Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

୨୨ରେ ମହାନଦୀ ପାଇଁ ବିଜେଡିର ମହାସମ୍ମିଳନୀ

ଭୁବନେଶ୍ୱର : ମହାନଦୀରେ ଛତିଶଗଡ଼ର ବେଆଇନ ନିର୍ମାଣ ଯୋଗୁ ଜଳସ୍ତର ହ୍ରାସ ପ୍ରତିବାଦରେ ବିଜେଡି ନିଜର ଲଢ଼େଇକୁ ପୁଣିଥରେ ଜୋର୍ଦାର କରିବ । ଆସନ୍ତା ୨୨ ତାରିଖରେ ଦଳର ୧୫ଟି ଜିଲ୍ଲାର ପ୍ରାୟ ୭୦୦ ନିର୍ବାଚିତ ପ୍ରତିନିଧି ଓ ବ୍ଲକ୍-ଜିଲ୍ଲା ସଭାପତିଙ୍କ ଏକ ମହାସମ୍ମିଳନୀ ଡାକି ମହାନଦୀ ଲଢ଼େଇର ଚୂଡ଼ାନ୍ତ ରଣନୀତି ଘୋଷଣା କରିବାକୁ ନିଷ୍ପତ୍ତିି ନେଇଛି । ଏହି ରଣନୀତିକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୂଡ଼ାନ୍ତ କରାଯିବ । ଆଜି ଦଳୀୟ ମୁଖ୍ୟାଳୟରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଦଳର ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଜଳ ସଙ୍କଟ ଓ ଏହାର ଆଇନ୍‍ଗତ, ବୈଷୟିକ ଓ ରାଜନୀତିକ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ଦଳୀୟ ନେତାଙ୍କ ସହ ବୈଷୟିକ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ । ସମସ୍ତଙ୍କର ମତାମତ ଆଧାରରେ ମହାନଦୀ ଲଢ଼େଇକୁ ଜୋରଦାର କରିବାକୁ ସହମତି ହୋଇଛି । ମହାନଦୀରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଆଗାମୀ ଦିନରେ କ’ଣ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ତାହା ଚୂଡ଼ାନ୍ତ କରିବାକୁ ୨୨ତାରିଖରେ ଏକ ମହାସମ୍ମିଳନୀର ଆୟୋଜନ କରାଯାଇଛି । ଏହି ମହାସମ୍ମିଳନୀରେ ମହାନଦୀ ପ୍ରବାହିତ ହେଉଥିବା ୧୫ଟି ଜିଲ୍ଲାର ସମସ୍ତ ଦଳର ସମସ୍ତ ନିର୍ବାଚିତ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ସଭାପତି, ବ୍ଲକ୍ ଅଧ୍ୟକ୍ଷ, ପୌର ଅଧ୍ୟକ୍ଷଙ୍କ ସମେତ ବିଜେଡି ବ୍ଲକ୍ ଓ ଜିଲ୍ଲା ସଭାପତି ଯୋଗ ଦେବେ । ଛାତ୍ର,ଯୁବ ଓ ମହିଳା ଶାଖାର ସଭାପତିମାନେ ମଧ୍ୟ ଉପସ୍ଥିତ ରହିବେ । ସମ୍ମିଳନୀରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଅନେକଗୁଡିଏ ବ୍ୟାରେଜ୍‍ ମହାନଦୀର ଉପର ମୁଣ୍ଡରେ ତିଆରି କରିଥିବା ଛତିଶଗଡ଼ ସରକାରଙ୍କ ଶେଷ ବ୍ୟାରେଜ୍‍ ଥିଲା କଲ୍‍ମା । ଉକ୍ତ ବ୍ୟାରେଜ୍‍ର ମୋଟ ୬୬ଟି ଗେଟ୍‍ରୁ ପ୍ରତିଦିନ ଗୋଟିଏ ଗେଟ୍‍ ମଧ୍ୟ ଖୋଲାଯାଉ ନାହିଁ । ଯଦି ଖୋଲାଯାଉଛି, ତେବେ ମାତ୍ର ଘଣ୍ଟାଏ ବା ଅଳ୍ପ କିଛି ସମୟ ପାଇଁ । ସେଥିଯୋଗୁ କଲ୍‍ମା ବ୍ୟାରେଜ୍‍ ଉପରମୁଣ୍ଡ ଛତିଶଗଡ଼ରେ ଜଳର ଉତ୍ତାଳ ତରଙ୍ଗ ଦେଖିବାକୁ ମିଳୁଥିବା ବେଳେ ତଳ ମୁଣ୍ଡରେ ମହାନଦୀ ଶୁଷ୍କ ମରୁଭୂମି ପାଲଟିଗଲାଣି । ବିଜେଡି ଏବେ ମହାନଦୀ ପାଇଁ ନ୍ୟାୟିକ ଲଢ଼େଇ ଓ ଅନ୍ୟଟି ହେଲା ଜନସାଧାରଣଙ୍କ ଲଢ଼େଇ କରୁଛି । ବୈଠକରେ ଉପସ୍ଥିତ ରହି ଦଳର ଅନ୍ୟତମ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଆମେ ମହାନଦୀ ସୁରକ୍ଷା ପାଇଁ ଓଡ଼ିଶାର ଲଢ଼େଇକୁ ଏକ ନିର୍ଣ୍ଣାୟକ ଅବସ୍ଥାକୁ ନେବୁ । ଏହା କେବଳ ଗୋଟିଏ ଦଳର ଲଢ଼େଇ ନୁହେଁ, ସମଗ୍ର ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କର ଭବିଷ୍ୟତ ପାଇଁ ଲଢ଼େଇ ଅଟେ । ଦଳର ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶଶୀଭୂଷଣ ବେହେରା, ଉଷା ଦେବୀ, ବିଧାୟକ ପଦ୍ମନାଭ ବେହେରା, ବିଧାୟକ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର , ବିଜେଡି ଆଇନ୍‍ଜୀବୀ ସେଲ୍‍ର ଆବାହକ ମିଲନ୍‍ କାନୁନ୍‍ଗୋ ଓ ମୁଖପାତ୍ର ଆଇନ୍‍ଜୀବୀ ଅସିମ୍‍ ଅମିତାଭ ଦାସ, ଜଳ ସଂପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଇଂ ଶ୍ରୀଧର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ନିଜର ମତାମତ ଦେଇଥିଲେ । ୨୨ ତାରିଖ ବୃହତ କର୍ମଶାଳା ଦଳୀୟ କାର୍ଯ୍ୟାଳୟରେ ସାଢ଼େ ୯ଟାରୁ ଆରମ୍ଭ ହୋଇ ସାରାଦିନ ଚାଲିବ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଚୂଡ଼ାନ୍ତ ରୂପରେଖ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top