କଟକ : ବିଜୁ ପଟ୍ଟନାୟକଙ୍କ ଜୀବନ ନିଜ ମାଟି କଳିଙ୍ଗ ପାଇଁ ସମର୍ପିତ ଥିଲା । ସେ ଯାହା ବି କରିଥିଲେ ସବୁ କଳିଙ୍ଗ ନାଁରେ ନାମିତ ହୋଇଥିଲା । ମୋରାରାଜୀ ଦେଶାଇ ସରକାରରେ ବିଜୁ ବାବୁ ଇସ୍ପାତ ମନ୍ତ୍ରୀ ଥିଲେ । ଲୋକେ ତାଙ୍କୁ ଇସ୍ପାତ ମନ୍ତ୍ରୀ ନୁହେଁ ବରଂ ଇସ୍ପାତ ପୁରୁଷ କହୁଥିଲେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।କଟକ : ବିଜୁ ପଟ୍ଟନାୟକଙ୍କ ଜୀବନ ନିଜ ମାଟି କଳିଙ୍ଗ ପାଇଁ ସମର୍ପିତ ଥିଲା । ସେ ଯାହା ବି କରିଥିଲେ ସବୁ କଳିଙ୍ଗ ନାଁରେ ନାମିତ ହୋଇଥିଲା । ମୋରାରାଜୀ ଦେଶାଇ ସରକାରରେ ବିଜୁ ବାବୁ ଇସ୍ପାତ ମନ୍ତ୍ରୀ ଥିଲେ । ଲୋକେ ତାଙ୍କୁ ଇସ୍ପାତ ମନ୍ତ୍ରୀ ନୁହେଁ ବରଂ ଇସ୍ପାତ ପୁରୁଷ କହୁଥିଲେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । କଟକରେ ବିଜୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ମ୍ୟୁଜିୟମ ଓ ଜ୍ଞାନ କେନ୍ଦ୍ରକୁ ଲୋକାର୍ପିତ କରିବା ପରେ ଇନ୍ଦୋର ଷ୍ଟାଡ଼ିୟମରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଥିଲେ ଯେ ଏହି ଐତିହାସିକ ଆନନ୍ଦ ଭବନରେ ଦେଶ ସ୍ୱାଧୀନ ହେବାର ରଣନୀତି ପ୍ରସ୍ତୁତ ହେଉଥିଲା । ଏହାକୁ ଏକ ସାଧାରଣ ସୌଧ ଭାବେ ବିବେଚନା କରାଯାଇ ପାରିବ ନାହିଁ । ଏହାର ନାମକରଣର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଦେଶର ଲୋକମାନେ ଯେପରି ସୁଖରେ ରହିବେ, ଆନନ୍ଦରେ ରହିବେ ଏପରି ବିଚାର କରି ଆନନ୍ଦ ଭବନର ନାମକରଣ ହୋଇଛି । ନାରୀ ସ୍ୱାଧୀନତା ନେଇ ବିଜୁ ବାବୁ ସର୍ବଦା ଚେଷ୍ଟିତ ଥିଲେ । କଟକରୁ ପେଶାୱର ଯାଇଥିବାବେଳେ ମହିଳା ସଶକ୍ତିକରଣ ପାଇଁ ମଧ୍ୟ ସ୍ୱର ଉଠାଇଥିଲେ । ବିଜୁ ବାବୁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କଟକସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଏହାପରେ କଟକର ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଇନ୍ଦୋର ଭବନରେ ସାଧାରଣ ସଭାରେ ରାଜ୍ୟପାଳ ଏସସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ରପତିଙ୍କ ପତ୍ନୀ, ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।


