Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଶ୍ୱକପ ହକି ଦୁର୍ନୀତି ହୋଇଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଶ୍ୱକପ୍ ହକି ଆୟୋଜନରେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଦୁର୍ନୀତି ହୋଇଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।
ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଅଭିଯୋଗ କରି କହିଛନ୍ତି ଯେ ଦୀର୍ଘ ୧୯ବର୍ଷ ହେବ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ। ଗତବର୍ଷ ନଭେମ୍ବର ଏବଂ ଡିସେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ହକି ବିଶ୍ୱକପ ଖେଳରେ ବହୁଚର୍ଚ୍ଚିର୍ତ ଦିଲୀ୍ଲ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଦୁର୍ନୀତି ହୋଇଛି। ତା’ହୋଇନଥିଲେ ହକି ବିଶ୍ୱକପ ଆୟୋଜନରେ କେତେ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ତାହାର ହିସାବ ଦେବା ପାଇଁ ସରକାର କାହିଁକି ଡରୁଛନ୍ତି। ସୂଚନା ଅଧିକାର ଆଇନ ବଳରେ ବିଭିନ୍ନ ମହଲରୁ ତଥ୍ୟ ମଗାଯାଇଥିଲେ ମଧ୍ୟ ସରକାର କାହିଁକି ତାକୁ ଏଡ଼ାଇ ଯାଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଥ୍ରୀ-ଟିର କଥା କହୁଛନ୍ତି। ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମଓାର୍କ। ହେଲେ ନା ତାଙ୍କର ଟ୍ରାନ୍ସପରେନ୍ସି ଅଛି ନା ଅଛି ଟେକ୍ନୋଲୋଜି। ହକି ବିଶ୍ୱପପ ଆୟୋଜନରେ ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିବା ସହ ହକିର ପ୍ରଚାରପ୍ରସାର ଆଳରେ କିଭଳି ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇପାରିବ ତାହା ମୁଖ୍ୟମନ୍ତ୍ରୀଙ୍କ ଅସଲ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି । ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ମୋଟ ୮୨ କୋଟି ଟଙ୍କା ସିଧାସଳଖ ଭାବେବଜେଟରେ ବ୍ୟବସ୍ଥା କରିଥିଲେ। ଏହାସହିତ ଓଡିଶା ଖଣି ନିଗମ ମାଧ୍ୟମରେ ଆଉ ୬ କୋଟି ଟଙ୍କା ଦେଇଛନ୍ତି । ହକି ବିଶ୍ୱକପରେ କେବଳ ବିଜ୍ଞାପନରେ ରାଜ୍ୟ ସରକାର ୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହି ଟଙ୍କାରେ ହକି ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନ ଛପାଇ ସେ ନିଜର ପ୍ରଚାରପ୍ରସାର କରିଛନ୍ତି। ଏହି ହକି ବିଶ୍ୱକପ ଦୁର୍ନୀତିରେ ରାଜ୍ୟସରକାରଙ୍କ ମୁଷ୍ଟିମେୟ ଅଧିକାରୀମାନେ ସଂପୃକ୍ତ। ଯେଉଁଥିରେ କ୍ରୀଡ଼ା ବିଭାଗ କର୍ମଚାରୀ, ମୁଖ୍ୟମନ୍ତ୍ରୀ ତୃତୀୟ ମହଲାର ଅଫିସରମାନେ, ବିଏମସି, ବିଡିଏ ଭଳି ଅନୁଷ୍ଠାନର ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି।
ହକିର ଏନ୍ତୁଡିଶାଳ ହେଉଛି ଓଡ଼ିଶା କିନ୍ତୁ ବିଜେଡି ସରକାର ଦୀର୍ଘ ୧୯ ବର୍ଷର ଶାସନ କାଳରେ ଗୋଟିଏ ବି ହକି ଷ୍ଟାଡ଼ିୟମ ଓଡ଼ିଶାରେ କରିନାହାନ୍ତି। ହକି ବିଶ୍ୱକପ ପାଇଁ ପ୍ରୋଭଜିନାଲବଜେଟରେ ୮୨ କୋଟି ୫୦ ଲକ୍ଷ ଟଙ୍କା ଏବଂ ବିଏମସିର ୫ କୋଟି ମିଶାଇ ସମୁଦାୟ ୮୭ କୋଟି ଟଙ୍କା ହୋଇଥିଲା। ଖେଳ ସରିବାର ୨ମାସ ପରେ ବି ହକି ବିଶ୍ୱକପର ଆୟୋଜନ ଖର୍ଚ୍ଚର ହିସାବ ରାଜ୍ୟସରକାର ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମହାନ୍ତି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top