Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ ବିବାଦ ଏତେ ତୀବ୍ର ହୋଇଛି ଯେ ଆଜି ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିବାର ନାଁ ଧରିନି । ଓଲଟା ଗୋଟିଏ ଗୋଷ୍ଠୀ ଆବଶ୍ୟକ ପଡ଼ିଲେ ବିଜେପି ସହ ସାମିଲ ହେବ ବୋଲି ଆଜି ରୋକଠୋକ୍ ଜଣାଇ ଦେଇଛି । ଶଙ୍ଖ ଭବନରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ତାଳିପକା ଉଦ୍ୟମ, ନବୀନ ନିବାସରେ ନବୀନଙ୍କ ଦୁଇଧାଡ଼ିଆ ଆଶ୍ୱାସନା କିଛି କାମ ଦେଇନି ଓ ଉଭୟ ଗୋଷ୍ଠୀ ପରସ୍ପର ଜିଦରେ ଅଟଳ ରହିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମରେ ବିଜେଡି ଜିଲ୍ଲା ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଗୋଷ୍ଠୀକନ୍ଦଳର ସମାଧାନ ପାଇଁ ଆଜି ସମସ୍ତଙ୍କୁ ଭୁବନେଶ୍ୱର ଡକାଯାଇଥିଲା । ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀ ପରସ୍ପରକୁ ଦୋଷାରୋପ କରିବା ସହ ଦଳୀୟ ସଂଗଠନକୁ ଦୁର୍ବଳ କରୁଥିବାର ଅଭିଯୋଗ ଆଣିଥିଲେ । ଏପରିକି ପରସ୍ପର ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଏଭଳି ସ୍ତରକୁ ଯାଇଥିଲା ଯେ, ଦେବୀଙ୍କ ତାଳିପକା ଉଦ୍ୟମ ଫେଲ୍ ମାରିଥିଲା । ପରେ ଉଭୟ ପକ୍ଷକୁ ବୁଝାସୁଝା କରି ନବୀନ ନିବାସ ନିଆଯାଇଥିଲା । ସେଠାରେ ନବୀନ ଏସବୁ ବିଶେଷକିଛି ନଶୁଣି ସଂଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ପରାମର୍ଶ ଦେଇଥିଲେ । ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କହିବା ସହ ଲୋକଙ୍କ ସମସ୍ୟା ପ୍ରତି ସଚେତନ ହେବାକୁ କହିଥିଲେ । ଏହାସହିତ ସେ ଖୁବଶୀଘ୍ର ଗଞ୍ଜାମ ଗସ୍ତରେ ଯିବେ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି ।
ନବୀନଙ୍କ ଏଭଳି ଆଶ୍ୱାସନା କିନ୍ତୁ ଦୁଇ ଗୋଷ୍ଠୀ ମଧ୍ୟରେ ବଢ଼ୁଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ପାରିନାହିଁ । ଓଲଟା ବ୍ରହ୍ମପୁର ମହାନଗର ନିଗମର ଅଧିକାଂଶ କର୍ପୋରେଟର ଏବେ ବିଜେପି ସହ ଲିଙ୍କରେ ରହିଥିବା ଆଜିର ବୈଠକରୁ ସ୍ପଷ୍ଟ ହୋଇଯାଇଛି ।
ଏହି ବୈଠକ ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ନବୀନ ନିବାସରେ ଗଞ୍ଜାମ ନେତାମାନେ ନବୀନଙ୍କୁ ଭେଟିଲେ । ବ୍ରହ୍ମପୁର ମହାନଗର ନିଗମର ମେୟର, ୩୪ଜଣ କର୍ପୋରେଟର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍‌ଟନାୟକଙ୍‌କ ସହ ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ୍ ମଧ୍ୟ ଉପସ୍ଥିତ ଥିଲେ । ପରସ୍ପର ମଧ୍ୟରେ ସମନ୍ୱୟ ରଖି ସଭ୍ୟ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ଉପରେ ଆଲୋଚନା ହୋଇଛି । ଏନେଇ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଗଲା ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସେହିପରି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମହାନଗର ନିଗମରେ ଯେଉଁ ବିବାଦ ଅଛି ତାହା ମହାନଗରରେ ତୁଟିବ । ସେସବୁ ଆଭ୍ୟନ୍ତରୀଣ ମତପାର୍ଥକ୍ୟ । କିନ୍ତୁ ସମସ୍ତେ ଏକ ହୋଇ କାମ କରିବେ ବୋଲି ସହମତି ହୋଇଛନ୍ତି । ରାମଲିଙ୍ଗମ ଟ୍ୟାଙ୍କକୁ ନେଇ ସମସ୍ୟା ଥିଲା । ନବୀନ ପଟ୍ଟନାୟକଙ୍କ କଥା ଆସିଲେ ସମସ୍ତେ ଏକଜୁଟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜିର ବୈଠକ ପରେ ୧୦ରୁ ଅଧିକ କର୍ପୋରେଟର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନେ ଆଉ ଦଳୀୟ ନେତାଙ୍କ ଭରସାରେ ରହିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top