Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଝାରପଡ଼ା ଜେଲ୍‌ ଗଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ। ଶେଷରେ ପୁଲିସ ତାଙ୍କୁ ଗିରଫ କରି ଝାରପଡ଼ା ଜେଲକୁ ପଠାଇ ଦେଇଛି। ତାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ସେତେଦିନ ପର୍ଯ୍ୟନ୍ତ ସେ ଜେଲରେ ରହିବେ। ଗିରଫ ପରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜେଲ ହସ୍ପିଟାଲ ୱାର୍ଡରେ ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ ଜେଲ କର୍ତ୍ତୃପକ୍ଷ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିପାରନ୍ତି।

ପୁଲିସ ତାଙ୍କ ବିରୋଧରେ ଦଫା ୩୦୭ (ହତ୍ୟାପାଇଁ ଉଦ୍ୟମ)ରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭,୧୪୮,୧୪୯ ଦଫା ଲଗାଇଛି। ଏଥିସହ ୧୭୧ ବି ,୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁ କରିଛି ପୁଲିସ। ମହାରଥୀଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା।
ପୂରା ଘଟଣା ଥିଲା ଏମିତି। ରବିବାର ରାତି ୧୧ଟା ୪୫ ମିନିଟ୍‌ରେ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ପାଇ ପହଞ୍ଚିଥିଲା ଫ୍ଳାଇଂ ସ୍କ୍ୱାଡର ତିନୋଟି ଗାଡ଼ି। ଫାର୍ମ ହାଉସ୍ ଫାଟକ ପାଖରେ ୨ଟି ଗାଡି ପହଞ୍ଚିବା ପରେ ସେଠାରେ ପାର୍କିଂ ହୋଇଥିବାଏକ ସ୍କୁଟିରେ ଟଙ୍କା ଥିବା ସନ୍ଦେହରେ ଯାଞ୍ଚ ପାଇଁ ଯାଇଥିଲେ ସ୍କ୍ୱାଡର ଟିମ। ଠିକ ସେତିକି ବେଳେ ପହଞ୍ଚି ଯାଇଥିଲେ ଖୋଦ୍ ମହାରଥୀ। ମାଜିଷ୍ଟ୍ରେଟଙ୍କ ଗାଡ଼ିକୁ ଅଟକାଇଥିଲେ ମହାରଥୀଙ୍କ ସମର୍ଥକ।
ସ୍କ୍ୱାଡର ନେତୃତ୍ୱ ନେଉଥିବା ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ, ମହାରଥୀ ଓ ତାଙ୍କ ସମର୍ଥକ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ରେଡ୍‌ କରିବା ପାଇଁ ଫାର୍ମ ହାଉସ ଭିତରକୁ ପଶିବାକୁ ଦେଇନଥିଲେ ମହାରଥୀ ଓ ତାଙ୍କ ସମର୍ଥକ। ହକି ଷ୍ଟିକ ଓ ଠେଙ୍ଗା ଧରି ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ମାଡ଼ ଖାଇ ସେଠାରୁ ଗୋଟିଏ ଗାଡ଼ିରେ ଫେରିଆସିଥିଲେ ସ୍କ୍ୱାଡ଼ର କର୍ମକର୍ତ୍ତା। ତେବେ ଆକ୍ରମଣରେ ରବିନାରାୟଣଙ୍କ ସମେତ ପୁଲିସ ଏଏସଆଇ ବିନୟ କୁମାର ଦାସ ଓ ଡ୍ରାଇଭର ଦୀପକ ଆହତ ହୋଇଛନ୍ତି। ଫ୍ଲାଇଂ ସ୍କ୍ୱାଡର କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କ କ୍ୟାମେରା ଭାଙ୍ଗିଦେଇଥିଲେ ମହାରଥୀଙ୍କ ସମର୍ଥକ। ଗୁରତର ଆହତ ରବିନାରାୟଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top