Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତାକାଲି ବାହୁଡା ଯାତ୍ରା: ବାହାରିବ ଶେଷ ଆଡ଼ପ ଅଭଡ଼ା

ପୁରୀ(ଓଡ଼ିଶା ୱେୟାର):ଆସନ୍ତାକାଲି ମହାବାହୁଙ୍କ ବାହୁଡା ଯାତ୍ରା । ଆଡ଼ପ ମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳା ଖେଳା । ବାହୁଡା ପୂର୍ବରୁ ବିନା ଭକ୍ତରେ ଆଜି ଦଶମୀ ସଂଧ୍ୟା ଦର୍ଶନ ଦେବେ ମହାବାହୁ । ଆଜି ବାହାରିବ ଶେଷ ଆଡ଼ପ ଅଭଡ଼ା । ସକାଳ ସାଢେ ୧୦ଟା ଭିତରେ ସରିବ ପ୍ରଥମ ଭୋଗ ମଣ୍ଡପ । ଅପରାହ୍ନ ୩ଟାରୁ ନବମୀ ସନ୍ଧ୍ୟା ଦର୍ଶନ ପରେ ରାହାସକୁ ଦିଅଁ ବିଜେ ସହ ପହୁଡ଼ ହୋଇ ଶ୍ରୀମୁଖ ଖଣ୍ଡୁଆ,ବାହୁଟ କଣ୍ଟ, କୋଠ ସୁଆଁସିଆଙ୍କ ଦ୍ୱାରା ଚାରମାଳ ବନ୍ଧା, ସେନାପଟା ଓ କୁସୁମି ଲାଗି କରାଯିବ ।
ସେପଟେ ବାହୁଡାଯାତ୍ରା ପାଇଁ ବଡ଼ଦାଣ୍ଡରେ ବୁଲି ସର୍ଭେ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଏସପି । ଡ୍ରୋନ ମାଧ୍ୟମରେ ସର୍ଭେ ସହ ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ବାହୁଡାଯାତ୍ରାରେ ଆଇନ ଶୃଙ୍ଖଳା ଓ ଏସଓପି ପାଳନ ନେଇ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର‌୍ୟ୍ୟନ୍ତ ବଡଦାଣ୍ଡରେ ଥିବା ଲଜ, ହୋଟେଲ, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କ ସହ ନିଜେ ଆଲୋଚନା କରିଛନ୍ତି । କର୍ଫ୍ୟୁ ସମୟରେ ବିନା କାରଣରେ ତାଲିକାଭୁକ୍ତ ନଥିବା ବ୍ୟକ୍ତି ସେଠାରେ ରହୁଥିବା ଜଣା ପଡିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସେପଟେ ବାହୁଡା ଯାତ୍ରା ପାଇଁ ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର‌୍ୟ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହା ପୂର୍ବରୁ ବାହୁଡ଼ା ଯାତ୍ରାରେ ସଂପୃକ୍ତ ସମସ୍ତ ସେବାୟତ ଓ ଅଧିକାରୀଙ୍କ ଆରଟିପିସିଆର ଟେଷ୍ଟ କରାଯାଉଛି। ସେପଟେ ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ବିଶୋଧନ କରିବା ମଧ୍ୟ ଆରମ୍ଭ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top