Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୫ବର୍ଷରେ ଓଡ଼ିଶାକୁ ଏନଡିଆରଏଫ୍‌ରୁ ୫୧୩୬କୋଟି ଟଙ୍କା ଦେଇଛି କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ଗତ ୫ବର୍ଷ ମଧ୍ୟରେ ଏନଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ ୫୧୩୬.୧୭କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରେ କେନ୍ଦ୍ରର ଭାଗକୁ ବାଦ୍ ଦେଇ ଅତିରିକ୍ତ ଭାବେ ଏନଡିଆରଏଫରୁ ଏହି ପାଣ୍ଠି ଦିଆଯାଇଛି ।
କେନ୍ଦ୍ରରେ ଏନଡିଏ ସରକାର କ୍ଷମତାସୀନ ହେବାପରଠୁ କେନ୍ଦ୍ରୀୟ ଅବହେଳାକୁ ସ୍ଲୋଗାନ କରିଥିବା ଓଡ଼ିଶା ସରକାରଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷରୁ ନିୟମିତ ଭାବେ ଏନଡିଆରଏଫରୁ ସହାୟତା ମିଳୁଛି । ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ ୭୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାରଙ୍କର ଥିବାବେଳେ ରାଜ୍ୟର ୨୫ ପ୍ରତିଶତ ଅର୍ଥ ରହିଥାଏ । ଏହାବାଦ୍ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ଏନଡିଆରଏଫରୁ ସହାୟତା ପ୍ରଦାନ କରିଥାନ୍ତି । ଏନଡିଆରଏଫରୁ ୨୦୧୫-୧୬ରେ ଓଡ଼ିଶାକୁ ୧୪୭.୪୦କୋଟି ଟଙ୍କା, ୨୦୧୬-୧୭ରେ ୮୫୨.୯୫କୋଟି ଟଙ୍କା, ୨୦୧୮-୧୯ରେ ୩୪୧.୭୨କୋଟି ଟଙ୍କା, ୨୦୧୯-୨୦ରେ ୩୨୯୪.୧୦କୋଟି ଟଙ୍କା ଓ ୨୦୨୦-୨୧ରେ ୫୦୦କୋଟି ଟଙ୍କା ଆର୍ଥିକ ସହାୟତା ମିଳିଛି ।
ଅନ୍ୟପକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ୨୦୧୪-୧୫ରୁ ୨୦୨୦-୨୧ ପର୍ଯ୍ୟନ୍ତ ମୋଟ ୧୦,୭୦୪.୯୯କୋଟି ଟଙ୍କା ମିଳିଛି । ଏଥିରୁ ୬୦୬୯.୨୪ କୋଟି ଟଙ୍କା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କ ସହାୟତା ନିମନ୍ତେ ବିଭିନ୍ନ ଜିଲ୍ଲାକୁ ଦିଆଯାଇଛି । ବାକି ୪୪୫୬.୫୩କୋଟି ଟଙ୍କା ବିପର୍ଯ୍ୟୟ ଯୋଗୁ କ୍ଷତିଗ୍ରସ୍ତ ସାଧାରଣ ସମ୍ପତ୍ତିର ମରାମତି ଓ ପୁନରୁଦ୍ଧାର ପାଇଁ ପ୍ରଦାନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top