ଭୁବନେଶ୍ୱର : ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ କଂଗ୍ରେସର କିଛି ବିଧାୟକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ପ୍ରସାଦ ଯଦି ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ନେତୃତ୍ୱ ନିଅନ୍ତି, ତା’ହେଲେ ସେମାନେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଦଳର ଦୁଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ଯୋଗେଶ ସିଂହ ଆଜି ଖୋଲାଖୋଲି ଭାବେ ଗଣମାଧ୍ୟମରେ ଏହା କହିଛନ୍ତି ।ଭୁବନେଶ୍ୱର : ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ କଂଗ୍ରେସର କିଛି ବିଧାୟକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ପ୍ରସାଦ ଯଦି ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ନେତୃତ୍ୱ ନିଅନ୍ତି, ତା’ହେଲେ ସେମାନେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଦଳର ଦୁଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ଯୋଗେଶ ସିଂହ ଆଜି ଖୋଲାଖୋଲି ଭାବେ ଗଣମାଧ୍ୟମରେ ଏହା କହିଛନ୍ତି । ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ବିଧାୟକ ଯୋଗେଶ ସିଂ କହିଛନ୍ତି ଯେ ସେ ପ୍ରସାଦ ଓ ହରିଆ(ହରି ପ୍ରସାଦ)ଙ୍କ ଦୁର୍ବଳ ନେତୃତ୍ୱରେ ନିର୍ବାଚନ ଲଢ଼ିବେ ନାହିଁ । ଆଗରୁ ସେ ଏହା କହିଥିଲେ ଓ ଏବେ ମଧ୍ୟ ତାହା ଦୋହରାଉଛନ୍ତି । ପ୍ରସାଦଙ୍କ ନେତୃତ୍ୱ ଠିକ୍ ନାହିଁ କି ସଂଗଠନ ସୁଦୃଢ଼ ହୋଇପାରୁନାର୍ହି । ତେଣୁ ପ୍ରସାଦ ପିସିସି ସଭାପତି ଥିବା ପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ିବେ ନାହିଁ । ସେ ଅନ୍ୟ ଦଳରେ ସାମିଲ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସମୟ ଆସିଲେ ସେ ସମ୍ପର୍କରେ ନିଷ୍ପତ୍ତି ନେବେ । ଦଳ କେମିତି ଚାଲିବ ତାହା ପିସିସି ସଭାପତି କହିପାରିବେ । ଏହା ତାଙ୍କର ଦାୟିତ୍ୱ । ଏଆଇସିସି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀରୁ ଡକରା ଆସିଛି । ମାତ୍ର ସେ ଦିଲ୍ଲୀ ଯିବେ ନାହିଁ ବୋଲି ଯୋଗେଶ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚେଷ୍ଟା କରିବି । ଯଦି ନେତୃତ୍ୱ ପରିବର୍ତ୍ତନ ନହେବ, ତା’ହେଲେ ସେ କଂଗ୍ରେସରେ ରହିବେ ନାର୍ହି । ପ୍ରସାଦ ଓ ହରିପ୍ରସାଦଙ୍କ ନେତୃତ୍ୱକୁ ସେ ଗ୍ରହଣ କରିପାରୁନାହାନ୍ତି । ତେଣୁ ସେମାନଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବି ନାହିଁ । ଦଳ ଛାଡ଼ିବା ପୂର୍ବରୁ ନିର୍ବାଚନମଣ୍ଡଳୀର ସାଧାରଣ ଲୋକଙ୍କ ପରାମର୍ଶ ସେ ନେବେ ବୋଲି ଯୋଗେଶ କହିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଚନ୍ତି ଯେ ପ୍ରସାଦ ସଭାପତି ରହିଲେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ତାଙ୍କର ମନ ନାହିଁ । ତେବେ ସେତେବେଳେ ପରିସ୍ଥିତି କ’ଣ ହେବ ତାହା ସେ ଏବେଠୁ କହିପାରିବେ ନାହିଁ । ଦଳରେ କିଛି ସମସ୍ୟା ରହିଛି । ଏଆଇସିସି ବୈଠକରେ ସେ ନେଇ ଗୁରୁତ୍ୱର ସହ ଉପସ୍ଥାପନ କରାଯିବ । ଦଳର ସ୍ଥିତି ଓ ନେତୃତ୍ୱ ପ୍ରସଙ୍ଗରେ ଏଆଇସିସିକୁ ଅବଗତ କରାଯିବ ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ କହିଛନ୍ତି ଯେ ନେତୃତ୍ୱ ପରିବର୍ତ୍ତନ ପାଇଁ ହେଉଥିବା ଦାବି ଜାରି ରହିବ । ସଂଗଠନକୁ ସଜାଡ଼ିବା ପାଇଁ ପ୍ରସାଦ ହରିଚନ୍ଦନ ଓ ପ୍ରଭାରୀ କିଛି ଠୋସ୍ ପଦକ୍ଷେପ ନେଇପାରି ନାହିଁ । ବିଧାୟକ ଦଳ ଓ ପିସିସି ମଧ୍ୟରେ ବିଭେଦ ରହିଲେ ସଂଗଠନ କଦାପି ସୁଦୃଢ଼ ହୋଇପାରିବ ନାହିଁ । ବିଧାୟକ ଦଳ ବୈଠକ ପ୍ରାୟ ୨ଘଣ୍ଟା ଧରି ବସିଥିଲା । ବଜେଟ୍ ଅଧିବେଶନ ପାଇଁ ଏହି ବୈଠକ ବସିଥିଲେ ମଧ୍ୟ ପ୍ରସାଦ ହଟାଓ ଅଭିଯାନ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଯେ, ଦଳର ଯାହା କିଛି କ୍ଷତି ହୋଇଛି ଏହି ବିଧାୟକମାନଙ୍କ ଯୋଗୁ ହେଉଛି । ଏମାନେ ପ୍ରସାଦଙ୍କୁ ହଟାଇବାକୁ କିଏ? ଜଣେ ମାମୁଲି କର୍ମୀ ଯାହା ଏମାନେ ବି ସେୟା ବୋଲି ଶ୍ରୀ ରାଉତରାୟ କହିଛନ୍ତି ।


