Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ତୃତୀୟ ମେଣ୍ଟ : ସମଦୂରତ୍ୱରେ ରହିବ ବିଜେଡି

ଭୁବନେଶ୍ୱର :  ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ତୃତୀୟ ମେଣ୍ଟ ଗଠନ  ପ୍ରୟାସକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଛି । ତେବେ ଏଭଳି ତୃତୀୟ ମେଣ୍ଟଠାରୁ ବିଜେଡି ଏବେ ଏବେ ସମଦ୍ୱରତ୍ୱ ନୀତି ଅବଲମ୍ବନ କରିବ ବୋଲି କହିଛି । ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାହା ଉଚିତ୍ ସେଭଳି ପଦକ୍ଷେପ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି କହିଛି ।ଭୁବନେଶ୍ୱର :  ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ତୃତୀୟ ମେଣ୍ଟ ଗଠନ  ପ୍ରୟାସକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଛି । ତେବେ ଏଭଳି ତୃତୀୟ ମେଣ୍ଟଠାରୁ ବିଜେଡି ଏବେ ଏବେ ସମଦ୍ୱରତ୍ୱ ନୀତି ଅବଲମ୍ବନ କରିବ ବୋଲି କହିଛି । ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାହା ଉଚିତ୍ ସେଭଳି ପଦକ୍ଷେପ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି କହିଛି । ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଦଳର ସଭାପତି ସବୁବେଳେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଓ ବିଜେପିଠାରୁ ତାଙ୍କ ଦଳ ସମଦ୍ୱରତ୍ୱ ବଜାୟ ରଖିବା ନୀତିରେ ଏବେ ବି କାଏମ ରହିଛି । ତେବେ ଆଗାମୀ ଦିନରେ ଦଳର ଆଭିମୁଖ୍ୟ କ’ଣ ରହିବ ତା’ର ନିଷ୍ପତ୍ତି ବିଜେଡି ସଭାପତି ନିଜେ ନେବେ । ଦଳର ନେତାମାନଙ୍କ ସହ ବିଚାରବିମର୍ଶ କରି ଯାହା ଉଚିତ୍ ହେବ ସେଭଳି ପଦକ୍ଷେପ ସଭାପତି ନେବେ ବୋଲି ସେ କହିଛନ୍ତି । ଶ୍ରୀ ଜେନା ଏହି ଅବସରରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ମୋଦି ସରକାରର ଅସଲ୍ ଚେହେରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ବିଜେଡି କାର୍ଯ୍ୟ କରିବ । ମୋଦି ସରକାର ସବୁକ୍ଷେତ୍ରରେ ଫେଲ୍ ମାରିଛି । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିପାରିନି । ମୋଦି ସରକାର ହେଉଛି ପୁଞ୍ଜିପତିଙ୍କ ସରକାର । ଗରିବ,ଚାଷୀ ଓ ବେକାର ବିରୋଧୀ ମୋଦି ସରକାର ବିରୋଧରେ ବିଜେଡି ତା’ର ସ୍ୱରକୁ ଶାଣିତ କରିବ । ସେହିପରି ବିଜେଡି ଉପସଭାପତିି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବିଜେଡି ସମାନ ଦୂରତ୍ୱ ନୀତିରେ କାଏମ ରହିଛି । ତେବେ ତୃତୀୟ ମେଣ୍ଟରେ ବିଜେଡି ସାମିଲ ହେବ କି ନାହିଁ ତା’ର ନିଷ୍ପତ୍ତି କେବଳ ଦଳର ସଭାପତି ନବୀନ ପଟ୍ଟନାୟକ ନେବେ । ସୂଚନାଯୋଗ୍ୟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବିପୁଳ ବିଜୟ ପରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଓଡ଼ିଶା,ପଶ୍ଚିମବଙ୍ଗ ଓ କେରଳରେ ସରକାର ଗଢ଼ିବା ବିଜେପିର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ଏହାପରେ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିଜେପି ବିରୋଧରେ ସ୍ୱରକୁ ଶାଣିତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top