Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପ୍ରସାଦଙ୍କ ଚାଲ୍ , ବିଧାୟକ ତାଜୁବ୍

ଭୁବନେଶ୍ୱର,: ପିସିସି ସଭାପତି ଓ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରେ ଚାଲିଥିବା ଗୋଷ୍ଠୀକନ୍ଦଳ ଏବେ ଉଗ୍ର ରୂପ ନେଇଛି । ଏଆଇସିସି ସଦସ୍ୟ ତାଲିକାରୁ ଅଧିକାଂଶ ପୁରୁଖା ନେତା ବାଦ୍ ପଡ଼ିବା ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜର ସମର୍ଥକମାନଙ୍କୁ ଏଆଇସିସି ସଦସ୍ୟ ଭାବେ ଥଇଥାନ କରିବାରେ ସକ୍ଷମ ହୋଇଥିବାରୁ ରାଜ୍ୟ କଂଗ୍ରେସରେ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ କଂଗ୍ରେସ ହାଇକମାଣ୍ଡ କେତେକ ବରିଷ୍ଠ ନେତାଙ୍କ ସମେତ ୯ ଜଣ ବିଧାୟକଙ୍କୁ ଏଆଇସିସି ସଦସ୍ୟ ତାଲିକାରୁ ବାଦ ଦେଇଛନ୍ତି । କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ସମେତ ବିଧାୟକ ଯୋଗେଶ ସିଂ, ପ୍ରଫୁଲ୍ଲ ମାଝୀ, କେ ସୁର୍ଯ୍ୟା ରାଓ, ଚନ୍ଦ୍ର ଶେଖର ମାଝୀ, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ଜାକବ୍ ପ୍ରଧାନ ଓ ପ୍ରକାଶ ବେହେରା ଏଆଇସିସି ତାଲିକାରେ ସାମିଲ ହୋଇନାହାନ୍ତି । ଏମାନଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ, ଗଣେଶ୍ୱର ବେହେରା, କୈଳାସ ଆଚର୍ଯ୍ୟ ପ୍ରମୁଖଙ୍କ ମଧ୍ୟ ଏହି ତାଲିକାରେ ନାଁ ନାହିଁ । ଏଥିରୁ ବାଦପଡ଼ିଥିବା କିଛି ବିଧାୟକ ଏବଂ ବରିଷ୍ଠ ନେତାଙ୍କୁ ସହଯୋଗୀ ଏଆଇସିସି ସଦସ୍ୟ ଭାବରେ ନିଆଯାଇପାରେ ବୋଲି ମନେ କରାଯାଉଥିଲେ ସୁଦ୍ଧା ତାହା ମଧ୍ୟ କରାଯାଇ ନାହିଁ । ଆଜି ସନ୍ଧ୍ୟାରେ ପ୍ରକାଶ ପାଇଥିବା ଏହି ସହଯୋଗୀ ତାଲିକାରେ ୨୦ ଜଣଙ୍କ ମଧ୍ୟରୁ ଅଧିକାଂଶ ଯୁବକଙ୍କୁ ସାମିଲ କରାଯାଇଛି । ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସଂଗ୍ରାମ ମିଶ୍ର, ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥୀ, ସଂଗ୍ରାମ ଜେନା, କିଶୋର ଜେନା, ସ୍ୱାଗତିକା ପଟ୍ଟନାୟକ ଓ ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ସ୍ଥାନ ପାଇଛନ୍ତି । ସେହିପରି ନୂତନ ଏଆଇସିସି ସଦସ୍ୟ ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସମେତ ସମସ୍ତ ପୂର୍ବତନ ପିସିସି ସଭାପତିଙ୍କୁ ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଅମର ପ୍ରଧାନ, ଭକ୍ତଚରଣ ଦାସ, ଚନ୍ଦ୍ରଶେଖର ସାହୁ, କାହ୍ନୁଚରଣ ଲେଙ୍କା, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ମାଝୀ, ରାମ ରଥ, ଶ୍ରାକାନ୍ତ ଜେନା ପ୍ରମୁଖଙ୍କୁ ସାମିଲ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ମୋକିମ, ସେକ୍ ମତଲୁବ ଅଲ୍ଲୀ, ସାଂସଦ ରଞ୍ଜୀବ ବିଶ୍ୱାଳ, ଶରତ ରାଉତ, ପ୍ରକାଶ ଦେବତା, ଡମ୍ବରୁଧର ଉଲାକା ପ୍ରମୁଖ ସାମିଲ ଅଛନ୍ତି । ସମୁଦାୟ ୭୮ ଜଣ ଏଆଇସିସି ସଦସ୍ୟଙ୍କ ସମେତ ୨୦ ଜଣ ସହଯୋଗୀ ଏଆଇସିସି ସଦସ୍ୟଙ୍କ ତାଲିକା ପ୍ରକାଶ ପାଇଛି । ସର୍ବକନିଷ୍ଠ ଏଆଇସିସି ସଦସ୍ୟ ଭାବରେ ନବରଙ୍ଗପୁରର ମନିଷା ତ୍ରିପାଠୀଙ୍କୁ ଏହି କମିଟିରେ ସ୍ଥାନ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top