Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିମୁଦ୍ରାକରଣର ବର୍ଷ ପୂର୍ତ୍ତି : ଦ୍ୱନ୍ଦ୍ୱରେ ବିଜେଡି

ଭୁବନେଶ୍ୱର :  ବିମୁଦ୍ରାକରଣର ବର୍ଷପୂର୍ତ୍ତିକୁ ସମର୍ଥନ କରି ଆସନ୍ତା ନଭେମ୍ବର ୮ତାରିଖକୁ ଦେଶବ୍ୟାପୀ କଳାଟଙ୍କା ନିରୋଧ ଭାବେ ପାଳନ ପାଇଁ ବିଜେପି ନିଷ୍ପତ୍ତି ନେଇଥିବାବେଳେ ୧୮ଟି ଅଣବିଜେପି ଦଳ ଏହାକୁ ‘କଳାଦିନ’ ଭାବେ ପାଳିବେ ବୋଲି ଘୋଷଣା କରିଛନ୍ତି । ତେବେ ବିଜେପିର ଏହି ବର୍ଷପୂର୍ତ୍ତି ପାଳନକୁ ବିଜେଡି ସମର୍ଥନ ନା ବିରୋଧ କରିବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବିମୁଦ୍ରାକରଣର ବର୍ଷପୂର୍ତ୍ତି ପାଳନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି । ଦଳର ବରିଷ୍ଠ ନେତାଙ୍କ ସହ ବିଚାରବିମର୍ଶ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ବିମୁଦ୍ରାକରଣ ଯୋଗୁ ଦେଶର ଅର୍ଥନୀତିକୁ ମିଳିଥିବା ସଫଳତା ସମ୍ପର୍କରେ ଉକ୍ତ ଦିନ ରାଜ୍ୟର ବିଭିନ୍ନ ସ୍ଥାନକୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତାମାନେ ଯିବେ । ସେମାନେ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ସୁଫଳ ପ୍ରସଙ୍ଗରେ ବୁଝାଇବେ । ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବର ୮ତାରିଖରେ ଦେଶରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ୍କୁ ସମ୍ପୂର୍ଣ୍ଣ ଅଚଳ ଘୋଷଣା କରାଯାଇଥିଲା । ଏହି ବିମୁଦ୍ରାକରଣ ନିଷ୍ପତ୍ତିର ବର୍ଷ ପୂର୍ତ୍ତିକୁ ବିଜେପି ‘କଳାଟଙ୍କା ନିରୋଧ ଦିବସ’ ଭାବେ ପାଳିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ କଂଗ୍ରେସ ସମେତ ଅଣବିଜେପି ଦଳଗୁଡ଼ିକ ସେହିଦିନକୁ ‘କଳାଦିନ’ ଭାବେ ପାଳିବେ । ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦ୍ୱରତ୍ୱ ବଜାୟ ରଖିବା କଥା କହୁଥିବା ବିଜେଡିର ଆଭିମୁଖ୍ୟ ଏହି ପ୍ରସଙ୍ଗରେ କ’ଣ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top