Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୱାନ୍ ନେସନ୍ , ୱାନ୍ ଇଲେକ୍ସନ୍ ପାଇଁ ବିଜେପିର ସଜବାଜ

ଭୁବନେଶ୍ୱର(ଓଡ଼ିଶା ୱେୟାର):ସମଗ୍ର ଦେଶରେ ୱାନ୍ ନେସନ୍ – ୱାନ ଇଲେକ୍ସନ୍ ବା ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ଦେଶ ସ୍ୱାର୍ଥରେ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ୱାନ୍ ନେସନ୍ ଓ ୱାନ୍ ଇଲେକ୍ସନ୍ ସମ୍ପର୍କରେ ରାଜ୍ୟରେ ଦଳର ଆଗଧାଡ଼ିର ନେତାମାନଙ୍କୁ ଅବଗତ କରିବା ପାଇଁ ଆଜି ଏକ ଭର୍ଚୁଆଲ ୱେବିନାର ହୋଇଥିଲା । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ସମଗ୍ର ଦେଶରେ ୱାନ୍ ନେସନ, ୱାନ୍ ଇଲେକ୍ସନ ବାବଦରେ ସମଗ୍ର ଦେଶରେ ଆଲୋଚନା କରାଯାଇଛି । ଏହି ଏକକ ନିର୍ବାଚନ ପାଇଁ ଲୋକଙ୍କ ସହମତି ଆହ୍ୱାନ କରାଯାଉଛି । ଏକକ ନିର୍ବାଚନ କାର୍ଯ୍ୟକାରୀ ହେଲେ ନିର୍ବାଚନଜନିତ ଖର୍ଚ୍ଚ ଅନେକ ପରିମାଣର ହ୍ରାସ ପାଇବ । ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ନିର୍ବାଚନ ମଡେଲ କୋଡ୍ ଅଫ କଣ୍ଡକ୍ଟ ନିମନ୍ତେ ଉନ୍ନୟନ କାର୍ଯ୍ୟ ଯେଉଁ ପରିମାଣରେ ବାଧାପ୍ରାପ୍ତ ହେଉଥିଲା ତାହା ହେବ ନାହିଁ ଏବଂ ମାନବ ସମ୍ବଳ, ଶକ୍ତି, ସମୟ ଓ ଆର୍ଥିକ ସମ୍ବଳର ସଂରକ୍ଷଣ ହୋଇପାରିବ । ଏହି ବ୍ୟବସ୍ଥାରେ ନିର୍ବାଚନ ଖର୍ଚ୍ଚ ହ୍ରାସ ପାଇବା ସହ ଦେଶରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏହା ହେଲେ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ବୋଝ କମ୍ ପଡିବ । ଏହାକୁ ଲାଗୁ କରାଗଲେ ଜିଡିପି କ୍ଷତି କିଛି ମାତ୍ରାରେ ରୋକାଯାଇପାରିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଆମ ଦେଶରେ ୧୯୫୧-୫୨ ରୁ ୧୯୬୭ ମଧ୍ୟରେ ଯେଉଁ ନିର୍ବାଚନ ମଡେଲ ପ୍ରଚଳନ ଥିଲା ସେଥିରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକ ସଙ୍ଗେ ଅନୁଷ୍ଠିତ ହୋଇଥିଲା । ପରବର୍ତୀ ସମୟରେ ସମ୍ବିଧାନର ଧାରା ୩୫୬କୁ ଦୁରୁପଯୋଗ କରି ନିର୍ବାଚିତ ସରକାରକୁ ଭାଙ୍ଗି ଦିଆଯାଇଥିବାରୁ ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ପ୍ରକ୍ରିୟା ଅନୁଷ୍ଠିତ ହୋଇପାରିନଥିଲା । ୧୯୮୩ରେ ନିର୍ବାଚନ କମିଶନ ଏକକ ନିର୍ବାଚନ ପାଇଁ ଯୁକ୍ତି ଉପସ୍ଥାପନା କରିଥିଲେ । ୧୯୯୯ ମସିହାରେ ଜାତୀୟ ଲ’କମିଶନ ଅଧ୍ୟକ୍ଷ ବିଚାରପତି ଜୀବନ ରେଡ୍ଡୀ ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ନୀତି ଆୟୋଗ ଏବଂ ନିର୍ବାଚନ କମିଶନ ବିଚାରବିମର୍ଶ କରିଥିଲେ । ରାଜନୈତିକ ଇଚ୍ଛା ଶକ୍ତି ନଥିବାରୁ ଏହା ଗ୍ରହଣୀୟ ହୋଇ ପାରିନଥିଲା । ୨୦୧୫ରେ ପାର୍ଲିଆମେଂଟାରୀ ଷ୍ଟାଣ୍ଡିଙ୍ଗ କମିଟିଙ୍କ ନେତୃତ୍ୱରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବା ପାଇଁ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ ନୀତି ଆୟୋଗ ୨୦୧୭ରେ ଏକକ ନିର୍ବାଚନ ପାଇଁ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । ୨୦୧୯ ଓ ୨୦୨୪ ନିର୍ବାଚନରେ ଏହି ପ୍ରସ୍ତାବ ଉପରେ ୨୧ ତମ ଲ’ କମିଶନ ବିଚାରପତି ବି.ଏସ ଚୌହ୍ୱାନଙ୍କ ନେତୃତ୍ୱରେ ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ସପକ୍ଷରେ ଏକ ରିପୋର୍ଟ ୨୦୧୮ ଅଗଷ୍ଟ ମାସରେ ପ୍ରଦାନ କରାଯାଇଥିଲା । ବର୍ତମାନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏକକ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରି ଏହା ଉପରେ ବିଚାରବିମର୍ଶ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଭୁବନେଶ୍ୱରଠାରେ ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ୱେବିନାର କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି ଏବଂ ଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ବିଜେପି ରଷ୍ଟ୍ରୀୟ ଉପସଭାପତି ତଥା ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top