Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଆରମ୍ଭ : ପ୍ରଥମ ଦିନରେ ୪ ବିଭାଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଚତୁର୍ଥ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ପୂର୍ବରୁ ବିଭାଗ ଗୁଡ଼ିକର ସମୀକ୍ଷା ଆରମ୍ଭ କରିଛନ୍ତି । ଆଜି ପ୍ରଥମ ଦିନରେ ୪ଟି ବିଭାଗର ସମୀକ୍ଷା କରିଛନ୍ତି । ଏହି ସମସ୍ତ ୪ଟି ବିଭାଗର ମନ୍ତ୍ରୀମାନେ ନିଜ ବିଭାଗର ସଫଳତାର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଧାର୍ଯ୍ୟ ସମୟସୀମା ଓ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସୁଫଳ ରୂପାୟନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବାହ୍ଣରେ ସ୍କୁଲ ଓ ଗଣଶିକ୍ଷା , ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ସନ୍ଧ୍ୟାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଫଳତା ସମ୍ପର୍କରେ ଏହି ଦୁଇ ବିଭାଗର ମନ୍ତ୍ରୀ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ, ଗତ ୪ବର୍ଷ ଧରି ପ୍ରତିବର୍ଷ ବିଭାଗ ପାଇଁ ବ୍ୟୟବରାଦ ବୃଦ୍ଧି ପାଇଛି । ୧୯୦ଟି ବ୍ଲକ୍ରେ ଓଡ଼ିଶା ଆଦର୍ଶ ସ୍କୁଲ ପ୍ରତିଷ୍ଠା କରାଯାଇଛି ଓ ଏଥିରେ ୫୬ହଜାର ପିଲା ସିବିଏସ୍ଇ ପାଠ୍ୟକ୍ରମରେ ପାଠ ପଢ଼ୁଛନ୍ତି । ଖୁବଶୀଘ୍ର ବାକି ବ୍ଲକ୍ରେ ଏହି ସ୍କୁଲ ସ୍ଥାପନ କରାଯିବ । ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ସଫଳତା ଆଧାରରେ ରାଜ୍ୟର ୧୦୬୦ଟି ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଅଗଷ୍ଟ ୩୧ତାରିଖ ସୁଦ୍ଧା ଦିଆଯିବ । ମ୍ୟାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏକ ନୂଆ ‘ଆପ୍ସ’ ବିକଶିତ କରାଯାଇ ପିଲାଙ୍କ ଓଡ଼ିଆ ଓ ଇଂରାଜୀ ବିଷୟରେ ଲିଖନ ଓ ପଠନ ଦକ୍ଷତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଉଜ୍ୱଳ ଓ ଉତ୍ଥାନ କାର୍ଯ୍ୟକ୍ରମରେ ପିଲାଙ୍କ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନରେ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନର କାର୍ଯ୍ୟକୁ ତୃତୀୟ ପକ୍ଷ ମାଧ୍ୟମରେ ତଦାରଖ କରାଯାଉଛି । ସ୍କୁଲରେ ଏଣିକି ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ସରକାରୀ ସ୍କୁଲରେ ଶିକ୍ଷାଦାନରେ ସୁଧାର ପାଇଁ ଶିକ୍ଷକମାନଙ୍କ ମାନସିକତାରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଉଛି । ଘରୋଇ ସ୍କୁଲଗୁଡ଼ିକର ନିୟନ୍ତ୍ରଣ ଓ ପରିଚାଳନା ଉପରେ ନଜର ରଖିବାକୁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାର ୧୭୩୨ଟି ଆବାସିକ ସ୍କୁଲରେ ୬୨୦୦ରୁ ଅଧିକ ହଷ୍ଟେଲ୍ରେ ୫ଲକ୍ଷ ୬୭ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା,ଖାଇବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି । ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ହଷ୍ଟେଲ୍ ନିର୍ମାଣ ହୋଇଛି । ୪ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ୧୮୦୦ ହଷ୍ଟେଲ୍ କାର୍ଯ୍ୟକ୍ଷମ ହୋଇଛି । ଆଉ ୭୦୦ ହଷ୍ଟେଲର ନିର୍ମାଣ କାର୍ଯ୍ୟ ଜାରି ରହିଛି । ୧୦ଟି କଳିଙ୍ଗ ଆଦଶଁ ଆବାସିକ ସ୍କୁଲ ଓ ଗୋଟିଏ ବୃହତ୍ ସହରାଞ୍ଚଳ ଏଜୁକେସନ୍ କମ୍ପେ୍ଲକ୍ସ ବା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ସେହିପରି ସନ୍ଧ୍ୟାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ଦୁଇ ବିଭାଗର ସଫଳତା ସମ୍ପର୍କରେ ମନ୍ତ୍ରୀ ପ୍ରତାପ ଜେନା ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top