Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ

ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ । କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ଲୋକସଭାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ । ଆଜି ବିଜେପିର ଆଉ ବାକିଥିବା ନବନିର୍ବାଚିତ ୧୭ ସାଂସଦ ଶପଥ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡା ଓଡ଼ିଆରେ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି।ସେହିପରି ପୁରୀ ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ସମ୍ବିତ୍‌ ପାତ୍ର। ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ ସଂସ୍କୃତରେ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି ।

ମୟୁରଭଞ୍ଜ ଏମ୍‌ପି ନବଚରଣ ମାଝୀ ଲୋକସଭାର ସଦସ୍ୟ ଭାବେ ସାନ୍ତାଳୀ ଭାଷାରେ ଶପଥ ନେଇଥିଲେ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଓଡ଼ିଆରେ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି।ଆସ୍କା ଏମ୍‌ପି ଅନିତା ଶୁଭଦର୍ଶିନୀ ମଧ୍ୟ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମଧ୍ୟ ଶପଥ ନେଇଛନ୍ତି। କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଲୋକସଭାର ସଦସ୍ୟତା ଗ୍ରହଣ କରିଛନ୍ତି।

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ଭଦ୍ରକ ଏମ୍‌ପି ଅଭିମନ୍ୟୁ ସେଠୀ, ଯାଜପୁର ଏମ୍‌ପି ଡ. ରବିନ୍ଦ୍ର ନାରାୟଣ ବେହେରା, ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି।ସଂସଦର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଥିଲେ। ସମସ୍ତ ସାଂସଦ ଆଜି ଶପଥ ପାଠ ପରେ କାମଚଳା ବାଚସ୍ପତିଙ୍କୁ ପ୍ରଣାମ ଜଣାଉଥିବାର ନଜର ଆସିଥିଲେ। ପ୍ରତି ସାଂସଦଙ୍କ ଶପଥ ପାଠ ପରେ ଗୃହ ଜୟ ଜଗନ୍ନାଥର ନାରାରେ କମ୍ପି ଉଠିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top