Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୭ବର୍ଷ ହେଲା ମେଟ୍ରୋ ଟ୍ରେନ୍ ସ୍ୱପ୍ନ ଦେଖାଉଛି ବିଜେଡି ସରକାର, ଏଯାଏଁ କେନ୍ଦ୍ରକୁ ପ୍ରସ୍ତାବ ଦେଇନି

ଭୁବନେଶ୍ୱର(ଓଡ଼ିଶା ୱେୟାର):କଟକ-ଭୁବନେଶ୍ୱର ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଗତ ୭ବର୍ଷ ହେଲା ରାଜ୍ୟବାସୀଙ୍କୁ ସ୍ୱପ୍ନ ଦେଖାଉଛି, କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇନି । ଏପରିକି ଅର୍ବାନ ଟ୍ରାନ୍ସପୋର୍ଟିଂ ପ୍ଲାନିଂ ସ୍କିମରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥ ବହନ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି । ଟୁଇନସିଟିରେ ମେଟ୍ରୋ ରେଳସେବା ପ୍ରକଳ୍ପ ନିମନ୍ତେ ଡିପିଆର ପ୍ରସ୍ତୁତ ପାଇଁ ୨୦୧୪ରୁ ଏମଓୟୁ କରିଥିବା ଓଡ଼ିଶା ସରକାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ବି ମେଟ୍ରୋ ରେଳ ସେବା କଥା ଦୋହରାଇଥିଲେ ।
ଆଜି ରାଜ୍ୟସଭାରେ ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସହରାଂଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ମେଟ୍ରୋ ରେଳ ସେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ କୌଣସି ପ୍ରସ୍ତାବ ଆସିନାହିଁ । ସହରାଂଚଳ ପରିବହନ ହେଉଛି ସହର ବିକାଶର ଏକ ଅଭିନ୍ନ ଅଙ୍ଗ ଓ ଏହା ରାଜ୍ୟର ବିଷୟ । ତେଣୁ ମେଟ୍ରୋ ରେଳ ପ୍ରକଳ୍ପ ସମେତ ସହରାଂଚଳ ପରିବହନ ଭିତ୍ତିଭୂମି ଆରମ୍ଭ, ବିକାଶ ଓ ପାଣ୍ଠି ଯୋଗାଡ଼ ନିମନ୍ତେ ସମ୍ବଦ୍ଧିତ ରାଜ୍ୟ ସରକାର ହିଁ ଉତ୍ତରଦାୟୀ । ସେଥିପାଇଁ କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ମେଟ୍ରୋ ରେଳସେବା ପାଇଁ ଅନୁରୋଧ କଲେ କେନ୍ଦ୍ର ସରକାର ପ୍ରଚଳିତ ନୀତି,ପ୍ରସ୍ତାବର ଗ୍ରହଣୀୟତା ଓ ସମ୍ବଳର ଉପଲବ୍ଧତା ଆଧାରରେ ସହର ମଧ୍ୟରେ ମେଟ୍ରୋ ରେଳ ଚଳାଚଳ ପ୍ରସ୍ତାବ ପାଇଁ ଆର୍ଥିକ ସହାୟତା ଉପରେ ବିଚାର କରିଥାନ୍ତି ।
ସୂଚନାଯୋଗ୍ୟ, କଟକ-ଭୁବନେଶ୍ୱରର ୩୦କିମି ମଧ୍ୟରେ ମେଟ୍ରୋ ରେଳ ସେବା ଚଳାଚଳ ନିମନ୍ତେ ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ରାଜ୍ୟ ସରକାର ୨୦୧୪ ଅଗଷ୍ଟ ୨୩ତାରିଖରେ ହାଇଦ୍ରାବାଦସ୍ଥିତ ବାଲାଜରୀ ରେଲରୋଡ୍ ସିଷ୍ଟମ ଲିଃ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ । ୧୦ମାସ ମଧ୍ୟରେ ଉକ୍ତ ସଂସ୍ଥା ଡିପିଆର ପ୍ରସ୍ତୁତ କରିଥାନ୍ତା । ଏଥିପାଇଁ ୨.୫୨କୋଟି ଟଙ୍କା ଦିଆଯିବାର ଥିଲା । ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଏମଓୟୁକୁ ଭୁଲିଗଲେ । ଆଉ ୨୦୧୯ ଜୁନ୍ ମାସରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭାରେ ନିଜର ଅଭିଭାଷଣ ରଖିବାବେଳେ ଏହି ମେଟ୍ରୋ ରେଳ ସଂଯୋଗ ପାଇଁ ସରକାର ପଦକ୍ଷେପ ନେଉଥିବା କଥା ଉପସ୍ଥାପନ କରିଥିଲେ ।
ତେବେ ଆଜି କେନ୍ଦ୍ର ସହରାଂଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ଓଡ଼ିଶା ସରକାରଙ୍କ ଆନ୍ତରିକତା ପଦାରେ ପଡ଼ିଯାଇଛି । କାରଣ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ରାଜ୍ୟର ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କଲେ ଅର୍ବାନ ଟ୍ରାନ୍ସପୋର୍ଟ ପ୍ଲାନିଂ ସ୍କିମରେ ମୋଟ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ଅର୍ଥ ବହନ କରିଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top