Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆମ ଗାଁ ଆମ ବିକାଶ: ୪୫୭୫ ପଂଚାୟତ ପାଇଁ ୧୦୩୫ କୋଟି

ଭୁବନେଶ୍ୱର/ବାଲିକୁଦା: ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୋଟ ୪୫୭୫ଟି ପଂଚାୟତ ପାଇଁ ୪୧,୯୩୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏସବୁ ପ୍ରକଳ୍ପର ମୋଟ ମୂଲ୍ୟ ୧୦୩୪.୬୩କୋଟି ଟଙ୍କା ବୋଲି ଜଣାପଡ଼ିଛି ।ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ୯ଟି ଜିଲ୍ଲାର ୧୦ଟି ବ୍ଲକ୍ ପାଇଁ ୪୬.୭୮କୋଟି ଟଙ୍କା ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ଏହି ଅବସରରେ ବାଲିକୁଦା ବ୍ଲକର ବୋରିକିନା କଲେଜ ପଡ଼ିଆରେ ଆୟୋଜିତ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, ସାଂସଦ କୁଳମଣୀ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରିୟଦର୍ଶିନୀ ବିଶ୍ୱାଳ, ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଦସ୍ୟ ବବିତା ସ୍ୱାଇଁ, ଜୟଶ୍ରୀ ଦର୍ପଦଳିନୀ, ସ୍ଥାନୀୟ ବିଡିଓ, ବ୍ଲକ ଅଧ୍ୟକ୍ଷା, ସରପଂଚ ଓ ସମିତ ସଭ୍ୟମାନେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କର ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ସେମାନେ ଖୁସି ତ ବୋଲି ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ବିନିମୟବେଳେ ଉପସ୍ଥିତ ମହିଳାମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ହୁଳୁହୁଳି ପକାଇ ତାଙ୍କର ସ୍ୱାଗତ କରିଥିଲେ ।

ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଲିକୁଦା ବ୍ଲକର ୩୦ଟି ପଂଚାୟତ ପାଇଁ ୬.୫୦କୋଟି ଟଙ୍କାରେ ୪୧୬ଟି ପ୍ରକଳ୍ପ, ବାଲିଶଙ୍କର ବ୍ଲକର ୧୯ଟି ପଂଚାୟତ ପାଇଁ ୩.୮୦କୋଟି ଟଙ୍କାରେ ୧୨୬ଟି ପ୍ରକଳ୍ପ, ଓଡ଼ଗାଁ ବ୍ଲକର ୩୬ଟି ପଂଚାୟତ ପାଇଁ ୮.୨୫କୋଟି ଟଙ୍କାରେ ୩୭୫ଟି ପ୍ରକଳ୍ପ, ଠାକୁରମୁଣ୍ଡା ବ୍ଲକର ୧୮ଟି ପଂଚାୟତ ପାଇଁ ୪.୫୦କୋଟି ଟଙ୍କାରେ ୨୦୧ଟି ପ୍ରକଳ୍ପ, ଯୁଜୁମରା ବ୍ଲକର ୧୮ଟି ପଂଚାୟତ ପାଇଁ ୪.୧୪ କୋଟି ଟଙ୍କାରେ ୨୧୭ଟି ପ୍ରକଳ୍ପ, ବଂଶପାଳ ବ୍ଲକର ୨୧ଟି ପଂଚାୟତ ପାଇଁ ୪.୬୨କୋଟି ଟଙ୍କାରେ ୧୪୭ଟି ପ୍ରକଳ୍ପ, ଆନନ୍ଦପୁର ବ୍ଲର ୧୮ଟି ପଂଚାୟତ ପାଇଁ ୪.୭୨କୋଟି ଟଙ୍କାରେ ୧୩୦ଟି ପ୍ରକଳ୍ପ, ବେଲଗୁଣ୍ଠା ବ୍ଲକର ୧୯ଟି ପଂଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୪୬ଟି ପ୍ରକଳ୍ପ, ଡାବୁଗାଁ ବ୍ଲକର ୧୨ଟି ପଂଚାୟତ ପାଇଁ ୩କୋଟି ଟଙ୍କାରେ ୧୩୦ଟି ପ୍ରକଳ୍ପ ଓ ତୁମୁଡ଼ିବନ୍ଧ ବ୍ଲକର ୧୧ଟି ପଂଚାୟତ ପାଇଁ ୨.୫୦କୋଟି ଟଙ୍କାରେ ୬୪ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top