Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୭.୧୪%

ଭୁବନେଶ୍ୱର : ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ(ଜିଏସଡିପି) ଅଭିବୃଦ୍ଧି ହାର ୭.୧୪% ରହିବ ବୋଲି ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ଏହା ସହିତ ବାର୍ଷିକ ମୁଣ୍ଡପିଛା ଆୟ ୬.୦୬% ଅଧିକ ବୃଦ୍ଧି ପାଇ ୭୭,୧୯୩ ଟଙ୍କା ହେବ ଓ ଗତବର୍ଷ ତୁଳନାରେ କୃଷି କ୍ଷେତ୍ରରେ ସର୍ବାଧିକ ୪.୭୦% ହ୍ରାସ ପାଇଛି ବୋଲି ଆକଳନ କରାଯାଇଛି ।ଭୁବନେଶ୍ୱର : ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ(ଜିଏସଡିପି) ଅଭିବୃଦ୍ଧି ହାର ୭.୧୪% ରହିବ ବୋଲି ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ଏହା ସହିତ ବାର୍ଷିକ ମୁଣ୍ଡପିଛା ଆୟ ୬.୦୬% ଅଧିକ ବୃଦ୍ଧି ପାଇ ୭୭,୧୯୩ ଟଙ୍କା ହେବ ଓ ଗତବର୍ଷ ତୁଳନାରେ କୃଷି କ୍ଷେତ୍ରରେ ସର୍ବାଧିକ ୪.୭୦% ହ୍ରାସ ପାଇଛି ବୋଲି ଆକଳନ କରାଯାଇଛି । ଆଜି ବିଧାନସଭାରେ ଉପସ୍ଥାପିତ ୨୦୧୭-୧୮ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସ୍ଡିପି ଅଭିବୃଦ୍ଧି ହାର ୭.୧୪% ଆକଳନ କରାଯାଇଛି । ୨୦୧୬-୧୭ରେ ଜିଏସଡିପି ଅଭିବୃଦ୍ଧି ହାର ୭.୯୪% ଆକଳନ କରାଯାଇଥିଲେ ମଧ୍ୟ ପ୍ରଥମ ସଂଶୋଧିତ ଆକଳନ ଅନୁସାରେ ଏହା ୧୦.୩୯%କୁ ବୃଦ୍ଧି ପାଇଥିଲା । ଅର୍ଥନୀତିରେ ବ୍ୟାପକ ସଂସ୍କାର ମାଧ୍ୟମରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହାସଲ କରି ପଛୁଆ ରାଜ୍ୟରୁ ଏବେ ବିକାଶମୁଖୀ ରାଜ୍ୟ ଆଡ଼କୁ ମୁହାଁଇଛି  ।୨୦୧୭-୧୮ରେ ଜାତୀୟ ଜିଡିପି ଅଭିବୃଦ୍ଧି ହାର ୬.୫% ରହିବ, ଯାହା ତୁଳନାରେ ରାଜ୍ୟ ଜିଡିପି ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ୨୦୧୧-୧୨ ବେସ୍ ପ୍ରାଇସ୍ ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟର ବାର୍ଷିକ ମୁଣ୍ଡପିଛା ଆୟ ୭୨,୭୮୦ଟଙ୍କା ଥିବାବେଳେ ୨୦୧୭-୧୮ରେ ଏହା ୬.୦୬ ପ୍ରତିଶତ ବୃଦ୍ଧି ପାଇ ୭୭,୧୯୩ ଟଙ୍କାରେ ପହଞ୍ôଚଛି । ତେବେ ବର୍ତ୍ତମାନ ଦରରେ ରାଜ୍ୟର ବାର୍ଷିକ ମୁଣ୍ଡପିଛା ଆୟ ୯୨,୭୨୭ ଟଙ୍କାରେ ପହଞ୍ôଚବ ବୋଲି ଆକଳନ କରାଯାଇଛି । ସେହିପରି ୨୦୧୭-୧୮ରେ ରାଜ୍ୟ ଜିଡିପିର ବାସ୍ତବ ଅଭିବୃଦ୍ଧି ହାରରେ  କୃଷି କ୍ଷେତ୍ରର ଭାଗିଦାରୀ ଗତବର୍ଷ ତୁଳନାରେ ୪.୭୦% ହ୍ରାସ ପାଇବ । ଗତବର୍ଷ ରାଜ୍ୟ ଜିଡିପିରେ କୃଷି କ୍ଷେତ୍ରର ଭାଗିଦାରୀ ୧୯.୬୫ ପ୍ରତିଶତ ରହିଥିଲା । କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ଉଦ୍ବେଗଜନକ ଭାବେ ହ୍ରାସ ପାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ସେହିପରି ୨୦୧୭ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ ମୋଟ ୨୫୨ଟି ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହୋଇଛି ଓ ମୋଟ ୯୨,୭୮୮କୋଟି ଟଙ୍କା ନିବେଶ ହୋଇଥିବାବେଳେ ୧.୧୮ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ରାଜ୍ୟ ଜିଡିପିରେ ସେବା କ୍ଷେତ୍ରର ଭାଗିଦାରୀ ୪୫ପ୍ରତିଶତ ଥିବାବେଳେ ଶିଳ୍ପ କ୍ଷେତ୍ରର ଭାଗିଦାରୀ ୩୪.୮ ପ୍ରତିଶତ ଓ କୃଷି କ୍ଷେତ୍ରର ଭାଗିଦାରୀ ୧୫.୩% ରହିଛି । ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ମୋଟ ୧୧.୫୨ଲକ୍ଷ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଥିବାବେଳେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଗ୍ରାମାଞ୍ଚଳର ୩୩.୭୫ଲକ୍ଷ ପରିବାରକୁ ଜୀବିକା ଯୋଗାଇ ଦିଆଯାଇଛି । ସେହିପରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ଆଖିଦୃଶିଆ ସଫଳତା ହାସଲ କରିଛି । ଜାତୀୟସ୍ତରରେ ଦାରିଦ୍ର୍ୟ ଦ୍ରାସ ହାର ୨.୧୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩.୫% ହାର ରହିଛି । କେବଳ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ ହାର ୧୭.୭%ରୁ ୭.୦୧ ପ୍ରତିଶତକୁ ହ୍ରାସ ପାଇଛି । ରାଜ୍ୟରେ ସାକ୍ଷରତା ହାର ୭୨.୯ ପ୍ରତିଶତ ରହିଛି । ରାଜ୍ୟରେ ୨୦୦୦ରୁ ୨୦୧୭ ମସିହା ମଧ୍ୟରେ ମୋଟ ୧୫୮୪୧ଟି ଗାଁକୁ ସବୁଦିନିଆ ରାସ୍ତା ସଂଯୋଗ କରାଯାଇଛି । ସେହିପରି ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଜାତୀୟ ହାର ତୁଳନାରେ ଅଧିକ ରହିଛି । ଓଡ଼ିଶାରେ ବେକାରୀ ହାର ୩.୮ ପ୍ରତିଶତ ରହିଥିବାବେଳେ ଜାତୀୟ ହାର ୩.୭ ପ୍ରତିଶତ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top