Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କାହା ଇଙ୍ଗିତରେ ଦାମ ଦେଲେ କଂଗ୍ରେସକୁ ମେଂଟ ଅଫର୍

ଭୁବନେଶ୍ୱର : ବିଜେପି ଓ କଂଗ୍ରେସଠାରୁ ସମଦ୍ୱରତ୍ୱ ରକ୍ଷା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାରମ୍ବାର ଦୃଢୋକ୍ତିର ବିପରୀତରେ ଯାଇ ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତ ରାଜନୀତିକ ମେଂଟ ନିମନ୍ତେ ଆଜି କଂଗ୍ରେସକୁ ଖୋଲା ଅଫର୍ ଦେଇଛନ୍ତି । ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଫର୍ କଦାପି ଦାମଙ୍କ ନିଜସ୍ୱ ମତାମତ ନୁହେଁ ଓ କାହା ଇଙ୍ଗିତରେ ଦାମ ଏଭଳି ବୟାନ ଦେଲେ ତାକୁ ନେଇ ପାୱାର କରିଡର୍ରେ ଚର୍ଚ୍ଚା ।
ଡାକ୍ତର ରାଉତ ଆଜି ନିଜଆଡ଼ୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ଏକ ସାମ୍ପ୍ରଦାୟିକ ଶକ୍ତି । ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମାନେ ଦଳୀୟ ଓ ଆଂଚଳିକ ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି । ତେଣୁ ସାମ୍ପ୍ରଦାୟିକ ଶକ୍ତିିିକୁ ରୋକିବାକୁ ହେଲେ ଅଣବିଜେପି ଦଳଗୁଡ଼ିକ ଏକଜୁଟ ହେବାର ଆବଶ୍ୟକତା ରହିଛି । ଦଳମତ ନିର୍ବିଶେଷରେ ସମସ୍ତେ ଅଣବିଜେପି ଶକ୍ତିକୁ ବିରୋଧ କରିବା ଜରୁରୀ ହୋଇପଡ଼ିଛି । କଂଗ୍ରେସ ଏକ ଧର୍ମନିରପେକ୍ଷ ଦଳ, ତା’ ସହ ମିଶି ନିର୍ବାଚନ ଲଢ଼ିବାରେ ବିଜେଡିର ଅସୁବିଧା ନାହିଁ । କଂଗ୍ରେସ ମଧ୍ୟ ଏହାକୁ ସ୍ୱାଗତ କରିବା ଉଚିତ୍ । ୧୪୭ ଆସନ ମଧ୍ୟରୁ କଂଗ୍ରେସର କେଉଁଠି ଜିତିବାର ସମ୍ଭାବନା ଅଛି, ତାକୁ ପ୍ରକାଶ କରୁ । ଆମେ ତାକୁ ସ୍ୱାଗତ କରିବୁ । ତେବେ ମେଂଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ । ଦାମ କହିଛନ୍ତି ଯେ ଗୁଜରାଟରେ ବିଜେପିର ମୁକାବିଲା ପାଇଁ ସବୁ ଦଳ ଏକାଠି ହୋଇଛନ୍ତି । କିନ୍ତୁ ଏଠି ବିଜେଡି ଏକାକୀ ଯଥେଷ୍ଟ । ବିଜେପିର ମିଶନ ୧୨୦ କେବଳ ଦିବାସ୍ୱପ୍ନ । ୨୦୧୯ ନିର୍ବାଚନରେ ବିଜେଡି ପୁଣିଥରେ କ୍ଷମତାକୁ ଆସିବ । ତେବେ ବିଜେପିକୁ ବିରୋଧ କରିବାରେ ଯିଏ ସହଯୋଗ କରିବ ତାକୁ ବିଜେଡି ସ୍ୱାଗତ କରିବ । ସାରାଦେଶରେ ବାମପନ୍ଥୀ ଦଳଗୁଡ଼ିକର ପ୍ରାଧାନ୍ୟ ହ୍ରାସ ପାଇଲାଣି । କଂଗ୍ରେସ ଯଦି ସାମ୍ପ୍ରଦାୟିକତା ଦଳ(ବିଜେପି) ବିରୋଧରେ ଏକଜୁଟ ହେଇ ଲଢ଼ିବାକୁ ଆଗେଇ ଆସିବ, ଆମେ ସ୍ୱାଗତ କରିବୁ । ଅଣବିଜେପି ଦଳଗୁଡ଼ିକ ଏକ ହେବା ଦରକାର । ଆଦର୍ଶଗତ ଦୃଷ୍ଟିରୁ କଂଗ୍ରେସ ଆମର ଶତ୍ରୁ ନୁହେଁ । ରାଜନୀତିକ ମେଂଟ ପାଇଁ ବିଜେଡି ଓ କଂଗ୍ରେସ କଥାବାର୍ତା କରିବାରେ ଅସୁବିଧା ନାହିଁ । ବିଜେପି ଆମର ଆଦର୍ଶଗତ ଶତ୍ରୁ, କଂଗ୍ରେସ ନୁହେଁ । ତେଣୁ କଂଗ୍ରେସ କେଉଁ ଆସନରେ ଜିତିବାର ସମ୍ଭାବନା ଅଛି ତାହା ପ୍ରକାଶ କରୁ । ଏହି ପ୍ରସ୍ତାବକୁ ବିରୋଧୀ ଦଳ ସ୍ୱାଗତ କରିବା ଉଚିତ୍ । ଅନ୍ୟପକ୍ଷରେ ଡାକ୍ତର ରାଉତଙ୍କ ଏହି ଅଫର୍କୁ କଂଗ୍ରେସ ପକ୍ଷରୁ ସଙ୍ଗେସଙ୍ଗେ ପ୍ରତ୍ୟାଖ୍ୟାନ କରାଯାଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ମହମ୍ମଦ ମୋକିମ୍ ଏଭଳି ଅଫର୍କୁ ଖାରଜ କରିବା ସହ ଓଡ଼ିଶାରେ ବିଜେଡି ଦୁର୍ବଳ ହୋଇଥିବା ଦାମବାବୁ ସ୍ୱୀକାର କରୁଛନ୍ତି । କଂଗ୍ରେସ ଏବେ ବି ରାଜ୍ୟରେ ଏକାକୀ ସରକାର ଗଢ଼ିବାକୁ ସକ୍ଷମ ବୋଲି ସେ କହିଛନ୍ତି । ସେହିପରି ବିଜେଡି ସାଂସଦ କଳିକେଶ ସିଂହଦେଓ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦ୍ୱରତ୍ୱ ରକ୍ଷା କରିବାରେ ବିଜେଡି ବିଶ୍ୱାସ କରେ । ରାଜ୍ୟରେ କଂଗ୍ରେସ ସହ ମେଂଟର କିଛି ଆବଶ୍ୟକତା ନାହିିଁ । ବିଜେପି ଯେଉଁଠାରେ ଶକ୍ତ, ସେଠାରେ ମେଂଟର ଆବଶ୍ୟକତା ଥାଇପାରେ । ଓଡ଼ିଶାରେ ବିଜେଡି ଏକା ସରକାର ଗଢ଼ିବାରେ ସକ୍ଷମ ।
ତେଣୁ ଉଭୟ କଂଗ୍ରେସ ଓ ନିଜ ଦଳ ଭିତରେ ଏଭଳି ବିରୋଧାଭାସ ମଧ୍ୟରେ ଡାକ୍ତର ରାଉତ କାହା ଇସାରାରେ ଏହି ମେଂଟ ଅଫର୍ ଦେଲେ ତାହା ବିଜେଡି ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ତୃତୀୟ ମହଲା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡାକ୍ତର ରାଉତ ଆଜି କ୍ୟାବିନେଟ୍ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାଙ୍କୁ ସାକ୍ଷାତ କରିଥିଲେ । ଡାକ୍ତର ରାଉତଙ୍କୁ ଗଣମାଧ୍ୟମ ସମ୍ମୁଖରେ ଏଭଳି ପ୍ରତିକ୍ରିୟା ରଖିବା ପାଇଁ କୁହାଯାଇଥିଲା । ଏହାପଛରେ ଉଭୟ ଦଳ ଓ କଂଗ୍ରେସ ମଧ୍ୟରେ କ’ଣ ପ୍ରତିକ୍ରିୟା ଆସୁଛି ତାକୁ ପରଖିବା ସହ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top