Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

‘ପୋଲାଭରମ’ କୁ ନେଇ ବିଜେଡି ବ୍ୟାକଫୁଟରେ

ଭୁବନେଶ୍ୱର(ଓଡ଼ିଶା ୱେୟାର):ବହୁଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପକୁ ନେଇ ବିଜେଡି ଏବେ ବ୍ୟାକଫୁଟରେ। ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ କେନ୍ଦ୍ର ସରକାର ଆଉ ଦୁଇବର୍ଷ ବୃଦ୍ଧି କରିଥିଲେ ମଧ୍ୟ ଶାସକ ବିଜେଡି ଏହାକୁ ବିରୋଧ କରିବାର ସତସାହସ ଜୁଟାଇ ପାରିନି। କିମ୍ବା ବିଗତ ବର୍ଷଗୁଡ଼ିକରେ ଯେଉଁ ଢଙ୍ଗରେ କେନ୍ଦ୍ର ସରକାରଙ୍କ ‘ପୋଲାଭରମ’ ଆଭିମୁଖ୍ୟକୁ ବିରୋଧ କରେ ତାହା ମଧ୍ୟ ସମ୍ଭବପର ହୋଇନି। ଏପରିକି ବିଧାନସଭା ଅଧିବେଶନ ଚାଲିଥିବାବେଳେ ବିଜେଡିର ନିରବତା ବି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଗରେ ବିଜେଡି ନିଜସ୍ୱ ରାଜନୀତିକ ସ୍ୱାର୍ଥ ପାଇଁ ରାଜ୍ୟର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥିବା ଭଳି ପ୍ରତୀୟମାନ ହେବାରେ ଲାଗିଛି। ଏପରିକି ରାଜନୀତିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ନିମନ୍ତେ ବିଜେଡି ପକ୍ଷରୁ ଗଠିତ ହୋଇଥିବା ଷ୍ଟିୟରିଂ କମିଟି ମଧ୍ୟ ଚୁପ୍ ହୋଇ ବସିରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୋଲାଭରମ ପ୍ରକଳ୍ପକୁ ୨୦୧୪ ଏପ୍ରିଲ ମାସରେ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିବା ପରଠୁ ଏହାକୁ ବିରୋଧ କରି ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟରୁ ଓଡ଼ିଶାକୁ ତକ୍ରାଳ ଆଶ୍ୱସ୍ତି ମିଳୁନଥିବାବେଳେ ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି ବିଜେଡି ୨୦୧୪ ମସିହାରୁ ନିୟମିତ ଭାବେ ପ୍ରତିବର୍ଷ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେଇଥାଏ । କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ଉଦ୍ୟମ କରିଥାଏ। ବିଧାନସଭା ଅଧିବେଶନ ସମୟରେ ବିଜେଡି ବିଧାୟକମାନେ ଗୃହରେ ବ୍ୟାପକ ହଟ୍ଟଗୋଳ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ପାଇଁ ରାଜଭବନ ପର୍ଯ୍ୟନ୍ତ ର‌୍ୟାଲି କରିବା, ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା, ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଧାରଣା ଓ ବିକ୍ଷୋଭ, ରାଜଭବନ ସମ୍ମୁଖରେ ବିକ୍ଷୋଭ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଏପରିକି ୨୦୧୮ ଜାନୁୟାରୀ ୪ ତାରିଖରେ ବିଜେଡି ‘ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ରାଜନୀତିକ କାର୍ଯ୍ୟକ୍ରମକୁ କିଭଳି ବ୍ୟାପକ କରାଯିବ ସେଥିପାଇଁ ଦଳର ୪ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁଙ୍କୁ ନେଇ ଏକ କମିଟି ଗଠନ କରିଥିଲା। ଏହି କମିଟି ହିଁ ପୋଲାଭରମ ପ୍ରକଳ୍ପ ଓ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କ’ଣସବୁ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ୍ ସେଥିପାଇଁ ପରାମର୍ଶ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ବିଜେଡିର ଏହି କମିଟିର ସ୍ଥିତି କ’ଣ ସେ ନେଇ କେହି ମୁହଁ ଖୋଲୁନଥିବାବେଳେ କେନ୍ଦ୍ର ସରକାର ପୁଣିଥରେ ପୋଲାଭରମ ପ୍ରକଳ୍ପ ପ୍ରତି ଆଗ୍ରହ ବ୍ୟକ୍ତ କରି ଓଡ଼ିଶା ପ୍ରତି ଅଣଦେଖା କରିବାକୁ ବିଜେଡି କାହିଁକି ବିରୋଧ କରୁନି ତାକୁ ନେଇ ପ୍ରଶ୍ନ ଉଠିଛି।
ଓଡ଼ିଶା ସରକାରଙ୍କ ମତରେ ପୋଲାଭରମ ପ୍ରକଳ୍ପ ନିର୍ମାଣ ଯୋଗୁ ଓଡ଼ିଶାର ୧୫ଟି ଗାଁ ଓ ୧୦ଟି ପଡ଼ାର ୬୮୧୮ଜଣ ଲୋକ ବିସ୍ଥାପିତ ହେବେ। ୭୬୫୬ ହେକ୍ଟର ଜମି ଜଳମଗ୍ନ ହେବ। ଏସବୁ ସତ୍ତେ୍ୱ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପୁଣିଥରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଜାରି ରଖିବା ପାଇଁ ୨ବର୍ଷ ସମୟସୀମା ନିର୍ଦ୍ଧାରଣ କରିବାକୁ ପଛାଇନାହାନ୍ତି। କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ମଧ୍ୟ ଏବେ ଓଡ଼ିଶା ବିରୋଧ କରିବା ସମ୍ଭବପର ହୋଇନି। ଏପରିକି ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ରର ମୋଦି ସରକାରଙ୍କୁ ଗଠନମୂଳକ ସହଯୋଗ ଦିଆଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ପୋଲାଭରମ ପ୍ରସଙ୍ଗରେ କାହିଁକି ନିରବ ରହିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଜେଡି ନିଜ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସହ ସାଲିସ କରିଥିବା ଯୋଗୁ ରାଜ୍ୟ ପ୍ରତି ଏଭଳି ବିପଦ ସୃଷ୍ଟି ହୋଇଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top