ଭୁବନେଶ୍ୱର : ରାଜ୍ୟର ମରୁଡ଼ି ପ୍ରଭାବିତ ୧୫ଟି ଜିଲ୍ଲାର ୭୦ ବ୍ଲକ୍ର ୧୧୨୫ଟି ବ୍ଲକ୍ ଅନ୍ତର୍ଗତ ୬୦୧୫ଟି ଗାଁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧୬.୨୨ କୋଟି ଟଙ୍କାର ଏଗ୍ରିକଲଚର ଇନପୁଟ୍ ସବସିଡି ଘୋଷଣା କରିଛନ୍ତି । କେବଳ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡ଼ିଦେଲେ ବାକି ୧୩ଟି ଜିଲ୍ଲାରେ ୫୦ ପ୍ରତିଶତରୁ ଊଦ୍ଧ୍ୱର୍ ଫସଲ କ୍ଷତି ହୋଇଛି । ସର୍ବାଧିକ ବଲାଙ୍ଗିର ଜିଲ୍ଲା ପାଇଁ ୬୮ କୋଟି ୬୦ଲକ୍ଷ ୮୦ହଜାର ୮୩୨ ଟଙ୍କାର ଇନପୁଟ ସବସିଡି ଘୋଷଣା ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ପାଇଁ ସର୍ବନିମ୍ନ ୩ ଲକ୍ଷ ୭୪ହଜାର ଟଙ୍କା ମଞ୍ଜୁର ହୋଇଛି । ବରଗଡ଼ ଜିଲ୍ଲା ପାଇଁ ୬୨.୦୯ କୋଟି, ଢେଙ୍କାନାଳ ପାଇଁ ୧୬.୬୬ କୋଟି, ନୂଆପଡ଼ା ଜିଲ୍ଲା ପାଇଁ ୪୧.୭୮ କୋଟି, ନୟାଗଡ଼ ପାଇଁ ୩.୧୧ କୋଟି, କଳାହାଣ୍ଡି ପାଇଁ ୨.୯୧ କୋଟି, ସମ୍ବଲପୁର ପାଇଁ ୩.୬୩ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ବ୍ୟତୀତ ମରୁଡ଼ି ପ୍ରଭାବିତ ଅଂଚଳରେ ମନରେଗା ଯୋଜନାରେ ଅତିରିକ୍ତ ୫୦ଦିନର କାର୍ଯ୍ୟଦିବସ, ସ୍କୁଲ ଓ କଲେଜ ଫି ଛାଡ଼, ଜଳକର ଛାଡ଼, ଫସଲ ଋଣକୁ ଦୀର୍ଘମିଆଦି ଯୋଜନାରେ ପରିବର୍ତନ ଓ ୫ହଜାର ପମ୍ପସେଟ୍ ବଂଟନ ପାଇଁ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...