Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଜୀବନଚର୍ଯ୍ୟା

ୟୁପିବାସୀଙ୍କ ତୁଳନାରେ ଓଡ଼ିଶାବାସୀଙ୍କ ଆୟୁଷ ବେଶୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାବାସୀଙ୍କ ଆୟୁଷ ଅନ୍ୟ କେତେକ ପ୍ରମୁଖ ରାଜ୍ୟର ବାସିନ୍ଦାଙ୍କ ତୁଳନାରେ ଅଧିକ। ଏପରିକି ୨୦୧୦-୧୪ ମସିହା ମଧ୍ୟରେ ଓଡ଼ିଶାବାସୀଙ୍କ ହାରାହାରି ଆୟୁଷରେ ଏକବର୍ଷ ବୃଦ୍ଧି ହୋଇଛି। ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆସାମ ରାଜ୍ୟର ବାସିନ୍ଦାଙ୍କ ତୁଳରେ ଓଡ଼ିଶାର ଲୋକମାନେ ଅଧିକ ଦୀର୍ଘାୟୁ ଓ ସୁସ୍ଥ ବୋଲି ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୧୮-୧୯ରେ ଉଲ୍ଲେଖ ରହିଛି।
ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାର ଲୋକଙ୍କ ହାରାହାରି ମୁଣ୍ଡପିଛା ଆୟରେ ଆଖିଦୃଶିଆ ବୃଦ୍ଧି ପାଇଛି । ୨୦୧୭-୧୮ରେ ମୁଣ୍ଡପିଛା ହାରାହାରି ଆୟ ୮୩,୭୯୬ ଟଙ୍କା ଥିବାବେଳେ ୨୦୧୮-୧୯ରେ ମୁଣ୍ଡପିଛା ଆୟ(ଅଗ୍ରୀମ ଆକଳନ) ୯୨,୬୯୧ ଟଙ୍କାକୁ ବୃଦ୍ଧି ପାଇଛି । ଓଡ଼ିଶାବାସୀଙ୍କ ହାରାହାରି ମୁଣ୍ଡପିଛା ଆୟ ବାର୍ଷିକ ୯.୮% ବୃଦ୍ଧି ପାଇଛି। ଯାହାକି ରାଜ୍ୟବାସୀଙ୍କୁ ଏକ ସୁସ୍ଥ ଓ ସଭ୍ୟ ଜୀବନ ଅତିବାହିତ କରିବା ପାଇଁ ପ୍ରୋତ୍ସାହିତ କରିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ସଂସ୍କାର ଉପରେ ଗୁରୁତ୍ୱ ଦେଇ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ ନିମନ୍ତେ ଓଡ଼ିଶା ରାଜ୍ୟବାସୀଙ୍କୁ ଅପେକ୍ଷାକୃତ ସୁସ୍ଥ ଜୀବନଯାପନ ପାଇଁ ପ୍ରେରିତ କରିପାରିଛି ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ।
ରିପୋର୍ଟ ଅନୁସାରେ ୨୦୦୯-୧୩ ମସିହା ତୁଳନାରେ ୨୦୧୦-୧୪ ମସିହା ମଧ୍ୟରେ ଓଡ଼ିଶାର ଲୋକଙ୍କ ହାରାହାରି ଆୟୁଷ ୬୪.୮ବର୍ଷରୁ ୬୫.୮ବର୍ଷକୁ ବୃଦ୍ଧି ପାଇଛି । ରାଜ୍ୟରେ ମହିଳାଙ୍କ ହାରାହାରି ଆୟୁଷ ମଧ୍ୟ ପୁରୁଷଙ୍କ ତୁଳନାରେ ଅଧିକ । ଓଡ଼ିଶାର ଲୋକଙ୍କ ହାରାହାରି ଆୟୁଷ ମଧ୍ୟପ୍ରଦେଶ, ୟୁପି, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆସାମବାସୀଙ୍କ ତୁଳନାରେ ଅଧିକ । ତେବେ କେରଳବାସୀଙ୍କ ହାରାହାରି ଆୟୁଷ ୭୪.୯ବର୍ଷ ଥିବାବେଳେ ଦିଲ୍ଲୀବାସୀଙ୍କ ୭୩.୨ବର୍ଷ, ଜାମ୍ମୁ ଓ କଶ୍ମୀରବାସୀଙ୍କ ୭୨.୬ବର୍ଷ, ଉତ୍ତରାଖଣ୍ଡବାସୀଙ୍କ ୭୧.୭ବର୍ଷ ରହିଥିବାରୁ ଓଡ଼ିଶାବାସୀଙ୍କ ହାରାହାରି ଆୟୁଷ ବୃଦ୍ଧି ଦିଗରେ ସରକାରଙ୍କ ଅଧିକ ପଦକ୍ଷେପ ନେବାର ସୁଯୋଗ ରହିଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ଗତକିଛି ବର୍ଷ ମଧ୍ୟରେ ରାଜ୍ୟର ଲୋକଙ୍କ ଖାଦ୍ୟ ଓ ପୃଷ୍ଟିକର ଆହାରରେ ଉଲ୍ଲେଖନୀୟ ସୁଧାର ହୋଇଥିବାବେଳେ ଅନ୍ୟଦିଗ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top