Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ହାଇସ୍ପିଡ୍ ଟ୍ରେନ୍ କୋଚ୍ ନିର୍ମାଣ ଫ୍ୟାକ୍ଟ୍ରି ପାଇଁ ଓଡ଼ିଶା ଆଗ୍ରହୀ

ଭୁବନେଶ୍ୱର : ହାଇସ୍ପିଡ୍ ଟ୍ରେନ୍ ନିମନ୍ତେ ଆଲୁମିନିୟମରେ ପ୍ରସ୍ତୁତ କୋଚ୍ ନିର୍ମାଣ ପାଇଁ ଓଡ଼ିଶା ଆଗ୍ରହ ପ୍ରକାଶ କରିଛି । ରାଜ୍ୟରେ ଆଲୁମିୟନିମ ଉତ୍ପାଦନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ହାଇସ୍ପିଡ୍ ଟ୍ରେନ୍ ପାଇଁ ଇଣ୍ଟିଗ୍ରେଟେଡ୍ କୋଚ୍ ଫ୍ୟାକ୍ଟ୍ରି ସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି କହିଛନ୍ତି ଯେ, ୨୦୨୦ ମସିହା ସୁଦ୍ଧା ଆଲୁମିନିୟମ କୋଚ୍ ବିଶିଷ୍ଟ ହାଇସ୍ପିଡ୍ ଟ୍ରେନ୍ ‘ଟ୍ରେନ୍ ୨୦’କୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛି । ଓଡ଼ିଶା ଦେଶରେ ସର୍ବାଧିକ ଆଲୁମିନିୟମ୍ ଉତ୍ପାଦନକାରୀ ରାଜ୍ୟ ଓ ପ୍ରାୟ ୫୬% ସ୍ମେଲଟିଂ କ୍ଷମତା ରହିଛି । ରାଜ୍ୟ ସରକାର ଏକ ସମର୍ପିତ ଆଲୁମିନିୟମ ପାର୍କ ବିକଶିତ କରିବାକୁ ଯାଉଛନ୍ତି ଯେଉଁଠି ଏହି ଟ୍ରେନ୍ କୋଚ୍ ନିର୍ମାଣ ପାଇଁ ତରଳ ଆଲୁମିନିୟମକୁ ସିଧାସଳଖ ନାଲ୍କୋର ସ୍ମେଲଟରରୁ ଅଣାଯାଇପାରିବ । ରାଜ୍ୟରେ ଏହି ସୁବିଧା ଥିବାରୁ କୋଚ୍ ଉତ୍ପାଦନ ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ । ରାଜ୍ୟ ସରକାର ମଧ୍ୟ ନିର୍ମାଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଚିହ୍ନଟ କରିଥିବା ୫ଟି ପ୍ରମୁଖ କ୍ଷେତ୍ର ମଧ୍ୟରେ ମେଟାଲ୍ ସେକ୍ଟର ରହିଛି । ତେଣୁ ଓଡ଼ିଶାରେ ହାଇସ୍ପିଡ୍ ଟ୍ରେନ୍ ନିମନ୍ତେ କୋଚ୍ ନିର୍ମାଣ ପାଇଁ ଏକ ଇଣ୍ଟିଗ୍ରେଟେଡ୍ କୋଚ୍ ଫ୍ୟାକ୍ଟ୍ରି ସ୍ଥାପନ ଦିଗରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠି ଲେଖି ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top