Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ବିଶେଷ

‘ରାଜ୍ୟରେ ଠାକୁର ମଧ୍ୟ ସୁରକ୍ଷିତ ନୁହଁନ୍ତି’

ଭୁବନେଶ୍ୱର, ଓଡ଼ିଶା ୱେୟାର: ମାଉସୀମା’ ମନ୍ଦିରରୁ ଚୋରି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେପି କହିବା ସହ ରାଜ୍ୟରେ ସ୍ୱୟଂ ଭଗବାନ ବି ସୁରକ୍ଷିତ ନୁହଁନ୍ତି ବୋଲି ଅଭିଯୋଗ କରିଛି।
ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ କହିଛନ୍ତି, ଗତକାଲି ରାତିରେ ଡକାୟତମାନେ ହୁଣ୍ଡିରୁ ଦାନ ଅର୍ଥ ସମେତ ସୁନା ଓ ରୁପା ଆଦି ଗହଣା ଅଲଙ୍କାର ଚୋରି କରି ନେଇ ପଳାଇଛନ୍ତି। ଏହାକୁ ଯେତେ ନିନ୍ଦା କଲେ ବି କମ୍। ଏହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ବୋଲି ଦର୍ଶାଉଛି।

ରାଜ୍ୟରେ ଦିନ ଦ୍ୱିପ୍ରହରରେ ଛିନତାଇ, ଲୁଟ, ଡକାୟତି, ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟି ଚାଲିଛି। ‘ଅପରାଧ ଏବଂ ଅପରାଧୀ’ ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପୁଲିସ ପ୍ରତି ଅପରାଧୀଙ୍କ ଆଉ ଭୟ ନାହିଁ। ନିର୍ଭୟରେ ଅପରାଧୀମାନେ ଅପରାଧ କରିଚାଲୁଛନ୍ତି। ରାଜ୍ୟର ମା’, ଭଉଣୀ, ବୁଦ୍ଧାବୃଦ୍ଧାମାନେ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ଏବେ ସ୍ୱୟଂ ଭଗବାନ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ସେ କହିଛନ୍ତି, ପ୍ରତିଦିନ ଖବରକାଗଜରେ ମନ୍ଦିରରୁ ଚୋରି ଘଟଣା ସମ୍ବାଦ ପଢିବାକୁ ମିଳୁଛି। ବାଣପୁରର ପ୍ରସିଦ୍ଧ ଦକ୍ଷ ପ୍ରଜାପତି ମନ୍ଦିରରୁ ୨୨ଟି ଦୁର୍ଲଭ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି, ପିପିଲି ଅନ୍ତର୍ଗତ କୁକୁଡିଆ ଗ୍ରାମସ୍ଥିତ ବିଖ୍ୟାତ ଗୋପୀନାଥ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଅତୀତରେ ନବକଳେବର ବିଭ୍ରାଟ, ରତ୍ନଭଣ୍ଡାର ବିଭ୍ରାଟ, ଦାରୁବିଭ୍ରାଟ ଭଳି ଘଟଣାରୁ ରାଜ୍ୟ ସରକାର କୌଣସି ଶିକ୍ଷା ଲାଭ କରିନଥିବାବେଳେ ଏବେ ମାଉସୀମା’ ମନ୍ଦିରରୁ ଚୋରି ଘଟଣା ରାଜ୍ୟ ସରକାରଙ୍କ ଅପାରଗତା ଓ ନଷ୍କ୍ରିୟତାକୁ ପୁଣି ଥରେ ପଦାରେ ପକାଇ ଦେଇଛି । ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବ ଏବଂ ଅପରାଧୀମାନଙ୍କୁ ସୁରକ୍ଷା ଦେବା ଏବଂ ଅବାଧ ନିଶା ବେପାର ହିଁ ମୁଖ୍ୟ କାରଣ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀମନ୍ଦିର ଐତିହ୍ୟର ସୁରକ୍ଷା ପାଇଁ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାର ପ୍ରୟାସ ନକରି ରାଜ୍ୟ ସରକାର ବାସ୍ତବରେ ଓ ସଠିକ ଭାବେ ମନ୍ଦିରର ସୁରକ୍ଷା ପ୍ରଦାନ କରିବାକୁ ବିଜେପି ପରାମର୍ଶ ଦେଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top