Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୭ଦିନରେ ୧୮ ମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ

ଭୁବନେଶ୍ୱର : ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ମେ’ ୮ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମାନଙ୍କର ଦକ୍ଷତା ପରଖିବେ । ପ୍ରଥମ ଦିନରେ ୩ଜଣ ମନ୍ତ୍ରୀଙ୍କ ବିଭାଗର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବାର କାର୍ଯ୍ୟକ୍ରମ ଥିବାବେଳେ ଏହା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । କେବଳ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ବାଦ୍ ଦେଲେ ୭ଦିନ ମଧ୍ୟରେ ଅନ୍ୟ ୧୮ଜଣ ମନ୍ତ୍ରୀଙ୍କ ଦକ୍ଷତା ପରଖିବା ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ପ୍ରତ୍ୟେକ ମନ୍ତ୍ରୀଙ୍କ ବିଭାଗର ସମୀକ୍ଷା କାର୍ଯ୍ୟ କରିବେ ଓ ଅପରାହ୍ନରେ ସମ୍ପୃକ୍ତ ମନ୍ତ୍ରୀ ଗଣମାଧ୍ୟମରେ ଏହାର ସୂଚନା ଦେବେ ବୋଲି ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୮ ତାରିଖରେ ପ୍ରଥମ ଦିନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବିଭାଗର ସମୀକ୍ଷା ପୂର୍ବାହ୍ନ ୧୧ଟା ୪୫ମିନିଟ୍ରେ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀଙ୍କର ୧୨ଟା ୧୫ମିନିଟ୍ରେ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଦୁଇ ବିଭାଗର ସମୀକ୍ଷା ଅପରାହ୍ନ ୫ଟା ୧୫ରୁ ୫ଟା ପର୍ଯ୍ୟନ୍ତ କରିବେ । ଏହି ୩ଜଣ ମନ୍ତ୍ରୀ ସେହିଦିନ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ନିଜ ବିଭାଗର ସଫଳତାକୁ ସାମ୍ବାଦିକ ସମ୍ମିଳନୀ କରି ସାର୍ବଜନୀନ କରାଇବେ । ସେହିପରି ୯ ତାରିଖରେ ମନ୍ତ୍ରୀ ଅନନ୍ତ ଦାସଙ୍କ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗର ସମୀକ୍ଷା ଅପରାହ୍ନ ୫ଟା୧୫ରୁ ୬ଟା ୩୦ପର୍ଯ୍ୟନ୍ତ, ୧୦ତାରିଖରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପଞ୍ଚାୟତିରାଜ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସମୀକ୍ଷା ୧୧ଟା ୪୫ମିନିଟ୍ରୁ ୧ଟା ପର୍ଯ୍ୟନ୍ତ ହେବ । ତେବେ ୧୦ତାରିଖ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଦୁଇ ମନ୍ତ୍ରୀ ଶ୍ରୀ ଦାସ ଓ ମହାରଥୀ ଗଣମାଧ୍ୟମକୁ ନିଜ ବିଭାଗ ସମ୍ପର୍କରେ ଜଣାଇବେ । ସେହିପରି ୧୦ତାରିଖ ଅପରାହ୍ନ ୫ଟା ୧୫ରୁ ୬ଟା ପର୍ଯ୍ୟନ୍ତ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଖାଦ୍ୟଯୋଗାଣ ଓ ସମବାୟ ବିଭାଗ ଏବଂ ୬ଟାରୁ ୬ଟା ୪୫ମିନିଟ୍ ପର୍ଯ୍ୟନ୍ତ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଶକ୍ତି ବିଭାଗର ସମୀକ୍ଷା କରିବେ । ୧୧ତାରିଖ ପୂର୍ବାହ୍ନ ୧୨ଟା ୧୫ମିନିଟ୍ରେ ମନ୍ତ୍ରୀ ଶ୍ରୀ ସିଂଙ୍କ ଶ୍ରମ ଓ ଇଏସ୍ଆଇ ବିଭାଗ, ଅପରାହ୍ନ ୫ଟା ୧୫ମିନିଟ୍ରୁ ୬ଟା ୪୫ମିନିଟ୍ ପର୍ଯ୍ୟନ୍ତ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦାୟିତ୍ୱରେ ଥିବା ଜଳସମ୍ପଦ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା ହେବ । ସେହିପରି ୧୪ତାରିଖ ପୂର୍ବାହ୍ନ ୧୧ଟା ୪୫ମିନିଟ୍ରୁ ଉଷା ଦେବୀଙ୍କ ଦାୟିତ୍ୱରେ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ୧୨ଟା ୧୫ରୁ ପ୍ରଫୁଲ୍ଲ ସାମଲଙ୍କ ଦାୟିତ୍ୱରେ ଥିବା ଏମ୍ଏସ୍ଏମ୍ଇ ବିଭାଗ ଏବଂ ୫ଟା ୧୫ମିନିଟ୍ରେ ବିଜୟଶ୍ରୀ ରାଉତରାୟଙ୍କ ଦାୟିତ୍ୱରେ ଥିବା ଜଙ୍ଗଲ ଓ ପରିବେଶ, ୬ଟାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦାୟିତ୍ୱରେ ଥିବା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସମୀକ୍ଷା ହେବ । ସେହିପରି ୧୫ତାରିଖ ପୂର୍ବାହ୍ନ ୧୧ଟା ୪୫ମିନିଟ୍ରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦାୟିତ୍ୱରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗ, ୧୨ଟା ୧୫ମିନିଟ୍ରେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଦାୟିତ୍ୱରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ , ୫ଟା ୧୫ମିନିଟ୍ରେ ପ୍ରଫୁଲ୍ଲ ମଲ୍ଲିକଙ୍କ ଦାୟିତ୍ୱରେ ଥିବା ପୂର୍ତ୍ତ, ୬ଟାରେ ବିକ୍ରମ କେଶରୀ ଆରୁଖ୍ଙ୍କ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ହେବ । ସେହିପରି ୧୬ତାରିଖ ୧୨ଟା ୧୫ମିନିଟ୍ରେ ମନ୍ତ୍ରୀ ନୃସିଂହ ସାହୁଙ୍କ ଦାୟିତ୍ୱରେ ଥିବା ବାଣିଜ୍ୟ ଓ ପରିବହନ ବିଭାଗ, ୫ଟା ୧୫ମିନିଟ୍ରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଦାୟିତ୍ୱରେ ଥିବା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ସନ୍ଧ୍ୟା ୬ଟାରେ ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆଙ୍କ ଦାୟିତ୍ୱରେ ଥିବା ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା ହେବ । ଏହି ସମସ୍ତ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ନିଜ ବିଭାଗର ସଫଳତା ସମ୍ପର୍କରେ ଅବଗତ କରାଇବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top