କୁସୁମା କଟେଜ୍ କ୍ରୀଡ଼ା ବିଭାଗର ବୋଲି ସୂଚନା ଦେଲେ ଉପାଧ୍ୟକ୍ଷ ସନ୍ତୋଷ ମଲିକ। ଯାଜପୁର କୁସୁମାରେ କଟେଜ୍ କେଳେଙ୍କାରୀ ଅଭିଯୋଗ ଘଟଣାରେ ଆଜି ପ୍ରେସ୍ମିଟ୍ରେ ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକଙ୍କ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କୁସୁମା ପରିସରରେ ଥିବା ୯ଟି କଟେଜ୍ କ୍ରୀଡ଼ା ବିଭାଗର ।ସିଏସ୍ଆର୍ରେ ନିର୍ମାଣ ହୋଇଛି ଏବଂ ଏଥିରେ ୮ କୋଟି ଟଙ୍କା ବ୍ୟୟ ହୋଇଛି । କ୍ରୀଡ଼ାର ବିକାଶ ପାଇଁ ଏହା ନିର୍ମାଣ ହୋଇଥିଲା, ଅନ୍ୟ କାମରେ ଲାଗିନି ।
ସେ ଆଉ ମଧ୍ୟ କହିଛନ୍ତି ଅଯଥା ପୂର୍ବତନ ବିଧାୟକ ବବି ଦାସଙ୍କୁ ବିବାଦ ଭିତରକୁ ଟଣା ଯାଉଛି ।


