Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିକୁ ଡରାଇଲା ଏକଜିଟ୍ ପୋଲ୍ : ଏନଡିଏକୁ ସମର୍ଥନ ଦେବାକୁ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣିଥରେ ସରକାର ଗଠନ କରିବ ବୋଲି ସମସ୍ତ ଏକଜିଟ୍ ପୋଲ୍ ଆକଳନ କରିବା ପରେ ବିଜେଡି ବ୍ୟାକଫୁଟରେ। କେନ୍ଦ୍ରରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବନି ଓ ସରକାର ଗଠନରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦମ୍ଭୋକ୍ତି ବାଢ଼ିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ଆଗୁଆ ଏନଡିଏର ନିକଟତର ହେବାକୁ ଉଦ୍ୟମ କରିଛନ୍ତି। ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ‘ଟାଇମ୍ସ ନାଓ’କୁ ଦେଇଥିବା ପ୍ରତିକ୍ରିୟାରୁ ଏଭଳି ସଙ୍କେତ ମିଳିଛି।
ବିଜେଡି ମୁଖପାତ୍ର ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ “ ଯିଏ ଆମର ନ୍ୟାଯ୍ୟ ଦାବିକୁ ପୂରଣ କରିବ ସେହି ମେଣ୍ଟକୁ ବିଜେଡି ତା’ର ସମର୍ଥନ ଦେବ। ସେହି ଦଳ ଅବା ମେଣ୍ଟକୁ ବିଜେଡି ସମର୍ଥନ କରିବ ଯିଏ କେନ୍ଦ୍ରରେ ସରକାର ଗଠନ କରିବା ସ୍ଥିତିରେ ରହିବ। ଯଦି ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବ, ତାକୁ ବିଜେଡି ସମର୍ଥନ କରିପାରେ। ଓଡ଼ିଶାର ଦୀର୍ଘଦିନର ଦାବିକୁ ପୂରଣ କରିବାକୁ ଯିଏ ରାଜି ହେବ ତାକୁ ସମର୍ଥନ ଦିଆଯିବ। ”
ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସ୍ପଷ୍ଟ ବହୁମତ ସହ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଆକଳନ କରିଛନ୍ତି। ଓଡ଼ିଶାରେ ବିଜେଡିକୁ ମଧ୍ୟ ବିଜେପି କଡ଼ା ଟକ୍କର ଦେଇଛି ଓ ବିଜେପି ୮ରୁ ୧୨ଟି ଲୋକସଭା ଆସନ ଜିତିବ ବୋଲି ଏକଜିଟ୍ ପୋଲ ଆକଳନ କରିଛି।
ପ୍ରାୟତଃ ସମସ୍ତ ଏକଜିଟ୍ ପୋଲ୍ ରିପୋର୍ଟ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ସପକ୍ଷରେ ଯାଉଥିବାରୁ ବିଜେଡି ‘ମୂଲଚାଲ୍’ ପରିବର୍ତ୍ତେ କୋହଳ ଆଭିମୁଖ୍ୟ ପୋଷଣ କରିଛି। ଦଳ ଏହାର ସଙ୍କେତ ମଧ୍ୟ ନିଜର ମୁଖପାତ୍ରଙ୍କ ମାଧ୍ୟମରେ ଜାତୀୟ ଗଣମାଧ୍ୟମକୁ ଦେଇଛି। ଏହାସହିତ କେନ୍ଦ୍ରରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମେ’ ୨୩ରେ ଡାକିଥିବା ବୈଠକରେ ବିଜେଡି ସାମିଲ ହେବାର ସମ୍ଭାବନା କ୍ଷୀଣ ଥିବା ଭଳି ଲାଗୁଛି।
ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ରରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଆକଳନ କରି ‘ମୂଲଚାଲ’ ରାଜନୀତିକୁ ଆପଣାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ବିଜେଡି ଏବେ କାହିଁକି ଆଗୁଆ ସମର୍ଥନ ଅଜାଡ଼ି ଦେଉଛି। ଏବେ ଓଡ଼ିଶାର ସ୍ୱାର୍ଥର ଆଳ ଦେଖାଉଥିବା ବିଜେଡି ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ଅଂଶୀଦାର ରହିବା ସହ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟକୁ ଅଘୋଷିତ ସମର୍ଥନ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଗୁପ୍ତ ବୁଝାମଣା ଆଧାରରେ ସମର୍ଥନ ଦେଇ ଆସିଥିଲା। ୧୯୯୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି ନିଜର ରାଜନୀତିକ ଫାଇଦା ପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଅବା ମେଣ୍ଟ ସହ ଗୋପନ ବୁଝାମଣାରେ ରହିଥିବାବେଳେ କାହିଁକି ‘ଓଡ଼ିଶାର ସ୍ୱାର୍ଥ’କୁ ପ୍ରସଙ୍ଗ କରିନଥିଲା।
ରାଜନୀତିକ ବିଶ୍ଲେଷକଙ୍କ ମତରେ ବିଜେଡି ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ଥାଇ ଯେଉଁ ଅପକର୍ମ(ଦୁର୍ନୀତି) କରିଛି, ସେଥିରୁ ଖସିବା ପାଇଁ ଏନଡିଏକୁ ସମର୍ଥନ ଦେବାର ଆଗୁଆ ସଙ୍କେତ ଦେଇଛି। ବିଜେପି ସହ ଗୋପନ ବୁଝାମଣା କରି ବିଜେଡି ଗତ ୫ବର୍ଷ ମଧ୍ୟରେ କୋଲ୍ ବ୍ଲକ୍ ଆବଣ୍ଟନ, ଖଣି ଓ ଚିଟଫଣ୍ଡ ମାମଲାର ସିବିଆଇ ତଦନ୍ତକୁ ଦିଶାହୀନ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ବିଜେପି ଏବେ ବିଜେଡିକୁ କଡ଼ା ଟକ୍କର ଦେଇ ରାଜ୍ୟରେ ନିଜର ସାଂଗଠନିକ ଦକ୍ଷତା ଓ ଦମ୍ ଦେଖାଇବାରେ ଅନେକାଂଶରେ ସଫଳ ହେବାକୁ ଯାଉଥିବାବେଳେ ବିଜେଡି ସହ ‘ସାଲିସ୍ ରାଜନୀତି’ କରିବାର ସମ୍ଭାବନା କ୍ଷୀଣ। ଯାହାକୁ ଆକଳନ କରି ବିଜେଡି ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଆଗୁଆ ସମର୍ଥନ ଦେବାର ସଙ୍କେତ ଦେଇଛି ବୋଲି ଚର୍ଚ୍ଚା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top