Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସ୍କୁଲ ପିଲାଟିର ଟ୍ୱିଟ୍ ପରେ ବଦଳିଲା ‘ମୋ ବସ୍‌’ ସମୟ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଶୀର୍ଷକ ପଢ଼ିଲା ପରେ ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ, କିନ୍ତୁ ଏହା ସତ । ରାଜଧାନୀ ଭୁବନେଶ୍ୱରରେ ସେବା ଯୋଗାଉଥିବା ‘ମୋ ବସ୍ ’ ଏକ ନିର୍ଦ୍ଦିଷ୍ଟ ମାର୍ଗରେ ନିଜର ଚଳପ୍ରଚଳର ସମୟରେ ପରିବର୍ତ୍ତନ କରିଛି । ତା’ପୁଣି ଜଣେ ସ୍କୁଲ ଛାତ୍ରର ଟ୍ୱିଟ୍ ଆଧାରରେ ।
ଦୀର୍ଘ ୯ମାସ ପରେ ସ୍କୁଲ ଖୋଲିବାପରେ ଭୁବନେଶ୍ୱରର ଏମବିଏସ୍ ପବ୍ଲିକ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ସାଇ ଅନ୍ୱେଷ ଅମୃତମ ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ‘ମୋ ବସ୍ ’ ସମୟରେ ପରିବର୍ତ୍ତନ ଯୋଗୁ ସେ ଠିକ୍ ସମୟରେ ସ୍କୁଲ ପହଂଚିବା ସମ୍ଭବପର ହେଉନଥିବା ନେଇ ‘କ୍ରୁଟ୍ ଭୁବନେଶ୍ୱର’ ଓ ଏହାର ମୁଖ୍ୟ ଅରୁଣ ବ୍ରୋଥାଙ୍କୁ ଗତକାଲି(ଶୁକ୍ରବାର) ଅବଗତ କରିଥିଲେ । ଆଉ ଏହି ଟ୍ୱିଟ୍ ଉପରେ ତତ୍କାଳ ପଦକ୍ଷେପ ନେଇ ଛାତ୍ରଙ୍କ ସୁବିଧା ନିମନ୍ତେ ଆସନ୍ତା ସୋମବାରଠାରୁ ସେହି ନିର୍ଦ୍ଦିଷ୍ଟ ମାର୍ଗରେ ଚଳପ୍ରଚଳ କରୁଥିବା ‘ମୋ ବସ’ର ସମୟରେ ପରିବର୍ତ୍ତନ କରିଛନ୍ତି । ଶ୍ରୀ ବୋଥ୍ରା ନିଜେ ଆଜି ଟ୍ୱିଟ୍ କରି ଏହି ସୂଚନା ମଧ୍ୟ ଦେଇଛନ୍ତି ।
ସୂଚନା ଅନୁସାରେ, ଏମବିଏସ୍ ପବ୍ଲିକ ସ୍କୁଲର ଛାତ୍ର ଶ୍ରୀ ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ‘କ୍ରୁଟ୍ ଭୁବନେଶ୍ୱର’ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥାଙ୍କୁ ଜଣାଇଥିଲେ ଯେ, ଦୈନିକ ସ୍କୁଲ ଯିବା ପାଇଁ ସେ ମୋ ବସ୍ ସେବା ଉପଯୋଗ କରନ୍ତି । କିନ୍ତୁ ଏବେ ବସ୍ ସମୟରେ ପରିବର୍ତ୍ତନ ହୋଇଯାଇଛି । ତାଙ୍କର ସ୍କୁଲରେ ରିପୋର୍ଟିଂ କରିବା ସମୟ ସକାଳ ସାଢ଼େ ୭ଟା ହୋଇଥିବାବେଳେ ସେ ରହୁଥିବା ଲିଙ୍ଗିପୁର ଦେଇ(ରୁଟ୍ ନମ୍ବର-୧୩) ପ୍ରଥମ ବସ୍ ସକାଳ ୭ଟା ୪୦ମିନିଟରେ ଲିଙ୍ଗିପୁରରୁ ଛାଡ଼ୁଛି । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ ।
ଆଉ ଛାତ୍ର ଶ୍ରୀ ପ୍ରଧାନଙ୍କର ଗତକାଲିର ଏହି ଟ୍ୱିଟ୍ ଉପରେ ଆଜି ସକାଳେ କ୍ରୁଟ୍ (କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ) ପ୍ରତିକ୍ରିୟା ଦେଇ ଏହା ଉପରେ ଯାହାକିଛି କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲା । ତେବେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଆଜି ଅପରାହ୍ନରେ ଟ୍ୱିଟ୍ ମାଧ୍ୟମରେ ସମ୍ପୃକ୍ତ ସ୍କୁଲ ଛାତ୍ର ଶ୍ରୀ ପ୍ରଧାନଙ୍କୁ ସେହି ରୁଟ୍‌ରେ ଚାଲୁଥିବା ବସ୍‌ର ସମୟରେ ପରିବର୍ତ୍ତନ କରାଯାଇଛି ଓ ସ୍କୁଲ ପହଂଚିବାରେ ବିଳମ୍ବ ହେବ ନାହିଁ ବୋଲି ଜଣାଇଛନ୍ତି । ପ୍ରଥମ ବସ୍ ସକାଳ ୭ଟାରେ ଛାଡ଼ିବ ବୋଲି ସେ କହିଛନ୍ତି ।
କ୍ରୁଟ୍ ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବୋଥ୍ରାଙ୍କର ଏଭଳି ପଦକ୍ଷେପକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top