ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ଶତପ୍ରତିଶତ ବୋନସ୍ ଦେବେ । ଏହା ସହିତ କେନ୍ଦୁପତ୍ର କେରି ପିଛା ୨୫ ପ୍ରତିଶତ ଦର ବୃଦ୍ଧି କରିଛନ୍ତି । ବନ୍ଧାଳି ଓ ସିଜ୍ନାଲ କର୍ମଚାରୀଙ୍କ ମଜୁରୀ ଉପରେ ୨୦ ପ୍ରତିଶତ ଅଧିକ ବୋନସ୍ ପ୍ରଦାନ କରାଯିବ । ପ୍ରାୟ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ଶତପ୍ରତିଶତ ବୋନ୍ସ ଦେବେ । ଏହା ସହିତ କେନ୍ଦୁପତ୍ର କେରି ପିଛା ୨୫ ପ୍ରତିଶତ ଦର ବୃଦ୍ଧି କରିଛନ୍ତି । ବନ୍ଧାଳି ଓ ସିଜ୍ନାଲ କର୍ମଚାରୀଙ୍କ ମଜୁରୀ ଉପରେ ୨୦ ପ୍ରତିଶତ ଅଧିକ ବୋନସ୍ ପ୍ରଦାନ କରାଯିବ । ପ୍ରାୟ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୧୮ ମସିହା ପାଇଁ କେରୀ ଅଞ୍ଚଳରେ(୨୦ଟି ପତ୍ର) କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ୮୦ପଇସାରୁ ୧ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଫାଲ୍ ଅଞ୍ଚଳରେ(୪୦ପତ୍ର ସଂଗ୍ରହ ମୂଲ୍ୟକୁ ୧ ଟଙ୍କା ୬୦ପଇସାରୁ ୨ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୭ ମସିହା ପାଇଁ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କୁ ୧୬୦ କୋଟି ଟଙ୍କାର ବୋନସ୍ ଦିଆଯିବ । ବନ୍ଧାଳି ଓ ସିଜ୍ନାଲ କର୍ମଚାରୀଙ୍କ ମଜୁରୀ ଉପରେ ୨୦ ପ୍ରତିଶତ ଅଧିକ ବୋନସ୍ ପ୍ରଦାନ କରାଯିବ । ରାଜ୍ୟରେ ମୋଟ ସାଢ଼େ ୭ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ୨୬ହଜାର ବନ୍ଧାଳୀ ଅଛନ୍ତି । ୨୦୧୭ ମସିହାରେ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ୍କୁ ବିଭିନ୍ନ ଦେୟ ବାବଦରେ ୧୮୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ୨୦୧୭-୧୮ ମସିହାରେ ବୋର୍ଡ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କ ବିଭିନ୍ନ କଲ୍ୟାଣ କ୍ଷେତ୍ରରେ ୪୦ କୋଟି ଟଙ୍କା ବିନିଯୋଗ ହୋଇଛି । ଆଜିର ବୈଠକରେ ଜଙ୍ଗଲ ଓ ପରିବେଶ, ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


