ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଇଏଏସସ୍ତରରେ ରାଜ୍ୟ ସରକାର ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଆଇଏଏସ ଡଃ ସିଏସ କୁମାରଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି । ଅବକାରୀ ସଚିବ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।ଅତିରିକ୍ତ ଭାବେ ସେ ଅବକାରୀ ସଚିବ ଦାୟିତ୍ୱ ତୁଲାଇବେ । କୃଷି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ସଚିବ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ସଚିବ ଭାବେ ବଦଳି କରାଯାଇଛି ।


