Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ରାଜ୍ୟରେ ନିର୍ମାଣ ହେବ ଆଉ ୫ ହଜାର କିମି ଜାତୀୟ ରାଜପଥ

ପାରାଦୀପ-କଳିଙ୍ଗନଗର ମଧ୍ୟରେ ନିର୍ମାଣ ହେବ ୧୦୦ କିମିର ଉତ୍ସର୍ଗୀକୃତ ୮-ଲେନ ମାଲପରିବହନ କରିଡ଼ର
ଭୁବନେଶ୍ୱର:ଓଡ଼ିଶାରେ ବନ୍ଦରଭିତିକ ଶିଳ୍ପର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି।ଏଥିଲାଗି ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରର ବିକାଶ ଉପରେ ଅଧିକ ମହତ୍ୱ ଦିଆଯାଉଛି ।ଦୁବାଇ, ସିଙ୍ଗାପୁରଠାରୁ ଆହୁରି ଅଧିକ ଉନ୍ନତ ବନ୍ଦର ନଗରୀ ନିର୍ମାଣ ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ଯୋଜନା କରୁଛନ୍ତି । ଏଣୁ ଓଡ଼ିଶାକୁ ପୂର୍ବ ଭାରତର ବିକାଶ ଦ୍ୱାର ରୂପେ ବିବେଚନା କରାଯାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ “ଇସ୍ପାତ ମୂଳଧନୀ ସାମଗ୍ରୀ-ଭାରତରେ ବିନିର୍ମାଣ” ଶୀର୍ଷକ ସମ୍ମେଳନରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରାଚୀନ ଓଡ଼ିଶା ମୂଳଧନୀ ସାମଗ୍ରୀ ନିର୍ମାଣର ଏକ ଜ୍ୱଳନ୍ତ ଉଦାହରଣ।ଏବେ ଓଡ଼ିଶାରେ ୫୦୦୦ କିଲୋମିଟର ଜାତୀୟ ରାଜପଥ ରହିଥିବା ବେଳେ ଆଉ ୫୦୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯିବ।ପାରାଦୀପରୁ କଳିଙ୍ଗନଗରକୁ ୧୦୦ କିଲୋମିଟର ଦୀର୍ଘର ଉତ୍ସର୍ଗୀକୃତ ୮-ଲେନ ରାସ୍ତା ନିର୍ମାଣ ଲାଗି ବ୍ୟାପକ ଯୋଜନା ହୋଇଛି।ପାରାଦୀପରେ ପେଟ୍ରୋକେମିକାଲ କମ୍ପେ୍ଲକ୍ସର ପରିସର ବୃଦ୍ଧି କରାଯାଉଛି।ଘରୋଇ ଓ ବିଦେଶୀ କମ୍ପାନୀମାନେ ଏହି କମ୍ପେ୍ଲକ୍ସରେ ଆନୁସଙ୍ଗୀକ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରିବା ଲାଗି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଥିଲେ।
ସେ କହିଥିଲେ ରସାୟନିକ ସାର, ପରିବହନ ଓ ଜାଳେଣି – ଇନ୍ଧନ ଲାଗି ପ୍ରାକୃତିକ ବାଷ୍ପକୁ ବ୍ୟାପକ ଭାବେ ଉପଯୋଗ କରାଯିବ । ତା ଛଡା ଗ୍ୟାସ ବ୍ୟବହାର କରି ଉନ୍ନତ କଂଚାମାଲ ନିର୍ମାଣ କରାଯାଇପାରିବ।ଧାମରାରୁ ଉତରପ୍ରଦେଶ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ ନିର୍ମାଣ ଲାଗି ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।ଓଡିଶାର ୧୩ଟି ଶିଳ୍ପ ସମୃଦ୍ଧ ଜିଲ୍ଲାକୁ ଗ୍ୟାସ ଯୋଗାଣ ପାଇଁ ୭୦୦ କିଲୋମିଟର ଦୀର୍ଘର ପାଇପ ଲାଇନ ବିଛାଯାଉଛି।ସେହିପରି ରାଜ୍ୟର ୧୯ଟି ଜିଲ୍ଲାରେ ନଗର ଗ୍ୟାସ ବିତରଣ ବ୍ୟବସ୍ଥା ଆରମ୍ଭ କରାଯାଉଛି।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ, ୧୨ ହଜାର କୋଟି ଟଙ୍କା ବିନିଯୋଗରେ ଦେଶରେ ୧୨ଟି ଜୈବ ଇନ୍ଧନ ବିଶୋଧନାଗାର ନିର୍ମାଣ କରାଯାଉଛି । ସେଥି ମଧ୍ୟରୁ ଓଡ଼ିଶାରେ ଗୋଟିଏ ଜୈବ ଇନ୍ଧନ ବିଶୋଧନାଗାର ରହିଛି।ଶ୍ରୀ ପ୍ରଧାନ କହିଲେ ଯେ, ଓଡ଼ିଶାରେ ଗତ ୪ ବର୍ଷ ମଧ୍ୟରେ ଏନଡିଏ ସରକାର ୨୦ ହଜାର କୋଟି ଟଙ୍କା ରେଳ ସେକ୍ଟରରେ ଖର୍ଚ୍ଚ କରିଛନ୍ତି।ଏଥିଲାଗି ଅନେକ ଇସ୍ପାତ ସରଞ୍ଜାମର ଉପଯୋଗ କରାଯାଇଛି।ସେ କହିଥିଲେ ଯେ, ରାଜ୍ୟରେ ଲୁହା ପଥର ଉତ୍ପାଦନ କ୍ଷମତା ୫୦ ନିୟୁତ ମେଟ୍ରିକ ଟନରୁ ୧୦୦ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି କରାଯିବ।ମାଇନିଂ କ୍ଷମତା ମଧ୍ୟ ୫୦୦ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି ପାଇବ।ସୁପର କ୍ରିଟିକାଲ ଟେକ୍ନୋଲଜି ବ୍ୟବହାର କରି ତାପଜ ଶକ୍ତି ଉତ୍ପାଦନ ହେବ।ଓଡ଼ିଶାରେ କଂଚାମାଲର ଅଭାବ ରହିବ ନାହିଁ।ଏଣୁ ଘରୋଇ ଓ ବୈଦେଶିକ ପୁଞ୍ଜି ବିନିଯୋଗକାରୀମାନେ ପର୍ଯ୍ୟାପ୍ତ ନିବେଶ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top