ଭୁବନେଶ୍ୱର(ଓଡ଼ିଶା ୱେୟାର) : ଜାନୁଆରୀ ୧୦ରୁ ଫେବୃଆରୀ ୧ ପର୍ଯ୍ଯନ୍ତ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ରାଜ୍ଯରେ ବନ୍ଦ ରହିବ । ଅନଲାଇନ କିମ୍ବା ଭର୍ଚୁଆଲ ମୋଡରେ ମେଡିକାଲ ଓ ନର୍ସିଂ କଲେଜ ଆଦି ଖୋଲା ରହିବ ଶିକ୍ଷାଦାନ ନେଇ ସମସ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲକୁ ବନ୍ଦ କରିଛନ୍ତି ରାଜ୍ଯ ସରକାର ଜାନୁଆରୀ ୮ରୁ ଅନ୍ଯାଦେଶ ଯାଏ ସବୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ଯ କର୍ମଚାରୀଙ୍କ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବନ୍ଦ ରହିବ ତେବେ ରେଜିଷ୍ଟରରେ ଉପସ୍ଥାନ ନିଆଯିବ ତେବେ ଏହି ସମୟରେ ମେଡିକାଲ କଲେଜ, ନର୍ସିଂ କଲେଜ ଗୁଡିକ ଖୋଲା ରହିବ। ଅଫଲାଇନ କ୍ଲାସକୁ ବାରଣ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅନଲାଇନ କ୍ଲାସରେ ପାଠ ପଢାଇପାରିବେ । କିନ୍ତୁ କୌଣସି କୋଚିଂ କ୍ଲାସରେ ଅଫଲାଇନ ଶିକ୍ଷାଦାନ ହୋଇପାରିବ ନାହିଁ କେବଳ ଅନଲାଇନ କ୍ଲାସ ନେଇପାରିବେ ଶିକ୍ଷାନୁଷ୍ଠାନ ବନ୍ଦ ସହ ସମସ୍ତ ହଷ୍ଟେଲକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗବେଷଣା/ପ୍ରୋଜେକ୍ଟ କାମ କିମ୍ବା ଅନ୍ଯାନ୍ଯ ଶିକ୍ଷାଗତ କାର୍ଯ୍ଯକଳାପ ପାଇଁ ହଷ୍ଟେଲରେ ରହିବେ ସେମାନେ ଅଣ୍ଡରଟେକିଂ ଦେଇ ରହିପାରିବେ ସେହିପରି କରୋନା ଗାଇଡଲାଇନ ସହ ଚାଲୁଥତ୍ବା ଅଫଲାଇନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେଉଥିଲେ ମଧ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ଡୁ୍ଟି କରିବେ ।


