ଭୁବନେଶ୍ୱର(ଓଡ଼ିଶା ୱେୟାର):ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ସେ ବିଜେପିର ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିବେ । ବିଜେପି ସଭାପତି ଅମିତ୍ ଶାହ ଆଜି ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ମାତ୍ର ୪ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ଶ୍ରୀ ପଣ୍ଡାଙ୍କୁ ଦଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ମାର୍ଚ୍ଚ ୪ତାରିଖରେ ଦିଲ୍ଲୀରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିବା ଶ୍ରୀ ପଣ୍ଡା ୬ତାରିଖରେ ଓଡ଼ିଶା ଫେରିଥିଲେ ଓ ତାଙ୍କୁ ଏଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତା’ପରଠୁ ଦଳରେ ତାଙ୍କର ଭୂମିକା କ’ଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।
ବୈଜୟନ୍ତଙ୍କୁ ଏହି ଦୁଇ ନୂଆ ଦାୟିତ୍ୱ ମିଳିବା ପରେ ଜାତୀୟସ୍ତରରେ ବିଜେପିରେ ତାଙ୍କର ଦବଦବା ରହିଥିବା ଏକରକମ ସ୍ପଷ୍ଟ ହୋଇଯାଇଛି।


