ଭୁବନେଶ୍ୱର : ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ(ଜିଏସଡିପି) ଅଭିବୃଦ୍ଧି ହାର ୭.୧୪% ରହିବ ବୋଲି ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ଏହା ସହିତ ବାର୍ଷିକ ମୁଣ୍ଡପିଛା ଆୟ ୬.୦୬% ଅଧିକ ବୃଦ୍ଧି ପାଇ ୭୭,୧୯୩ ଟଙ୍କା ହେବ ଓ ଗତବର୍ଷ ତୁଳନାରେ କୃଷି କ୍ଷେତ୍ରରେ ସର୍ବାଧିକ ୪.୭୦% ହ୍ରାସ ପାଇଛି ବୋଲି ଆକଳନ କରାଯାଇଛି ।ଭୁବନେଶ୍ୱର : ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ(ଜିଏସଡିପି) ଅଭିବୃଦ୍ଧି ହାର ୭.୧୪% ରହିବ ବୋଲି ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ଏହା ସହିତ ବାର୍ଷିକ ମୁଣ୍ଡପିଛା ଆୟ ୬.୦୬% ଅଧିକ ବୃଦ୍ଧି ପାଇ ୭୭,୧୯୩ ଟଙ୍କା ହେବ ଓ ଗତବର୍ଷ ତୁଳନାରେ କୃଷି କ୍ଷେତ୍ରରେ ସର୍ବାଧିକ ୪.୭୦% ହ୍ରାସ ପାଇଛି ବୋଲି ଆକଳନ କରାଯାଇଛି । ଆଜି ବିଧାନସଭାରେ ଉପସ୍ଥାପିତ ୨୦୧୭-୧୮ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସ୍ଡିପି ଅଭିବୃଦ୍ଧି ହାର ୭.୧୪% ଆକଳନ କରାଯାଇଛି । ୨୦୧୬-୧୭ରେ ଜିଏସଡିପି ଅଭିବୃଦ୍ଧି ହାର ୭.୯୪% ଆକଳନ କରାଯାଇଥିଲେ ମଧ୍ୟ ପ୍ରଥମ ସଂଶୋଧିତ ଆକଳନ ଅନୁସାରେ ଏହା ୧୦.୩୯%କୁ ବୃଦ୍ଧି ପାଇଥିଲା । ଅର୍ଥନୀତିରେ ବ୍ୟାପକ ସଂସ୍କାର ମାଧ୍ୟମରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହାସଲ କରି ପଛୁଆ ରାଜ୍ୟରୁ ଏବେ ବିକାଶମୁଖୀ ରାଜ୍ୟ ଆଡ଼କୁ ମୁହାଁଇଛି ।୨୦୧୭-୧୮ରେ ଜାତୀୟ ଜିଡିପି ଅଭିବୃଦ୍ଧି ହାର ୬.୫% ରହିବ, ଯାହା ତୁଳନାରେ ରାଜ୍ୟ ଜିଡିପି ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ୨୦୧୧-୧୨ ବେସ୍ ପ୍ରାଇସ୍ ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟର ବାର୍ଷିକ ମୁଣ୍ଡପିଛା ଆୟ ୭୨,୭୮୦ଟଙ୍କା ଥିବାବେଳେ ୨୦୧୭-୧୮ରେ ଏହା ୬.୦୬ ପ୍ରତିଶତ ବୃଦ୍ଧି ପାଇ ୭୭,୧୯୩ ଟଙ୍କାରେ ପହଞ୍ôଚଛି । ତେବେ ବର୍ତ୍ତମାନ ଦରରେ ରାଜ୍ୟର ବାର୍ଷିକ ମୁଣ୍ଡପିଛା ଆୟ ୯୨,୭୨୭ ଟଙ୍କାରେ ପହଞ୍ôଚବ ବୋଲି ଆକଳନ କରାଯାଇଛି । ସେହିପରି ୨୦୧୭-୧୮ରେ ରାଜ୍ୟ ଜିଡିପିର ବାସ୍ତବ ଅଭିବୃଦ୍ଧି ହାରରେ କୃଷି କ୍ଷେତ୍ରର ଭାଗିଦାରୀ ଗତବର୍ଷ ତୁଳନାରେ ୪.୭୦% ହ୍ରାସ ପାଇବ । ଗତବର୍ଷ ରାଜ୍ୟ ଜିଡିପିରେ କୃଷି କ୍ଷେତ୍ରର ଭାଗିଦାରୀ ୧୯.୬୫ ପ୍ରତିଶତ ରହିଥିଲା । କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ଉଦ୍ବେଗଜନକ ଭାବେ ହ୍ରାସ ପାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ସେହିପରି ୨୦୧୭ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ ମୋଟ ୨୫୨ଟି ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହୋଇଛି ଓ ମୋଟ ୯୨,୭୮୮କୋଟି ଟଙ୍କା ନିବେଶ ହୋଇଥିବାବେଳେ ୧.୧୮ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ରାଜ୍ୟ ଜିଡିପିରେ ସେବା କ୍ଷେତ୍ରର ଭାଗିଦାରୀ ୪୫ପ୍ରତିଶତ ଥିବାବେଳେ ଶିଳ୍ପ କ୍ଷେତ୍ରର ଭାଗିଦାରୀ ୩୪.୮ ପ୍ରତିଶତ ଓ କୃଷି କ୍ଷେତ୍ରର ଭାଗିଦାରୀ ୧୫.୩% ରହିଛି । ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ମୋଟ ୧୧.୫୨ଲକ୍ଷ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଥିବାବେଳେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଗ୍ରାମାଞ୍ଚଳର ୩୩.୭୫ଲକ୍ଷ ପରିବାରକୁ ଜୀବିକା ଯୋଗାଇ ଦିଆଯାଇଛି । ସେହିପରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ଆଖିଦୃଶିଆ ସଫଳତା ହାସଲ କରିଛି । ଜାତୀୟସ୍ତରରେ ଦାରିଦ୍ର୍ୟ ଦ୍ରାସ ହାର ୨.୧୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩.୫% ହାର ରହିଛି । କେବଳ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ ହାର ୧୭.୭%ରୁ ୭.୦୧ ପ୍ରତିଶତକୁ ହ୍ରାସ ପାଇଛି । ରାଜ୍ୟରେ ସାକ୍ଷରତା ହାର ୭୨.୯ ପ୍ରତିଶତ ରହିଛି । ରାଜ୍ୟରେ ୨୦୦୦ରୁ ୨୦୧୭ ମସିହା ମଧ୍ୟରେ ମୋଟ ୧୫୮୪୧ଟି ଗାଁକୁ ସବୁଦିନିଆ ରାସ୍ତା ସଂଯୋଗ କରାଯାଇଛି । ସେହିପରି ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଜାତୀୟ ହାର ତୁଳନାରେ ଅଧିକ ରହିଛି । ଓଡ଼ିଶାରେ ବେକାରୀ ହାର ୩.୮ ପ୍ରତିଶତ ରହିଥିବାବେଳେ ଜାତୀୟ ହାର ୩.୭ ପ୍ରତିଶତ ରହିଛି ।


