Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୧୭ ଆଇପିଏସଙ୍କ ବଦଳି,ଡିଜିପିଙ୍କ ନୂଆ ଟିମ୍

ଭୁବନେଶ୍ୱର: ଦାୟିତ୍ୱ ନେବାର ପ୍ରାୟ ୨ମାସ ପରେ ଡିଜିପି ଡଃ ଆର.ପି.ଶର୍ମା ନିଜର ନୂଆ ଟିମ୍ ଗଠନ କରିଛନ୍ତି । ଅତିରିକ୍ତ ଡିଜି ଓ ଆଇଜି ର୍ୟାଙ୍କର ୧୭ଜଣ ଆଇପିଏସଙ୍କ ସମେତ ମୋଟ ୧୯ଜଣ ପୁଲିସ୍ ଅଫିସରଙ୍କ ବଦଳି ହୋଇଛି । ଖାଲି ପଡ଼ିଥିବା କ୍ରାଇମବ୍ରାଂଚ ଓ ଭିଜିଲାନ୍ସ ମୁଖିଆ ପଦବୀ ପୂରଣ ହୋଇଥିବାବେଳେ ୨ମାସ ପୂର୍ବରୁ ଜେଲ୍ ଡିଜି ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଭିଜିଲାନ୍ସରେ ଥିବା ଦେବାଶିଷ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଡିଜି ଏବଂ ଓଡ଼ିଶା ପୁଲିସ୍ ହାଉସିଂ ନିଗମ ସିଏମଡି ଥିବା ସନ୍ତୋଷ କୁମାର ଉପାଧ୍ୟାୟଙ୍କ କ୍ରାଇମବ୍ରାଂଚ ମୁଖ୍ୟ ଭାବେ ନିଯୁକ୍ତି ମିଳିଛି । ହୋମଗାର୍ଡ ଡିଜି ବିନୟ ବେହେରା ଅବସର ନେବା ପରେ ଏହି ବଦଳି ହୋଇଛି ।
ପୁଲିସ୍ ମୁଖ୍ୟାଳୟ ଏଡିଜି ସତ୍ୟଜିତ ମହାନ୍ତିଙ୍କୁ ଅତିରିକ୍ତ ଡିଜି ପ୍ରୋଭିଜନିଂ , ଏଡିଜି ଆଇନଶୃଙ୍ଖଳା ବିଜୟାନନ୍ଦ ଝାଙ୍କୁ ଅତିରିକ୍ତ ଡିଜି ଜେଲ୍ ଭାବେ ବଦଳି କରାଯାଇଥିବାବେଳେ ପୁଲିସ୍ ମୁଖ୍ୟାଳୟ ଅତିରିକ୍ତ ଡିଜି ଅରୁଣ କୁମାର ରାୟଙ୍କୁ ଅତିରିକ୍ତ ଡିଜି ଯୋଗାଯୋଗ ଭାବେ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ଡିଜି ପ୍ରୋଭିଜନିଂ ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଡିଜି ରେଳବାଇ ଓ ଉପକୂଳ ସୁରକ୍ଷା ଭାବେ ନୂଆ ନିଯୁକ୍ତି ମିଳିଛି । ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଲଳିତ ଦାସଙ୍କୁ ଓଡ଼ିଶା ପୁଲିସ୍ ହାଉସିଂ କର୍ପୋରେସନର ସିଏମଡି ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅଗ୍ନିଶମ ଓ ହୋମଗାର୍ଡ ଆଇଜି ଡା. ସନ୍ତୋଷ ବାଲାଙ୍କୁ ନିଯୁକ୍ତି ମିଳିଛି । ପ୍ରିଟିଂ ପ୍ରେସ୍ ଓ ଷ୍ଟେସନାରୀ ନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ, ରେଳବାଇ ଆଜି ଅରୁଣ ବୋଥ୍ରାଙ୍କୁ ଆଇଜି ଆଧୁନିକୀକରଣ, କ୍ରାଇମବ୍ରାଂଚ ଆଇଜି ଅସିତ୍ ପାଣିଗ୍ରାହୀଙ୍କୁ ଆଇଜି ପୁଲିସ୍ ମୁଖ୍ୟାଳୟ ଭାବେ ବଦଳି କରାଯାଇଛି । ସେହିପରି ଅମିତାଭ ଠାକୁରଙ୍କୁ ଆଇଜି ଆଇନଶୃଙ୍ଖଳା, ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଥିବା ରାଜେଶ କୁମାରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଆଇଜି , ଡିଆଇଜି ଟ୍ରେନିଂ ନିଖିଲ କାନୋଡ଼ିଆଙ୍କୁ କ୍ରାଇମବ୍ରାଂଚ୍ ଡିଆଇଜି , କଟକ ରେଳବାଇ ଏସପି ସଞ୍ଜୟ କୌଶଲଙ୍କୁ ପଦୋନ୍ନତି ଦିଆଯାଇ ଭିଜିଲାନ୍ସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ବୈରୀ ପୁଲିସ୍ ତାଲିମ ପ୍ରତିଷ୍ଠାନର ପ୍ରିନ୍ସିପାଲ ଶାରା ଶର୍ମାଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀର ଏସପି ଭାବେ ବଦଳି କରାଯାଇଛି । ସେହିପରି ପୁରୀ ଅତିରିକ୍ତ ଏସପି ବନବିହାରୀ ସାହୁଙ୍କୁ କଟକ ରେଳବାଇ ଏସପିି (ଇନଚାର୍ଜ) ଓ ଭୁବନେଶ୍ୱର କମିଶନରେଟ୍ ପୁଲିସରେ ଅତିରିକ୍ତ ଡିସିପି ଭାବେ କାର୍ଯ୍ୟ କରୁଥିବା ବିଏନ୍ ଦଣ୍ଡପାଟଙ୍କୁ କଟକ ପୁଲିସ୍ ମୋଟର ଟ୍ରାନ୍ସପୋର୍ଟରେ ଏସପି (ଇନଚାର୍ଜ) ଭାବେ ନିଯୁକ୍ତି ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top