Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେପି ରୁଢ଼ିବାଦୀ ଚିନ୍ତାଧାରା ସମ୍ପନ୍ନ : ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେପି ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ନାରୀ ନିର୍ଯାତନାକୁ ଆଳ କରିଛି, ଯାହା ଏକ ହାସ୍ୟାସ୍ପଦ ଓ ନିନ୍ଦନୀୟ ଘଟଣା ବୋଲି ବିଜେଡି କହିଛି।
ବିଜେପିର ନାଲିଚୁଡ଼ି ପିନ୍ଧା ଅଭିଯାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ମୁଖପାତ୍ର କସ୍ତୁରୀ ମହାପାତ୍ର କହିଛନ୍ତି ଯେ, ଆଜି ମହିଳା ବିଜେପି ଏଭଳି ପ୍ରତିବାଦ କରି ନିଜର ରୁଢ଼ିବାଦୀ ଚିନ୍ତାଧାରାକୁ ପ୍ରତିପାଦନ କରିଛନ୍ତି। ଚୁଡ଼ି କ’ଣ ଦୁର୍ବଳତାର ଲକ୍ଷଣ? ଯଦି ଚୁଡ଼ି ଦୁର୍ବଳତାର ସନ୍ତକ, ତେବେ ନିଜର ଓ ନିଜ ଦଳର ଦୁର୍ବଳତା ଏବଂ ହୀନମନ୍ୟତାକୁ ମହିଳା ବିଜେପି ପଦାରେ ପରିପ୍ରକାଶ କରୁଛନ୍ତି। ନିଜେ କାହିଁକି ଚୁଡ଼ି ପିନ୍ଧି ପ୍ରତିବାଦ କରୁଛନ୍ତି? ବିହାରର ଆଶ୍ରମରେ ସଂଖ୍ୟାଧିକ ଛାତ୍ରୀ ଦୁଷ୍କର୍ମର ଶିକାର ହେଲେ। ଧର୍ମେନ୍ଦ୍ର ପ୍ରଧାନ ଯିଏକି କେନ୍ଦ୍ରମନ୍ତ୍ରୀ ଓ ସେହି ରାଜ୍ୟରୁ ରାଜ୍ୟସଭାକୁ ଯାଇଥିବା ସଦସ୍ୟ, ତାଙ୍କୁ କାହିଁକି ମହିଳା ବିଜେପି ଚୁଡ଼ି ପିନ୍ଧାଇଲେ ନାହିଁ କିମ୍ବା ତାଙ୍କର ବହିଷ୍କାର ପାଇଁ ପ୍ରତିବାଦ କଲେ ନାହିଁ? ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ସର୍ବଦା ମହିଳାମାନଙ୍କ ସମ୍ମାନ, ନିରାପତ୍ତା, ସଶକ୍ତ ଓ ବିକାଶ ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। କିଛି ପ୍ରସଂଗ ନଥାଇ ଏଠାରେ ବିଜେପି ଯେତେ ମିଛରେ ପ୍ରତିବାଦ କଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ମହିଳା ବିଜେଡି ଉପଦେଷ୍ଟା ତଥା ମୁଖପାତ୍ର ଶ୍ରୀମତୀ ମହାପାତ୍ର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top