ଭୁବନେଶ୍ୱର(ଓଡ଼ିଶା ୱେୟାର): ଚାଷୀ ଆନ୍ଦୋଳନକୁ ସିଧାସଳଖ ସମର୍ଥନ ଜଣାଇବାରେ କୁଣ୍ଟବୋଧ କରୁଥିବା କ୍ଷମତାସୀନ ବିଜେଡି ଏବେ ପୁଣିଥରେ ଚାଷୀ କାର୍ଡ ଖେଳିଛି । ସାଧାରଣ ନିର୍ବାଚନ ପୂର୍ବରୁ ଏମଏସପି(ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗ ଉଠାଇ ପରବର୍ତ୍ତୀ ସମୟରେ ଭୁଲିଯାଇଥିବା ବିଜେଡି ସରକାର ଏବେ ପୁଣିଥରେ ଏମଏସପିକୁ ଦୁଇଗୁଣ କରିବା ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଓ ସ୍ୱାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ । ଆଜି ରାଜ୍ୟ କ୍ୟାବିନେଟରେ ଏନେଇ ସର୍ବସମ୍ମତି ନିଷ୍ପତ୍ତି ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା କ୍ୟାବିନେଟ ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଚାଷୀଙ୍କ ସର୍ବାଙ୍ଗୀନ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଉର୍ତ୍ସଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି । ନୂଆ କୃଷିନୀତି-୨୦୨୦ ‘ସମୃଦ୍ଧି’ କାର୍ଯ୍ୟକାରୀ କରିଛନ୍ତି । ଚାଷୀଙ୍କୁ ସେମାନଙ୍କର ଉତ୍ପାଦନର ଉପଯୁକ୍ତ ମୂଲ୍ୟ ଦେବା ନିମନ୍ତେ ରାଜ୍ୟ ବିଧାନସଭାରେ ୨୦୧୭ ଓ ୨୦୧୮ରେ ଏକ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ସ୍ୱାମୀନାଥନ କମିଟିର ସୁପାରିସ ଅନୁସାରେ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚଠାରୁ ଅତିକମରେ ୫୦% ଅଧିକ ଏମଏସପି ହେବା ଉଚିତ୍ । ତେଣୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ପାଇଁ କ୍ୟାବିନେଟରେ ସଂକଳ୍ପ ପାରିତ କରିଛନ୍ତି ।
ସେହିପରି


