Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ମଙ୍ଗଳବାର ସଚିବ, ଅତିରିକ୍ତ ସଚିବ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳସ୍ତରରେ ବଦଳି କରିଥିବାବେଳେ ବୁଧବାର ୭୬ଜଣ ବିଡିଓଙ୍କୁ ବଦଳି କରିଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ସଚିବ ଆଇଏଏସ୍ ଜିଭିଭି ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଭାବେ ବଦଳି କରିଥିବାବେଳେ ଗ୍ରାମ୍ୟ ଉନ୍ନୟନ ସଚିବ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ସେଠୀ ପୂର୍ବଭଳି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଓସ୍ଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ । ସେହିପରି ଆଇଏଏସ୍ ଡଃ ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେହିପରି କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆଇଏଏସ୍ ବିଶାଳ ଦେବଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ସଚିବ ଏବଂ ଓଡ଼ିଶା ଜଳବିଦ୍ୟୁତ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ଆଇଏଏସ୍ ପୁରୁଷୋତ୍ତମ ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଆଇଏଏସ୍ ଗୋସ୍ୱାମୀ ଗୋଲାମ ଦେବତାଙ୍କୁ କଟକସ୍ଥିତ ଆଇଜିଆର୍, ଆଇଏଏସ୍ ଭି.ଜୟ କୁମାରଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ, ଆଇଏଏସ୍ ଡଃ ୟେଦୁଲା ବିଜୟଙ୍କୁ ଗୃହ ବିଭାଗର ଅନୁସଚିବ, ଓଏଏସ୍ ନିରଞ୍ଜନ ନାୟକଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ, ସରୋଜ କୁମାର ସାମଲଙ୍କୁ ଓଡ଼ିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଶ୍ରୀ ସାମଲ ଅତିରିକ୍ତ ଭାବେ ଓଡ଼ିଶା ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ ।
ସେହିପରି ଓଏଏସ୍ ଗଙ୍ଗାଧର ପାତ୍ରଙ୍କୁ ଓଡ଼ିଶା ଗୃହ ନିର୍ମାଣ ବୋର୍ଡର ସଚିବ, ବଟକୃଷ୍ଣ ଦେହୁରୀଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ, ତ୍ରିଲୋଚନ ମିଞ୍ଜଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ସଚିବ, ରଘୁମଣି ଗମାଙ୍ଗଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାର ଅତିରିକ୍ତ ସଚିବ, ଡଃ ରାମକୃଷ୍ଣ ସାହୁଙ୍କୁ ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ, ଧନଞ୍ଜୟ ସ୍ୱାଇଁଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଚୁଡ଼ାମଣି ବଡ଼ନାଏକଙ୍କୁ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟର ପ୍ରିଜାଇଡିଂ ଅଫିସର୍, ଅଭିରାମ କେର୍କଟାଙ୍କୁ ବୋର୍ଡ ଅଫ୍ ରେଭନ୍ୟୁରେ ଅତିରିକ୍ତ ସଚିବ ଓ ସମ୍ବଲପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି କୁମାର ଲାକ୍ରାଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।
ସେହିପରି ଅତିରିକ୍ତ ଜିଲ୍ଲାପାଳସ୍ତରରେ ହୋଇଥିବା ଅଦଳବଦଳ ଅନୁସାରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ବିଶ୍ୱନାଥ ବାରିକଙ୍କୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ, ଅଜୟ କୁମାର ଜେନାଙ୍କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ, ବ୍ରଜବନ୍ଧୁ ଭୋଳଙ୍କୁ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ, ମିହିର କୁମାର ମହାନ୍ତିଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ଆରାଧନା ଦାସଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର, ହିମାଂଶୁ ଶେଖର ବେହେରାଙ୍କୁ ରାଉରକେଲା ଆରଆଇସିର ଜେନେରାଲ ମ୍ୟାନେଜର, ଘାଷିରାମ ମୁର୍ମୁଙ୍କୁ କେନ୍ଦୁଝର ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବିମଳେନ୍ଦୁ ରାୟଙ୍କୁ ବରଗଡ଼ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ନାରାୟଣ ମୁର୍ମୁଙ୍କୁ ସମ୍ବଲପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଅସିତ୍ କୁମାର ପଣ୍ଡାଙ୍କୁ ସମ୍ବଲପୁର ମହାନଗର ନିଗମ କମିଶନର ଭାବେ ବଦଳି କରାଯାଇଛି । ତ୍ରିଲୋଚନ ମାଝୀଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ, ପ୍ରଦୀପ କୁମାର ସାହୁ-କଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ଉପସଚିବ, ନିରୁପମା ସ୍ୱାଇଁଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଡିଜିଏମ୍, ଗୋପିନାଥ ସରକାଙ୍କୁ ଜୟପୁର ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ୟାମସୁନ୍ଦର ସେଠୀଙ୍କୁ କଟକ ମହାନଗର ନିଗମର ଉପକମିଶନର, ଦେବବ୍ରତ ସାହୁଙ୍କୁ ଛତ୍ରପୁର ଉପଜିଲ୍ଲାପାଳ, ସୁବ୍ରତ କୁମାର ବେହେରାଙ୍କୁ ଜୟପୁର ଉପଜିଲ୍ଲାପାଳ, ନୀତି ରଞ୍ଜନ ସେନଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ବୀରେନ୍ଦ୍ର କୁମାର ଦାସଙ୍କୁ ପାନପୋଷ ଉପଜିଲ୍ଲାପାଳ, ବିଜନ କୁମାର ଥମ୍ବାଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ, ପରେଶ ଚନ୍ଦ୍ର ନାୟକଙ୍କୁ ତାଳଚେର ଉପଜିଲ୍ଲାପାଳ, ବ୍ରଜବନ୍ଧୁ ଭୋଳଙ୍କୁ ଝାରସୁଗୁଡ଼ା ଉପଜିଲ୍ଲାପାଳ, ହରିହର ଜେନାଙ୍କୁ ବାଲେଶ୍ୱର ଡିଆଇସି ଜେନେରାଲ ମ୍ୟାନେଜର, ବିକାଶ ବାଇଁଙ୍କୁ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହି ସମସ୍ତ ଅଫିସର୍ମାନଙ୍କୁ ୯ତାରିଖ ସୁଦ୍ଧା ରିଲିଭ୍ କରିବାକୁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top