Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୋଦିଙ୍କ ପ୍ରୟାସକୁ ବିଜେଡିର ସମର୍ଥନ : ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): ସଂସଦ ଭବନରେ ଆଜି ଦେଶର ସମସ୍ତ ରାଜନୀତିକ ଦଳର ମୁଖ୍ୟମାନଙ୍କ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ସମର୍ଥନ କରିବା ସହ ଦେଶ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗରେ ବିଜେଡି ସର୍ବଦା ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହିତ ପ୍ରକାୃତିକ ବିପର୍ଯ୍ୟୟକୁ ‘ସ୍ପେଶାଲ ଫୋକସ ଷ୍ଟେଟ’ର ମାନଦଣ୍ଡ ଭାବେ ବିବେଚନା ଓ ମହିଳାଙ୍କୁ ସଂରକ୍ଷଣ ଭଳି ପ୍ରସଙ୍ଗକୁ ମଧ୍ୟ ଉଠାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଜି ଅନୁଷ୍ଠିତ ସଂସଦ ଭବନରେ ସମସ୍ତ ରାଜନୀତିକ ଦଳର ମୁଖ୍ୟମାନଙ୍କ ବୈଠକରେ ଯୋଗ ଦେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବାରମ୍ବାର ନିର୍ବାଚନ ହେବା ଯୋଗୁ ବିକାଶର ଗତି ବାଧାପ୍ରାପ୍ତ ହେବାସହ ସଂଘୀୟ ବ୍ୟବସ୍ଥାର ଭାବନାକୁ ଆଘାତ ଲାଗୁଛି। ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଚିନ୍ତାଧାରାକୁ ବିଜେଡି ପୂର୍ଣ୍ଣ ସମର୍ଥନ କରୁଛି। କୌଣସି ରାଜନୀତିକ ଦଳକୁ ଏହା ସହାୟକ ହେଉ ଅବା ନହେଉ କିନ୍ତୁ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସମସ୍ତ ଦଳ ସମର୍ଥନ କରିବା ଉଚିତ୍।
ସେହିପରି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ପ୍ରସ୍ତୁତି ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ସମ୍ବିଧାନରେ ‘ଅହିଂସା’ ଶବ୍ଦକୁ ସାମିଲ କରିବା ପାଇଁ ସେ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ଏହା ସମ୍ବିଧାନରେ ସାମିଲ ହେଲେ ନାକେବଳ ଦେଶର ଭବିଷ୍ୟତ ପୀଢ଼ୀ ବରଂ ସମଗ୍ର ବିଶ୍ୱ ସତ୍ୟର ଏହି ନୀତିକୁ ପସନ୍ଦ କରିବେ।

ସେହିପରି କୌଣସି ଦେଶ ନିଜର ଅର୍ଦ୍ଧେକ ଜନସଂଖ୍ୟାର ସଶକ୍ତିକରଣ ବିନା ଅଗ୍ରଗତି କରିପାରିବ ନାହିଁ। ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ଦିଆଯିବାକୁ ବିଜେଡି ପୂର୍ଣ୍ଣ ସମର୍ଥନ କରିବ।
ଶ୍ରୀ ପଟ୍ଟନାୟକ ଆକାଂକ୍ଷା ଜିଲ୍ଲାଗୁଡ଼ିକର ବିକାଶ ପ୍ରସଙ୍ଗରେ କହିଥିଲେ ଯେ, କେନ୍ଦ୍ର ସରକାର ଏସବୁ ଜିଲ୍ଲାର ତଳସ୍ତରରେ ଥିବା ସମସ୍ୟା ଯଥା- ଟେଲି ସାନ୍ଧ୍ରତା, ବ୍ୟାଙ୍କିଂ ନେଟୱାର୍କ, ରେଳବାଇ ଆଦିକୁ ସମାଧାନ କରିବା ଦିଗରେ ଧ୍ୟାନକେନ୍ଦ୍ରିତ କରିବା ଉଚିତ୍। କେନ୍ଦ୍ର ସରକାର ଏସବୁ ସମସ୍ୟା ଉପରେ ଧ୍ୟାନକେନ୍ଦ୍ରିତ କରିବାର ଦାୟିତ୍ୱ ରାଜ୍ୟ ଉପରେ ନ୍ୟସ୍ତ କରି ସେଥିରେ ସହଯୋଗର ହାତ ବଢ଼ାଇବା ଉଚିତ୍।

ସେହିପରି ଶ୍ରୀ ପଟ୍ଟନାୟକ ୨୦୧୩ ଜମି ଅଧିଗ୍ରହଣ ଆଇନର ପୁନଃସମୀକ୍ଷା ପାଇଁ ପ୍ରସ୍ତାବ ଦେଇଛନ୍ତି। ବିଶେଷକରି ରେଳବାଇ ଓ ସଡ଼କ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଆଇନ ପ୍ରତିବନ୍ଧକ ସାଜୁଥିବାରୁ ସେଥିରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ପରିବେଶ ସୁରକ୍ଷା ଓ ଆର୍ଥିକ ଅଭିବୃଦ୍ଧି ପରସ୍ପରର ପରିପୂରକ। ତେଣୁ ଜଙ୍ଗଲ ସଂରକ୍ଷଣ ଆଇନର ପୁନଃ ସମୀକ୍ଷା ହେବା ଆବଶ୍ୟକ।
ସେହିପରି ବୈଧାନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଉଦ୍ୟୋଗ ଓ ରାଜ୍ୟ ଉଦ୍ୟୋଗକୁ ସମାନ ଭାବେ ବିବେଚନା କରାଯିବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ଏହାସହିତ ପ୍ରାକୃତିକ ବିପର୍ଯ୍ୟୟକୁ ‘ସ୍ପେଶାଲ ଫୋକସ ଷ୍ଟେଟ’ର ମାନଦଣ୍ଡ ଭାବେ ବିବେଚନା କରିବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ବୈଠକ ଆରମ୍ଭରେ ଶ୍ରୀ ପଟ୍ଟନାୟକ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବୈଠକ ଆହ୍ୱାନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ତେଲଗୁ ଦେଶମ ପାର୍ଟିକୁ ଛାଡ଼ି ଅନ୍ୟ ସମସ୍ତ ଦଳର ମୁଖ୍ୟମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top