Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଓଏଏସସ୍ତରରେ ବଡ଼ଧରଣର ବଦଳି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ମନ୍ମଥ କୁମାର ବିଶ୍ୱାଳଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରାଙ୍କୁ ଅତିରିକ୍ତ ପରିବହନ ରାଜ୍ୟ କମିଶନର, ଉଦୟ ନାରାୟଣ ଦାସଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ, ବିଶ୍ୱଜିତ୍ ବିଶ୍ୱାଳଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ପ୍ରଭାତ କୁମାର ଭୋଇଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ତପନ କୁମାର ଶତପଥୀଙ୍କୁ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ, ନିହାର ରଞ୍ଜନ ଦାସଙ୍କୁ ଜଳସମ୍ପଦ ବିଭାଗରେ ଜମି ଅଧିଗ୍ରହଣ ଅଫିସର, ହରିଶ ଚନ୍ଦ୍ର ନାୟକଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ, ସରୋଜ କୁମାର ମହାନ୍ତିଙ୍କୁ କଟକ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ମନୋରଞ୍ଜନ ମଲ୍ଲିକଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ମାର୍ଶଲ ଏକ୍କା ସୁନ୍ଦରଗଡ଼ର ଜିଲ୍ଲା ସହରାଞ୍ଚଳ ବିକାଶ ଏଜେନ୍ସିର ପ୍ରକଳ୍ପ ଅଧିକାରୀ, ପରୀକ୍ଷିତ ସେଠୀଙ୍କୁ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ସୁକାନ୍ତ ତ୍ରିପାଠୀଙ୍କୁ ରାୟଗଡ଼ା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ରମାକାନ୍ତ ସେଠୀଙ୍କୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ବିକାଶ ଏଜେନ୍ସି ପ୍ରକଳ୍ପ ନିର୍ଦ୍ଦେଶକ, ମଧୁସୂଦନ ମିଶ୍ର-୨ଙ୍କୁ ଭଦ୍ରକ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ଦିଲ୍ଲୀପ କୁମାର ସାହୁଙ୍କୁ ଏମ୍ଏସ୍ଏମ୍ଇ ବିଭାଗର ଯୁଗ୍ମ ସଚିବ, କାହ୍ନୁଚରଣ ଧୀରଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ, ବସନ୍ତ କୁମାର ରାଉତଙ୍କୁ କଳାହାଣ୍ଡି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ନରୋତ୍ତମ ବେହେରାଙ୍କୁ ଢେଙ୍କାନାଳ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମାନନ୍ଦ ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ଯୁଗ୍ମ ସଚିବ, ଅନାମ ଚରଣ ପାତ୍ରଙ୍କୁ ଗଜପତି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସନତ୍ କୁମାର ମହାନ୍ତିଙ୍କୁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଜେନେରାଲ ମ୍ୟାନେଜର, ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଭବାନୀ ପାଟଣା ଆଇଟିଡିଏ, ଅନନ୍ତ ନାରାୟଣ ସିଂହ ଲାଗୁରୀ ନୀଳଗିରି ଆଇଟିଡିଏ ପିଏ, ଅମୀୟ କୁମାର ସାହୁଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଓ ସଞ୍ଜୟ କୁମାର ମିଶ୍ରଙ୍କୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ନାଉଗାଁ ବିଡିଓ ରାଜୀବ ଲୋଚନ ସିଂହଙ୍କୁ ଗୃହ ବିଭାଗର ଉପସଚିବ, ବିଜନ କୁମାର ଥମ୍ବଙ୍କୁ ବାରିପଦା ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଲୋକନାଥ ଦଳବେହେରାଙ୍କୁ ଜୟପୁର ଉପଜିଲ୍ଲାପାଳ, ଇନ୍ଦିରା ବେହେରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଉପସଚିବ, ଗୀତାଞ୍ଜଳି ନାୟକଙ୍କୁ ଗୃହ ବିଭାଗର ଉପସଚିବ, ବାସୁଦେବ ଶତପଥୀଙ୍କୁ ଅନୁଗୋଳ ଉପଜିଲ୍ଲାପାଳ, ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ଘଟଗାଁ ବିଡିଓ ଓ ଅଶୋକ କୁମାର ମହାନ୍ତିଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି । ସେହିପରି ଓଏଏସ୍ ଜୁନିୟର ବ୍ରାଞ୍ଚର ୬୮ଜଣ ଅଫିସର୍ଙ୍କୁ ସିନିୟର ବ୍ରାଞ୍ଚକୁ ପଦୋନ୍ନତି ମିଳିଛି ତଥା ସେମାନଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top