ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଘୋଷିତ ବିଜେପୁର ପାଇଁ ୧୨୪୬.୫୬ କୋଟି ଟଙ୍କାର ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ, ଭୁବନେଶ୍ୱର ସ୍ୱରେଜ ପ୍ରକଳ୍ପ ଓ ବିଧାନସଭା ଦଶମ ଅଧିବେଶନର ସତ୍ରାବସାନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ବିଜେପୁର, ସୋହଲା ଓ ବରପାଲି ବ୍ଲକ୍ରେ ୨୫,୬୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ଟେଣ୍ଡର ସାରିବାକୁ କ୍ୟାବିନେଟ୍ରେ ନିଷ୍ପତି ନିଆଯାଇଛି । ସେହିପରି ଭୁବନେଶ୍ୱର ସ୍ୱରେଜ କାର୍ଯ୍ୟ ପାଇଁ ସହରକୁ ୬ଟି ସ୍ୱରେଜ୍ ଜିଲ୍ଲାରେ ଭାଗ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସହରର ୨୧.୧୮ଲକ୍ଷ ଉପକୃତ ହୋଇପାରିବେ ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...