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଧାନ ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ହୋଇଛି । ଏହା ସତ୍ତେ୍ୱ ଆନ୍ଧ୍ରର ସରକାରୀ କଳ ଓଡ଼ିଶାର କେତେକ ଅଞ୍ଚଳକୁ ଅନୁପ୍ରବେଶ କରି ଅବୈଧ ରାସ୍ତା ନିର୍ମାଣ କରୁଥିବା ପ୍ରସଙ୍ଗରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏଥିରେ କୋଟିଆ ଗ୍ରାମପୁଞ୍ଜ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ବିଦ୍ୟୁତୀକରଣ, ପାନୀୟ ଜଳ ଯୋଗାଣ, ନୂତନ ଥାନା ପ୍ରତିଷ୍ଠା, କ୍ୟାମ୍ପ ମାଧ୍ୟମରେ ଆଧାର କାର୍ଡ ବଣ୍ଟନ, କୋଟିଆ ଗ୍ରାମପୁଞ୍ଜରେ ବିଏସ୍ଏନ୍ଏଲ୍ ଟାୱାର ସ୍ଥାପନ, କୋଟିଆରେ ବ୍ଲକ୍ ଓ ଜିଲ୍ଲା ସଦର ମହକୁମାକୁ ସରକାରୀ ବସ୍ ଚଳାଚଳ ଆଦି ପ୍ରସଙ୍ଗରେ ଆଲୋଚିତ ହୋଇଛି । କୋଟିଆ ଓ ବୋରମୁଥା ବ୍ୟତୀତ ଗଞ୍ଜାମ ଜିଲ୍ଲାର ୨୧ଟି, ଗଜପତି ଜିଲ୍ଲାର ୧୬ ଓ ରାୟଗଡ଼ା ଜିଲ୍ଲାର ୫ଟି ଗାଁକୁ ନେଇ ଆନ୍ଧ୍ର ସହ ସୀମା ବିବାଦ ପ୍ରସଙ୍ଗ ଅଛି । ପଶ୍ଚିମବଙ୍ଗ ସହିତ ବାଲେଶ୍ୱର ଜିଲ୍ଲାର ୬ଟି ଓ ମୟୂରଭଞ୍ଜ ଜିଲ୍ଲାର ୮ଟି ଅଞ୍ଚଳରେ ବି ସୀମା ବିବାଦ ଅଛି । ଏହାଛଡ଼ା ଝାଡ଼ଖଣ୍ଡ ସହିତ ମୟୂରଭଞ୍ଜ ଜିଲ୍ଲାର ୨ଟି, କେନ୍ଦୁଝରର ୫ଟି ଓ ସୁନ୍ଦରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ସୀମା ବିବାଦ ଲାଗି ରହିଛି । ଛତିଶଗଡ଼ ସହିତ ନବରଙ୍ଗପୁର ଜିଲ୍ଲାର ୪ଟି ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ସ୍ଥାନରେ ସୀମା ବିବାଦ ଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । ଏହାଛଡ଼ା ୭ଟି ନଦୀନାଳ ଓ ଓ ୮ଟି ଜଙ୍ଗଲ ସୀମାକୁ ନେଇ ମଧ୍ୟ ପଡ଼ୋଶୀ ରାଜ୍ୟମାନଙ୍କ ସହିତ ଓଡ଼ିଶାର ସୀମା ବିବାଦ ଲାଗି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top