Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୃତକ ବ୍ୟକ୍ତିଙ୍କ ନାଁରେ ବୀମା ଠକେଇ କରି ଏଲ୍‌ଆଇସି ଏଜେଣ୍ଟ ଗିରଫ

ଭୁବନେଶ୍ୱର(ଓଡ଼ିଶା ୱେୟାର): ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧.୧୮ କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଳ୍ୟୁ ଜଣେ ଏଲ୍‌ଆଇସି ଏଜେଣ୍ଟକୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାଁ କବିରାଜ ବେହେରା। ତାଙ୍କ ଘର ପୁରୀ ଜିଲ୍ଲା କଣସା ଥାନା ଅନ୍ତର୍ଗତ ଝାଡ଼କଟାରେ।

ଏଲ୍‌ଆଇସିର ଖୋର୍ଦ୍ଧା ଶାଖାର ଅଭିଯୋଗକ୍ରମେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ୨୦୦୩ରୁ ଏଲ୍‌ଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା କବିରାଜ ବେହେରା ୨୦୧୩ରୁ ୨୦୧୯ ମଧ୍ୟରେ ବେଆଇନ ଭାବେ ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ପଲିସି ଖୋଲିଥିଲେ। ଉକ୍ତ ବ୍ୟକ୍ତିମାନଙ୍କୁ ଜୀବିତ ଦର୍ଶାଇ ସେ ଏହି ସବୁ ପଲିସି ଖୋଲିଥିଲେ। ତିନିରୁ ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ପଲିସିଗୁଡ଼ିକ ପାଇଁ ଆବଶ୍ୟକ ପ୍ରିମିୟମ ରାଶି ଜମା କରିଥିଲେ। ପରେ ଏହି ବ୍ୟକ୍ତିମାନଙ୍କର ମୃତ୍ୟୁ ଘଟିଥିବା ନେଇ ଜାଲ୍ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ। ଆଉ ଏହି ମୃତ୍ୟୁ ପ୍ରମାଣପତ୍ର ଗୁଡ଼ିକୁ ଦେଖାଇ ବୀମା ରାଶି ହଡ଼ପ କରିବା ପାଇଁ ସେ ପ୍ରୟାସ କରିଥିଲେ।

କବିରାଜ ଜାଣିଶୁଣି ଏହି ଜାଲ୍ ବୀମା ପଲିସି ଗୁଡ଼ିକରେ ସମ୍ ଆସ୍ୟୁର୍‌ଡକୁ ୧୦ ଲକ୍ଷ ଟଙ୍କା ଭିତରେ ସୀମିତ ରଖିଥିଲେ। କାରଣ ଏହା ଦ୍ୱାରା ବ୍ରାଞ୍ଚ ମ୍ୟାନେଜର ମୃତକଙ୍କ ପରିବାରକୁ ଅର୍ଥ ରିଲିଜ୍ କରିପାରିବେ। ଏଥିପାଇଁ ତାଙ୍କୁ ଡିଭିଜନାଲ ଅଫିସ୍‌ରୁ ଅନୁମତି ନେବାକୁ ପଡ଼ିବ ନାହିଁ। ୨୩ଟି ବୀମା ପଲିସି ପାଇଁ କବିରାଜ ୧.୮୧ କୋଟି ଟଙ୍କା ପାଇବାକୁ ଆବେଦନ କରିଥିଲେ। ଏପରିକି ଏଲ୍‌ଆଇସି ପକ୍ଷରୁ ୫ଟି ପଲିସି ପାଇଁ ଅର୍ଥ ରିଲିଜ୍ କରି ଦିଆଯାଇଥିଲା।

ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ପକ୍ଷରୁ କବିରାଜଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଅନେକ ସନ୍ଦେହଜନକ କାଗଜପତ୍ର ଜବତ କରାଯାଇଥିଲା। ଏପରିକି ଉପରୋକ୍ତ ଜାଲ୍ ବୀମା ପଲିସି ସହିତ ଜଡ଼ିତ ଭୋଟର ପରିଚୟ ପତ୍ର, ଏଟିଏମ୍‌ କାର୍ଡ, ବ୍ୟାଙ୍କ୍ ପାସ୍ ବୁକ୍, ଚେକ୍ ବୁକ୍‌, ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଥିଲା। ଘଟଣାର ତଦନ୍ତ ଏବେ ବି ଜାରି ରହିଛି। ଏଥିରେ ଏଲ୍‌ଆଇସିର କୌଣସି ଅଧିକାରୀଙ୍କ ସଂପୃକ୍ତି ରହିଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ସେହିଭଳି ଗିରଫ କବିରାଜ ଏଭଳି ଆଉ କିଛି ଠକେଇ କରିଛନ୍ତି ନା ନାହିଁ, ତା’ର ମଧ୍ୟ ତଦନ୍ତ ଚାଲିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top