Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ପ୍ରଦାନ

ଭୁବନେଶ୍ବର (ଓଡ଼ିଶା ଓ୍ବେୟାର) : କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ପ୍ରଦାନ । ଭେଟରାନ୍‌ ହକି କୋଚ୍‌ କାଳୁ ଚରଣ ଚୌଧୁରୀଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଅଲିମ୍ପିଆନ୍‌ ଅମିତ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡାବିତ୍‌ ଆଓ୍ଵାର୍ଡରେ ସମ୍ମାନୀତ କରାଯାଇଛି ।
ଏହାସହ ପାରା ବ୍ୟାଡମିଣ୍ଟନ କୋଚ୍‌ ଶିବ ପ୍ରସାଦ ଦାସଙ୍କୁ ଶ୍ରେଷ୍ଠ କୋଚ୍‌ ଭାବେ ସମ୍ମାନୀତ କରାଯାଇଛି । ଅମିତ ରୋହିଦାସଙ୍କୁ ମାନପତ୍ର ସହ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଛି । କାଳୁ ଚରଣ ଚୌଧୁରୀଙ୍କୁ ମାନପତ୍ର ସହ ୩ ଲକ୍ଷ ଟଙ୍କା ଓ ଶିବ ପ୍ରସାଦ ଦାସଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । କଟକରେ କାର୍ଯ୍ୟରତ ପୋଲିସ ଏଏସଆଇ ତ୍ରୈଲୋକ୍ୟ ନାଥ ପରିଡାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ତ୍ରୈଲୋକ୍ୟ ନାଥ ପରିଡାଙ୍କୁ ରୌପ୍ୟ ପଦକ ସହ ୧ଲକ୍ଷ ଟଙ୍କା ଦିଆଯାଇଛି ।
ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତିି, ଟୋକିଓ ଅଲିମ୍ପିକସ୍‌ରେ ଭାରତୀୟ ହକି ଟିମ୍‌ର ପ୍ରଦର୍ଶନ ହେଉଛି ହକି ଲିଜେଣ୍ଡ୍ରୀ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ହକିରେ ଓଡ଼ିଶାରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡ଼ିଶାର ସ୍ପୋର୍ଟସ ମଡେଲକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି ।
ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ହକି ଟିମର ଓଡ଼ିଶା ପ୍ରାୟୋଜକ ଥିବାରୁ ସାରା ଦେଶ ପ୍ରଶଂସା କରୁଛି । ସେହିପରି ହାଇ ପରଫରମାନ୍ସ ସେଣ୍ଟର, ସହଭାଗିତାର ମଡେଲ, ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିଛି । ଯାହାକି କ୍ରୀଡ଼ା କ୍ଷେତ୍ରରେ ଆମର ଦୂରଦୃଷ୍ଟି, ବିନିବେଶ ଓ ଉଦ୍ୟମକୁ ପ୍ରତିପାଦିତ କରୁଛି ।
ଏହା କ୍ରୀଡାକୁ ଉଚ୍ଚତର ଶିଖରକୁ ନେବା ପାଇଁ ସମସ୍ତେ ପ୍ରତିବଦ୍ଧତାର ସହ ଏକାଠି ହୋଇ କାମ କରିବାର ସୁଯୋଗ ଆଣିଦେଇଛି । ମୁଁ ନିଶ୍ଚିତ ଯେ, ଆହୁରି ଅଧିକ କୋଚ୍‌ ଓ ଖେଳାଳି ଅନୁପ୍ରାଣିତ ହେବେ ଓ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top