Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବନ୍ଦ ହେବ ଭୋଡ଼ାଫୋନ-ଆଇଡିଆ, ଦେବାଳିଆ ହେବେ ୮ ବ୍ୟାଙ୍କ !

– ପ୍ରଭାବିତ ହେବେ ୨୮ କୋଟି ଗ୍ରାହକ
-୮ ବ୍ୟାଙ୍କରୁ ୧.୮୦ ଲକ୍ଷ କୋଟି ଋଣ
– ବ୍ୟାଙ୍କ ପାଇଁ ସୃଷ୍ଟି ହେବ ଦେବାଳିଆ ସ୍ଥିତି
– ଆଇଡିଏଫସିରୁ ସର୍ବାଧିକ (ମୋଟ ଋଣର ୨.୯୦ ପ୍ରତିଶତ) ଋଣ

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭୋଡ଼ାଫୋନ ଓ ଆଇଡିଆକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ଟେଲିକମ କମ୍ପାନୀ ନିଜର ବ୍ୟବସାୟ ଭାରତୀୟ ବଜାରରେ ବନ୍ଦ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କମ୍ପାନୀର ବ୍ୟାପକ କ୍ଷତି ଏବଂ ନୂତନ ପୁଞ୍ଜି ବିନିଯୋଗ ବନ୍ଦ ହେତୁ କମ୍ପାନୀ ପାଇଁ ସମସ୍ୟା ପାଲଟିଛି । ଏପରିକି କମ୍ପାନୀର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତ ଉଦ୍ୟମ ସତ୍ତ୍ୱେ କମ୍ପାନୀର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଦେବାଳିଆ ହୋଇ ପଡ଼ିଥିବା ଏହି ଦୁଇ କମ୍ପାନୀ ବର୍ତ୍ତମାନ ବନ୍ଦ ହେବା ସ୍ଥିତିକୁ ଆସିଯାଇଛି । ଏଭଳି ସ୍ଥିତିରେ ଯଦି କମ୍ପାନୀ ବନ୍ଦ ହୋଇଯାଏ, ତା’ହେଲେ ଏହାର ପ୍ରଭାବ କମ୍ପାନୀର ୨୮ କୋଟି ଗ୍ରାହକ ପ୍ରଭାବିତ ହେବେ। ଏପରିକି ଦେଶର ୮ଟି ପ୍ରମୁଖ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଭୋଡାଫୋନ ଆଇଡିଆର ସମସ୍ୟା ବଢିବା ସହିତ ଏସବିଆଇ ସହିତ ୮ଟି ବ୍ୟାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୧.୮୦ ଲକ୍ଷ କୋଟି ଟଙ୍କା ଋଣ ଆକାରରେ ନେଇଛନ୍ତି । ବିଭିନ୍ନ ଉପାୟରେ ବିଭିନ୍ନ କାରଣ ଦେଖାଇ କମ୍ପାନୀ ଏହି ଋଣ ଉଠାଇଛି । ଏଥିରେ ବ୍ୟାଙ୍କ ଏକସପୋଜର ମଧ୍ୟ ସାମିଲ ରହିଛନ୍ତି । ଯଦି ଏହି ଦୁଇଟି କମ୍ପାନୀ ବ୍ୟବସାୟ ବନ୍ଦ କରିବା ସହିତ କମ୍ପାନୀ ବନ୍ଦ ହୋଇଯାଏ, ତେବେ ବ୍ୟାଙ୍କ ଗୁଡ଼ିକ ଏକ ମୋଟା ଅଙ୍କର ଅର୍ଥରାଶି ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

ସେହିପରି ଭୋଡ଼ାଫୋନ ଆଇଡିଆ ବନ୍ଦ ହେଲେ ପ୍ରାୟ ୨୮ କୋଟି ଗ୍ରାହକ ସିଧାସଳଖ ଭାବେ ପ୍ରଭାବିତ ହେବ । ଭୋଡାଫୋନ୍ ଆଇଡିଆର ୨୮ କୋଟିର ଏକ ବୃହତ ଗ୍ରାହକ ବେସ ରହିଛି। ଯଦି କମ୍ପାନୀ ବନ୍ଦ ହୋଇଯାଏ, ତେବେ ଏହି ଗ୍ରାହକଙ୍କ ମୋବାଇଲ ନମ୍ବର ମଧ୍ୟ ବନ୍ଦ ହୋଇଯିବ । ତେବେ, ଜିଓ, ଏୟାରଟେଲ ପରି ଅନ୍ୟ କମ୍ପାନୀଗୁଡିକ ଏହାର ଲାଭ ନିଶ୍ଚିତ ଭାବେ ଉଠାଇପାରିବେ। ଏହି ଗ୍ରାହକଙ୍କ ନମ୍ବରକୁ ନିଜ ଅକ୍ତିଆରକୁ ନେବାକୁ ଚାହିଁବେ ।
ତେବେ କମ୍ପାନୀର ଋଣ ପରିମାଣ ଦିନକୁ ଦିନ ବନ୍ଦ ହୋଇ ଯାଉଥିବା ବେଳେ ନିବେଶକଙ୍କ ସଂଖ୍ୟା ମଧ୍ୟ ଧିରେଧିରେ ବନ୍ଦ ହେବାରେ ଲାଗିଛି । ଫଳରେ କମ୍ପାନୀର ପରିଚାଳନା କମିଟି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେପଟେ ଭୋଡାଫୋନ-ଆଇଡିଆ କମ୍ପାନୀର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା ସରକାରଙ୍କୁ ନିଜର ଅଂଶକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ। ସରକାରଙ୍କ ନିକଟରୁ କୌଣସି ପ୍ରସ୍ତାବ ନ ଆସିବାରୁ ସେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ବିର୍ଲାଙ୍କର ଏଭଳି ପଦକ୍ଷେପ ପରେ କମ୍ପାନୀ ବନ୍ଦ ହେବାର ଆଶଙ୍କା ବୃଦ୍ଧି ପାଇଛି । ସେପଟେ ଭୋଡାଫୋନ ଇଣ୍ଡିଆର ସିଇଓ କର୍ମଚାରୀଙ୍କୁ କହିଛନ୍ତି କି ଚିନ୍ତା କରିବାର କୌଣସି କାରଣ ନାହିଁ । ମାମଲା ଏବେ ନିୟନ୍ତ୍ରଣାଧିନ ରହିଥିବା ବେଳେ କମ୍ପାନୀ ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top