Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଝାରସୁଗୁଡ଼ା ବିମାନ ବନ୍ଦର ଲୋକାର୍ପିତ

ଝାରସୁଗୁଡ଼ା/ତାଳଚେର: ଝାରସୁଗୁଡ଼ାରେ ନବନିର୍ମିତ ରାଜ୍ୟର ଦ୍ୱିତୀୟ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କରିଛନ୍ତି। ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରି ଉଡ଼ାଣ ଯୋଜନାରେ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାକୁ ଆସୁଥିବା ଦେଶ ବିଦେଶର ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣି ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଇବେ। ଝାରସୁଗୁଡ଼ା ବିମାନବନ୍ଦର ଏବେ ଭୁବନେଶ୍ୱର-ରାଂଚି-ରାୟପୁର ସହରକୁ ଯୋଡ଼ି ତ୍ରିବେଣୀ ସଂଗମର ସ୍ଥାନ ପାଲଟିବ।ଏହି ବିମାନବନ୍ଦର ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼ ଆଦି ଆଖପାଖ ଅଂଚଳରେ ପର୍ଯ୍ୟଟନ, ଶିଳ୍ପ ଓ ବେପାର ବଣିଜକୁ ବଢାଇବ।ଏହା ଆଂଚଳିକ ବୈଷମ୍ୟକୁ ମଧ୍ୟ ଦୂର କରିବ।ପଶ୍ଚିମ ଭାରତ ବିକାଶ କ୍ଷେତ୍ରରେ ଆଗୁଆ ରହିଥବାବେଳେ ପୂର୍ବ ଭାରତ ମଧ୍ୟ ତା ସହିତ ତାଳଦେଇ ଚାଲିବାକୁ ପଡ଼ିବ।ତେବେ ଏଥିଲାଗି ବିକାଶର ରାସ୍ତା ବାଛିବାକୁ ପଡ଼ିବ।ଆଉ ଦିନକ ପରେ ସେ ସିକିମ୍ରେ ମଧ୍ୟ ଏକ ନୂଆ ବିମାନବନ୍ଦରକୁ ଉଦ୍ଘାଟନ କରିବେ।ସେ କହିଥିଲେ ଯେ ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର ହୋଇ ରହିଛି।ଏହାର ବିନିଯୋଗ ଦ୍ୱାରା ଓଡ଼ିଶା ଏବଂ ପୂର୍ବ ଭାରତର ବିକାଶ ସୁନିଶ୍ଚିତ ହେବ।ରେଳ ସଂଯୋଗ, ବିମାନ ସଂଯୋଗ, ସଡ଼କ ସଂଯୋଗ, ଜଳପଥ ସଂଯୋଗ ସାଙ୍ଗକୁ ସୂଚନା ହାଇୱେର ବିକାଶ ଆଧୁନିକ ଭାରତ ପାଇଁ ନିହାତି ଆବଶ୍ୟକ।ଆଦିବାସୀବହୁଳ ଅଂଚଳରେ ଏସବୁର ବିକାଶ ଦ୍ୱାରା ଆଂଚଳିକ ବୈଷମ୍ୟ ଦୂର କରାଯାଇପାରିବ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀରସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ଅନୁରୋଧ କରିଥିଲେ।ଏହା ସହିତ ଏୟାର ଇଣ୍ଡିଆ ଏଠାରୁ ଦୈନିକ ଉଡ଼ାଣ କରୁ ଓ ବର୍ଷକ ପର୍ଯ୍ୟନ୍ତ ଖାଲି ପଡ଼ୁଥିବା ସିଟ୍ ପାଇଁ ରାଜ୍ୟ ସରକାର ପାଣ୍ଠି ବହନ କରିବେ ବୋଲି ପ୍ରସ୍ତାବ ଦେଇଥିଲେ । ଉଭୟ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ।ଏହାସହିତ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ମାଣରେ ରାଜ୍ୟ ସରକାର ୧୨୦ଏକର ମାଗଣା ଜମି ଯୋଗାଇ ଦେବା ସହ ପାଣି ଓ ବିଦ୍ୟୁତ୍ ସେବା ମଧ୍ୟ ଦେଉଥିବା ସୂଚନା ଦେଇଛନ୍ତି।
ସମାରୋହରେ ଯୋଗଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ କହିଥିଲେ ଯେ ଉଡ଼ାଣ ଯୋଜନାରେ ୫୬ ବିମାନବନ୍ଦର ଓ ୩୬ଟି ହେଲିପ୍ୟାଡ୍କୁ ବିକାଶିତ କରାଯାଉଛି।ଏହି ସମାରୋହରେ ରାଜ୍ୟପାଳ ଗଣେଶୀଲାଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାରୋହରେ ଗର୍ଜନବାହାଲ ଓ ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ସହ ଝାରସୁଗୁଡ଼ା, ବରପାଲି, ସବ୍ଡେଗା ରେଳ ଲିଙ୍କ୍କୁ ମଧ୍ୟ ଲୋକାର୍ପଣ କରିଥିଲେ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ତାଳଚେରରେ ୧୩ହଜାର କୋଟି ଟଙ୍କାର ସାର କାରଖାନା ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳ ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଥମେ ତାଳଚେର ଓ ପରେ ଝାରସୁୁଗୁଡ଼ା ଗସ୍ତ କରିଥିଲେ।ଉଭୟ ତାଳଚେର ଓ ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ସେଠାରୁ ଛତିଶଗଡ଼ର ରାୟପୁର ଅଭିମୁଖେ ଯାତ୍ରା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top