Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କ୍ଷମା ମାଗିଲେ ଦାମ,ଥମୁନି ବିବାଦ

ଭୁବନେଶ୍ୱର,: ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତ ‘ସ୍ୱାମୀ ଛାଡ଼ି ଅଙ୍ଗନୱାଡି’ ପ୍ରସଙ୍ଗରେ ଗତକାଲି ଦୁଃଖପ୍ରକାଶ କରିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ କ୍ଷମା ମାଗିଛନ୍ତି । ତଥାପି ଏହି ପ୍ରସଙ୍ଗ ଥମିବାର ନାଁ ନେଉନି । ଏପଟେ ଦାମଙ୍କ ଏଭଳି ବୟାନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାପସନ୍ଦ କରିଛନ୍ତି ଓ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ସାମ୍ବାଦିକଙ୍କୁ ସୂଚନା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, “ସେ କାହା ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ଏଭଳି ମନ୍ତବ୍ୟ ଦେଇନାହାନ୍ତି । କେବଳ ଏକ ଉପଲକ୍ଷ୍ୟ ଦେଇ ଏହା କହିଥିଲି । ଗତକାଲି ଏଥିପାଇଁ ଦୁଃଖପ୍ରକାଶ କରିଥିଲି । ଯଦି ମୋ’ କଥା କାହା ମନରେ ବ୍ୟଥା ଦେଇଥିବ ସେଥିପାଇଁ କ୍ଷମା ମାଗୁଛି ।” ଏହା ସତ୍ତେ୍ୱ ଯଦି କିଏ ଏହାକୁ ଅନ୍ୟ ଅର୍ଥରେ ନେବ ତା’ହେଲେ ମୁଁ କିଛି କରିପାରିବି ନାହିଁ । ଲୋକ ଚାହିଁବା ଭଳି କଥା ସିଏ କୁହନ୍ତି । କିନ୍ତୁ ଆମ ଦଳରେ କିଛି ପରଶ୍ରୀକାତର ଲୋକ ଅଛନ୍ତି । କେହି କାହାର ଶିରି ଦେଖିପାରନ୍ତି ନାହିଁ । ସେମାନେ ଅନ୍ୟ ଦଳର କଥା କହି ସୁଖ ପାଉଛନ୍ତି ।  କିଏ କ’ଣ କରୁଛନ୍ତି ଓଡ଼ିଶାର ଲୋକ ଜାଣୁଛନ୍ତି । ଠିକଣା ସମୟରେ ସେମାନଙ୍କୁ ଉଚିତ୍ ଜବାବ ଦେବେ । ତେବେ ମୋ’ ଦଳ ଓ ନେତା ବିଷୟରେ କିଏ କହିଲେ ମୁଁ ତାକୁ କଡ଼ା ଜବାବ ଦେବି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି ।” ଅନ୍ୟପକ୍ଷରେ ଆଜି ଇଣ୍ଡିଆନ ଏକ୍ସପ୍ରେସ୍ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜନୀତିରେ ପରସ୍ପରକୁ ବ୍ୟକ୍ତିଗତ ଭାବେ ଆକ୍ଷେପକୁ ସେ ପସନ୍ଦ କରନ୍ତି ନାହିଁ । ଏଭଳି ଆଚରଣ ଖରାପ ଓ ଅଗ୍ରହଣୀୟ । ସେ ନିଜେ କେବେ ବି କାହା ନାଁ ନେଇ ବ୍ୟକ୍ତିଗତ ଭାବେ ଆକ୍ଷେପ କରନ୍ତି ନାହିଁ । ମନ୍ତ୍ରୀ ଡାକ୍ତର ରାଉତଙ୍କ ନା’ ନେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏଭଳି ମନ୍ତବ୍ୟ ଦେଇଥିବା ଯୋଗୁ ସେ ତାଙ୍କ ସହ କଥା ହୋଇଛନ୍ତି । ଶାସକ ଦଳ ପକ୍ଷରୁ ମଧ୍ୟ ସେଭଳି ବ୍ୟକ୍ତିଗତ ଆକ୍ଷେପ କରାଯିବା କଥା ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି । ତେବେ ଦାମଙ୍କ କ୍ଷମା ମାଗିବା ସତ୍ତେ୍ୱ ବିଜେପି ଏହି ପ୍ରସଙ୍ଗକୁ ବଞ୍ଚାଇ ରଖିବାକୁ ଚାହୁଁଛି । ବିଜେପି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଆନ୍ତରିକତା ନଥିବା ଭଳି ଦାମବାବୁ କ୍ଷମା ମାଗିଛନ୍ତି । ମହିଳାଙ୍କ ପ୍ରତି ଯେଭଳି ଆଚରଣ ଦାମବାବୁ କରିଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ସମ୍ମୁଖକୁ ଆସି ପ୍ରତିକ୍ରିୟା ରଖିବା ଜରୁରୀ ହୋଇପଡ଼ିଛି । ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପିଏମ୍ଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top