Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ମଞ୍ଜୁରୀ ମିଳିଛି। ବଜେଟରେ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିଚ୍ଛନ୍ନ, ସହରାଞ୍ଚଳ ଗୃହ ନିର୍ମାଣ, ଫୋନି ପୁନରୁଦ୍ଧାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଞ୍ଜୁର ହୋଇଥିବା ଚିଠା ବଜେଟରେ ପ୍ରଶାସନିକ କ୍ଷେତ୍ର ନିମନ୍ତେ ୫୭,୪୦୦ କୋଟି ଟଙ୍କା, ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ୭୦,୫୦୦କୋଟି ଟଙ୍କା, ବିପର୍ଯ୍ୟୟ ଓ ପ୍ରଶମନ ପରିଚାଳନା କ୍ଷେତ୍ର ପାଇଁ ୪୬୦୦କୋଟି ଟଙ୍କା, ଋଣ ଓ ସୁଧ ପରିଶୋଧ ବାବଦରେ ୬୫୦୦କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ବଜେଟରେ ପାନୀୟ ଜଳ ଓ ପରିଛନ୍ନତା ବାବଦରେ ସର୍ବାଧିକ ୬୬୫୦କୋଟି ଟଙ୍କା ବ୍ୟୟମଞ୍ଜୁୂର ହୋଇଥିବାବେଳେ ‘କାଳିଆ’ ଯୋଜନା ପାଇଁ ୫୨୦୦କୋଟି ଟଙ୍କା, କର୍ମଚାରୀଙ୍କ ଦରମା ବାବଦରେ ୨୫,୫୦୦କୋଟି, ପେନସନ ବାବଦରେ ୧୩,୩୦୦କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟ ପରିମାଣ ୨୩.୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ୨୦୧୮-୧୯ରେ ବିପର୍ଯ୍ୟୟ ଓ ପ୍ରଶମନ ପରିଚାଳନା ବାବଦରେ ୧୮୨୦କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଚଳିତବର୍ଷ ଏହା ୪୬୧୦କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ସେହିପରି ଅନ୍ୟାନ୍ୟ ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୬୫କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନାରେ ୨୧୫୦କୋଟି, ଆମ ଗାଁ ଆମ ବିକାଶ ଓ ପିଠା ଯୋଜନାରେ ୪୫୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ସୂଚନାଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ବଜେଟ୍ ପରିମାଣ ୧ଲକ୍ଷ ୨୦ହଜାର ୧୨୫କୋଟି ଟଙ୍କା ଥିବାବେଳେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଗତ କରିଥିବା ୨୦୧୯-୨୦ ଲେଖାନୁଦାନରେ ବଜେଟ୍ ପରିମାଣ ୧ଲକ୍ଷ ୩୨ହଜାର ୬୬୦କୋଟି ଟଙ୍କା ଥିଲା । କିନ୍ତୁ ଆଜି ମନ୍ତ୍ରିପରିଷଦରେ ମଞ୍ଜୁରୀ ହୋଇଥିବା ଚିଠା ବଜେଟର ପରିମାଣ ୧.୩୯ଲକ୍ଷ କୋଟି ଟଙ୍କାରେ ପହଞ୍ôଚଛି । ବଜେଟ୍ ଜୁନ୍ ୨୮ତାରିଖରେ ଗୃହରେ ଉପସ୍ଥାପନ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top